ମାସ୍କ ପିନ୍ଧାଇ ବେହୋସ ପରେ ନାବାଳିକାକୁ ବଳାତ୍କାର

ମୋହାଲି, ୫।୯: ଜଣେ ଶ୍ରମିକ ଠିକାଦାର ନିର୍ମାଣଧିନ ସାଇଟ୍‌କୁ ଜଣେ ନାବାଳିକାକୁ ନେବାପରେ ସେଠାରେ ତାଙ୍କୁ ମାସ୍କ ପିନ୍ଧିବାକୁ ଦେଇଥିଲେ। ମାସ୍କ ପରିଧାନ କରିବା ପରେ ନାବାଳିକା ଜଣଙ୍କ ବେହୋସ ଯାଇଥିଲେ। ଏହାପରେ ଠିକାଦାର ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏହି କୁତ୍ସିତ ଘଟଣାଟି ପଞ୍ଜାବ ମୋହାଲିର ଜିରାକପୁର ପୋଲିସ ଥାନା ଅଞ୍ଚଳରେ ଘଟିଛି। ଉକ୍ତ ଘଟଣାରେ ପୋଲିସ ଅଭିଯୁକ୍ତ ଠିକାଦାରକୁ ଗିରଫ କରିବାରେ ସଫଳ ହୋଇଛି।
ବ୍ୟକ୍ତିର ନାମ ସନ୍ତ ରାଜ ଯାଦବ। ଯିଏକି ଶ୍ରମିକ ଠିକାଦାର ଭାବେ କାର୍ଯ୍ୟ କରୁଥିଲେ। ନିର୍ମାଣଧୀନ ସଂସ୍ଥା ପାଇଁ ଶ୍ରମିକ ଯୋଗାଇବା ଏବଂ ସେମାନଙ୍କୁ ସାଇଟ୍‌କୁ ନେବା ରାଜଙ୍କ କାମ ଥିଲା। ନାବାଳିକାଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ‘ଘଟଣାଦିନ ରାଜ ତାଙ୍କୁ ଶ୍ରମିକ ଭାବେ ନିର୍ମାଣ ସ୍ଥାନକୁ ନେଇଥିଲେ। ଏହାପରେ କରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ ତାଙ୍କୁ ମାସ୍କ ପିନ୍ଧିବାକୁ ଦେଇଥିଲେ। ଯେତେବେଳେ ସେ ମାସ୍କ ପିନ୍ଧିଥିଲେ ତାଙ୍କୁ ନିଶା ହୋଇଯାଇଥିଲା। ଏହାର ସୁଯୋଗ ଦେଇ ରାଜ ତାଙ୍କୁ ବଳାତ୍କାର କରିଥିଲା।’ ପୀଡ଼ିତାଜଣଙ୍କ ଏହି ଘଟଣା ତାଙ୍କ ଘରେ କହିବା ପରେ ପରିବାର ଲୋକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଆଇପିସି ଏବଂ ପୋକ୍ସ ଆକ୍ଟ ଧାରା ୩୭୬ ଅନୁଯାୟୀ ମାମଲା ରୁଜୁ ହେବାପରେ ପୋଲିସ ଠିକାଦାରକୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିୟନ୍ତ୍ରଣ କକ୍ଷକୁ ଆସିଛି ୮,୫୬୨ କଲ୍‌

ପୁରୀ ଅଫିସ,୧୬ା୪: ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ ପୁରୀ କେୟାର୍ସ ଅଭିଯାନ ସଫଳତା ସହ ଲୋକମାନଙ୍କ ପାଖରେ ପହଞ୍ଚିପାରିଛି। କରୋନା ମୁକାବିଲା ପାଇଁ ହଠାତ୍‌ ଲକ୍‌ଡାଉନ...

କୋଭିଡ୍‌-୧୯ ପ୍ରଭାବ: ବକ୍ସିଂ ଏସିଆନ ଚାମ୍ପିୟନଶିପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍‌-୧୯ ପ୍ରଭାବ କାରଣରୁ ଆଉ ଏକା ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଆଗାମୀ ନଭେମ୍ବର- ଡିସେମ୍ବରରେ ଭାରତରେ ଆୟୋଜନ ହେବାକୁ ଥିବା ଏସିଆନ ବକ୍ସିଂ...

ସାଇବର ଠକେଇରେ ସରକାରୀ କର୍ମଚାରୀ: ପୁରସ୍କାର ଲୋଭରେ ହରାଇଲେ ୨ଲକ୍ଷ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜଧାନୀରେ ଆଉଏକ ସାଇବର ଠକେଇ ଘଟଣା ଘଟିଛି। ଠକେଇର ଶିକାର ହୋଇଛନ୍ତି ଶହୀଦନଗର ଥାନା ଅନ୍ତର୍ଗତ ଆଇଏମ୍‌ଏମ୍‌ଟି କ୍ୟାମ୍ପସରେ ରହୁଥିବା ଗିରିରାଜ ଦର୍ଜୀ। ସାଇବର...

ବାପାଙ୍କ ମୃତଦେହ ଦେଖିବାକୁ ୫୧ ହଜାର

କୋଲକାତା, ୧୧ା୮: ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ କରୋନାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମରଶରୀର ଦେଖିବା ପାଇଁ ତାଙ୍କ ପୁଅଙ୍କଠାରୁ କର୍ତ୍ତୃପକ୍ଷ ୫୧ ହଜାର...

କରୋନାରୁ ସୁସ୍ଥ ହେଲେଣି ୬୦ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ,୧୧ ।୧୦: କରୋନା ମହାମାରୀ ବେଳକୁ ବେଳ ବଢି ଚାଲିଥିବା ବେଳେ ଦେଶରେ ସୁସ୍ଥତା ହାର ମଧ୍ୟ ବଢିବାରେ ଲାଗିଛି । ମିଳିଥିବା ସୂଚନାରୁ ଜଣାପଡିଛି...

ଲକ୍‌ଡାଉନ୍‌ ଯୋଗୁ ମିଳିଛି ସୁଫଳ: ୩୦ ଦିନରେ ଭାରତରେ ୨୨ ହଜାର ସଂକ୍ରମିତ; ଚାଇନାରେ ୭୫ ହଜାର, ଇଟାଲିରେ ଟପିଥିଲା ଲକ୍ଷେ ୨୬ ହଜାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ସ୍ଥିତିରେ ସୁଧାର ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଏହା...

ପିଏମ୍‌ କେୟାର୍ସ ଫଣ୍ଡକୁ ୫୧ଲକ୍ଷ ଟଙ୍କା ଦାନ କଲେ ପୂର୍ବତନ ବିଚାରପତି

ନୂଆଦିଲ୍ଲୀ,୧।୪: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇରେ ସାରା ଦେଶରୁ ସହାୟତାର ହାତ ବଢ଼ିଛି। ଇତିମଧ୍ୟରେ ସୁପ୍ରମିକୋର୍ଟର ପୂର୍ବତନ ବିଚାରପତି ଦୀପକ ବର୍ମା ବୁଧବାର...

କରୋନା ସଂକ୍ରମଣରେ ଭାଜପା ନେତାଙ୍କ ପରଲୋକ

ଡେରାଡୁନ,୧୨ ।୧୧: ଉତ୍ତରାଖଣ୍ଡର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ସୁରେନ୍ଦ୍ର ସିଂ ଜିନାଙ୍କର ପରଲୋକ ହୋଇଛି । କରୋନା ସଂକ୍ରମିତ ହେବା ପରେ ସେ ଦିଲ୍ଲୀର...

Advertisement
Archives

Model This Week