Posted inଜାତୀୟ

ଝିଅ ବଳାତ୍କାରୀଙ୍କୁ ହତ୍ୟା କରି ପ୍ରତିଶୋଧ ନେଲେ ବାପା

ନୂଆଦିଲ୍ଲୀ,୨୨।୮ : ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୩୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି ପୀଡ଼ିତାଙ୍କ ବାପା। ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି ରାଜକୋଟର ସନ୍ତ କବିର ରୋଡ୍‌ ଅଞ୍ଚଳରେ। ପୋଲିସ ବଳାତ୍କାର ପୀଡ଼ିତାଙ୍କ ବାପା ଓ ତାଙ୍କ ସାଙ୍ଗ ଦୀନେଶଙ୍କୁ ବିଜୟ ମେରଙ୍କ ହତ୍ୟା ମାମଲାରେ ଗିରଫ କରିଛି।

ରାଜକୋଟର କନକ ନଗର ଅଞ୍ଚଳ ବାସୀନ୍ଦା ବିଜୟ କିଛି ଦିନ ତଳେ ଜାମିନରେ ଜେଲରୁ ବାହାରିଥିଲେ। ତାଙ୍କୁ ନାବାଳିକାଙ୍କ ବାପା ଓ ତାଙ୍କ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ବିଜୟଙ୍କ ବଡ଼ ଭାଇ ଅଶ୍ୱିନ ମେର (୩୫)।

ପୋଲିସରେ କରାଯାଇଥିବା ଅଭିଯୋଗ ଅନୁଯାୟୀ, ହତ୍ୟାକାରୀଙ୍କ ନାବାଳିକା ଝିଅଙ୍କୁ ଗତବର୍ଷ ଅକ୍ଟୋବରରେ ନେଇ ପଳାଇଥିଲେ ବିଜୟ। ପରେ ଝିଅର ବାପା ବିଜୟଙ୍କ ନାମରେ ଅପହରଣ ଅଭିଯୋଗ ଆଣିଥିଲେ। ପୋଲିସ ନାବାଳିକା ଓ ବିଜୟଙ୍କୁ ଗତ ମାର୍ଚ୍ଚରେ ଜୁନାଗଡ଼ରୁ ଉଦ୍ଧାର କରିଥିଲା। ନାବାଳିକାଙ୍କୁ ବଳାତ୍କାର ଓ ପୋକ୍ସୋ ଆଇନରେ ବିଜୟଙ୍କୁ ଗିରଫ କରାଯାଇଥିଲା। ସେବେ ଠାରୁ ସେ ଜେଲରେ ଥିଲେ। କିଛି ସପ୍ତାହ ତଳେ ତାଙ୍କୁ ଜାମିନରେ ଛାଡ଼ି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ମନ୍ତ୍ରୀ ପରିଷଦ ବୈଠକ ଡାକିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଏବେ ଚିନ୍ତା ବଢାଇଛି। ତେବେ ଏହାକୁ...

ଭଉଣୀ ଆଗରେ ଭାଇଙ୍କୁ ଝୁଣି ମାରିଲେ ବୁଲାକୁକୁର

ମୁମ୍ବାଇ,୧୩।୬: ମହାରାଷ୍ଟ୍ରର କାଟୋଲ ସହରରେ ବୁଲାକୁକୁର ଆକ୍ରମଣରେ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଭଉଣୀଙ୍କ ସହ ଭାଇ ବାହାରେ ବୁଲାବୁଲି କରୁଥିଲେ। ସେତିକିବେଳେ...

କରୋନା ସମୟରେ ଦରମା ନ ପାଇ ଏମିତି ପଦକ୍ଷେପ ନେଲେ ଶିକ୍ଷକ

ଲକ୍ଷ୍ନୌ,୨୮ା୮: କରୋନା ମହାମାରୀ ସମୟରେ ଜଣେ ଶିକ୍ଷକ ଦୀର୍ଘଦିନ ଧରି ଦରମା ନ ପାଇବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି। ଏମିତି...

କରୋନାକୁ ନେଇ ସରକାର ପ୍ରସ୍ତୁତ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚାଇନାରେ ଆତଙ୍କ ଖେଳାଇଥିବା ଓମିକ୍ରନର ସବ୍‌ଭାରିଆଣ୍ଟ ବିଏଫ.୭ ଚିହ୍ନଟ ହେବା ପରେ ଆକ୍ସନ ମୋଡ୍‌ରେ ଆସିଛନ୍ତି ସରକାର। ଗୁରୁବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି...

ପରଲୋକରେ ଶଶାଙ୍କ ଘୋଷ

କୋଲକାତା,୨୨ା୪: ବିଶିଷ୍ଟ ବଙ୍ଗଳା କବି ପଦ୍ମଭୂଷଣ ଶଶାଙ୍କ ଘୋଷଙ୍କ ବୁଧବାର ପରଲୋକ ହୋଇଛି। ତାଙ୍କୁ ୮୯ ବର୍ଷ ହେଉଥିଲା। ୧୯୩୨ ଫେବୃୟାରୀ ୫ରେ ବାଂଲାଦେଶର ଚାନ୍ଦପୁର...

ଶିଶୁଙ୍କ ଯତ୍ନ ଲାଗି ପରିବାରରେ ମହିଳା ରହିବା ଜରୁରୀ: ହାଇକୋର୍ଟ

କୋଚି, ୩୦ା୧୦: ଭାରତୀୟ ପରିବାର ପରିପ୍ରେକ୍ଷୀରେ ଶିଶୁଙ୍କ ଯତ୍ନ ଲାଗି ଜଣେ ମହିଳା ରହିବା ଜରୁରୀ ବୋଲି କେରଳ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। କାରଣ ଆମେ...

ଅକ୍ସିଜେନ୍‌ ସିଲିଣ୍ଡର ମହଜୁଦ ରଖିବାକୁ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି

ନୂଆଦିଲ୍ଲୀ,୨୪।୧୨: ଚିନ୍ତା ବଢାଉଛି ନୂଆ ଭାରିଆଣ୍ଟ। ଏହାର ମୁକାବିଲା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତତ୍ପରତା ଦେଖାଇଛି। ଏପରିକି ହସ୍ପିଟାଲରେ ଅକ୍ସିଜେନ୍‌ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ...

ବଜରଙ୍ଗବାଲୀଙ୍କୁ ନୋଟିସ, ବେଆଇନ ଜମି ଦଖଲ ନେଇ ରେଳ ବିଭାଗର ଅଭିଯୋଗ…

ଭୋପାଳ,୧୨।୨ : ମଧ୍ୟପ୍ରଦେଶର ମୋରେନାରେ ରେଳ ବିଭାଗର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ମନ୍ଦିରରେ ରଖାଯାଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କୁ ବିଭାଗ ନୋଟିସ ଜାରି କରିଛି।...

Advertisement
Archives

Model This Week