Posted inଜାତୀୟ

ଜାମିନ ପରେ ବିଜୟ ଶୋଭାଯାତ୍ରାରେ ବାହାରିଲେ ବଳାତ୍କାର ଅଭିଯୁକ୍ତ: ତା’ପରେ ଘଟିଗଲା ଏମିତି…

ବେଙ୍ଗାଲୁରୁ, ୨୪।୫:କର୍ନାଟକର ହାବେରୀ ଜିଲାର ବହୁ ଚର୍ଚ୍ଚିତ ହନାଗଲ ଗଣବଳାତ୍କାର ମାମଲାରେ ୭ ମୁଖ୍ୟ ଅଭିଯୁକ୍ତଙ୍କୁ ଗତ ୨୦ ତାରିଖରେ ଜାମିନ ମିଳିଥିଲା। ୧୬ ମାସ ପରେ ଜେଲରୁ ମୁକୁଳିବା ପରେ ଏହି ଅଭିଯୁକ୍ତମାନଙ୍କ ପାଇଁ ଏକ ରୋଡ୍‌ଶୋ’ର ଆୟୋଜନ ହୋଇଥିଲା। ହାଭେରୀ ଉପ କାରାଗାରୁ ଅଭିଯୁକ୍ତମାନେ ୩୦ କିଲୋମିଟର ଦୂର ଜିଲାର ଅକ୍କି-ଅଲୁର ସହରକୁ ଏକ ବିଜୟ ଶୋଭାଯାତ୍ରା କରି ଯାଇଥିଲେ। ଏହି ଶୋଭାଯାତ୍ରାରେ ୭ ଅଭିଯୁକ୍ତଙ୍କ ସହ ସେମାନଙ୍କର ୨୦ରୁ ଅଧିକ ସମର୍ଥକ ଅନେକ କାର୍‌ ଏବଂ ବାଇକ୍‌ ଯୋଗେ ସାମିଲ ହୋଇଥିଲେ। ସେମାନେ ଉଚ୍ଚ ଧ୍ୱନିରେ ଗୀତ ବଜାଇବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଅଭିଯୁକ୍ତମାନେ ଖୁସି ଏବଂ ଉଲ୍ଲାସର ସହ ବିଜୟ ସଙ୍କେତ ଦେଖାଉଥିବାର ନଜରକୁ ଆସିଥିଲେ। ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଥିଲେ। ଶୁକ୍ରବାର ଘଟଣାକୁ ନେଇ ବିବାଦ ବଢ଼ିବା ପରେ ବେଆଇନ୍‌ ଶୋଭାଯାତ୍ରା ଏବଂ ବେପରୁଆ ଗାଡ଼ି ଚାଳନା ପାଇଁ ପୋଲିସ ନିଜ ଆଡ଼ୁ ଏଫ୍‌ଆଇଆର୍‌ ରୁଜୁ କରିବା ସହ ହନାଗଲ ଗଣବଳାତ୍କାର ମାମଲାର ୭ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଣିଥରେ ଗିରଫ କରିଛି। କୋର୍ଟଙ୍କ ଜାମିନ ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବାରୁ ଏହି ୭ ଅଭିଯୁକ୍ତଙ୍କୁ ପୁଣିଥରେ ଗିରଫ କରାଯାଇଥିବା ନେଇ ହାଭେରୀ ଏସ୍‌ପି ଅନ୍‌ଶୁ କୁମାର ଶ୍ରୀବାସ୍ତବ କହିଛନ୍ତି।
ଗଣବଳାତ୍କାର ମାମଲାର ୭ ମୁଖ୍ୟ ଅଭିଯୁକ୍ତ ଆଫ୍‌ତାବ ଚନ୍ଦନ କଟ୍ଟି, ମଦାର ସାବ୍‌ ମଣ୍ଡକୀ, ସମୀଉଲ୍ଲା ଲାଲନଓ୍ବର, ମହମ୍ମଦ ସାଦିକ ଅଗାସୀମାନି, ସୋଏବ ମୁଲ୍ଲା, ତୌସିପ୍‌ ଛୋଟି ଏବଂ ରିଆଜ୍‌ ସାବିକେରୀଙ୍କୁ ହାଭେରୀ ସେସନ୍‌ କୋର୍ଟ ଗତ ୨୦ ତାରିଖରେ ଜାମିନ ପ୍ରଦାନ କରିଥିଲେ। କୋର୍ଟରେ ପୀଡ଼ିତା ଏହି ଅଭିଯୁକ୍ତମାନଙ୍କୁ ଚିହ୍ନି ପାରି ନ ଥିବାରୁ ସେମାନଙ୍କୁ ଜାମିନ ମିଳିଥିଲା। ପ୍ରକାଶ ଯେ, ଗତବର୍ଷ ଜାନୁଆରୀ ୮ରେ ହାଭେରୀସ୍ଥିତ ଏକ ହୋଟେଲରେ ରହୁଥିବା ଆନ୍ତଃଧର୍ମୀୟ ଦମ୍ପତିଙ୍କ ରୁମ୍‌ରେ କେତେଜଣ ଦୁର୍ବୃତ୍ତ ହଠାତ ପ୍ରବେଶ କରି ଜଣେ ୨୬ ବର୍ଷୀୟା ମହିଳାଙ୍କୁ ଘୋଷାଡ଼ି ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ତାଙ୍କୁ ଗଣ ବଳାତ୍କାର କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୭ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସମୁଦାୟ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାମଲାର ଅନ୍ୟ ୧୨ ଅଭିଯୁକ୍ତ ୧୦ ମାସ ତଳେ ଜାମିନରେ ମୁକୁଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର…

ଲଘୁଚାପ ସକ୍ରିୟ: ଏହି ୧୦ ଜିଲାରେ ଛେଚିବ ବର୍ଷା, ସତର୍କ ସୂଚନା ଜାରି

ଭୁବନେଶ୍ୱର, ୧୧ା୯:ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଫଳରେ ଗୁରୁବାର ଅଧିକାଂଶ ଜିଲାରେ ବର୍ଷା ହୋଇଥିବାବେଳେ କଟକ ଜିଲା ବାଙ୍କୀଠାରେ ସର୍ବାଧିକ ୧୦୪ ମି.ମି. ବର୍ଷ…

ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

ବାରିପଦା,୧୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦିବାସୀ ହଷ୍ଟେଲ ଗୁଡିକର ଅଡିଟ…

ଭାରତରେ ପହଞ୍ଚିଲେ ପୁଟିନ: ଜୋରଦାର ସ୍ବାଗତ, ଜିନ୍‌ପିଙ୍ଗଙ୍କୁ ଅପେକ୍ଷା

ନୂଆଦିଲ୍ଲୀ,୧୧।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର…

ଗୋଟିଏ କୋଠରିରେ ଚାଲିଛି ୪୭ ବର୍ଷର ବିଦ୍ୟାଳୟ: ଅନୁଦାନ ମିଳୁ ନ ଥିବାରୁ ବଦଳୁନାହିଁ ସ୍ଥିତି

ହାଟଡ଼ିହୀ,୧୧l୯ (ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କୁଆଡ଼ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବାଟିକାରୁ ୫ମ…

ଭାଙ୍ଗିଲା ସବୁ ରେକର୍ଡ: ସବୁଠୁ ଉତ୍ତପ୍ତ ମାସ ସାଜିଲା ଅଗଷ୍ଟ ୨୦୨୬

ନୂଆଦିଲ୍ଲୀ,୧୧।୯(ପି.ଟି.): ‘ଅଗଷ୍ଟ ୨୦୨୬’ ବିଶ୍ୱ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ରେକର୍ଡ କରିଛି। ବିଶ୍ୱର ହାରାହାରି ଭୂପୃଷ୍ଠ ବାୟୁ ତାପମାତ୍ରା ୧୬.୯୬ ଡିଗ୍ରୀ ସେଲ୍‌ସିୟସ ରହିବା…

ନନ୍ଦନକାନନରେ କେମିତି କଟୁଛି ଓରଙ୍ଗ୍‌ଉଟାନଙ୍କ ଜୀବନ: କିଏ କଣ୍ଢେଇ ଧରି ଶୋଉଛି ତ ଆଉ କାହାକୁ ଜ୍ୱର, ଦେଖନ୍ତୁ Video

ବାରଙ୍ଗ/ ତ୍ରିଶୁଳିଆ, ୧୧ା୯ (ଲିଙ୍ଗରାଜ ରାଉତ/ ତୁଷାରକାନ୍ତ ବେହରା):ମା’ଠାରୁ ଅଲଗା ହେବା ପରେ ବାଲେଶ୍ୱର ଜିଲା ରଣକଠା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri