Posted inଖେଳ

ଓ୍ବିଣ୍ଟର ଅଲିମ୍ପିକ୍ସ ଲକ୍ଷ୍ୟରେ ରଞ୍ଜିତା

ଭୁବନେଶ୍ୱର, ୨୩ା୬ (ସରୋଜ ଜେନା): ଓଡ଼ିଶାର ଏକମାତ୍ର ସ୍କି ଓ ସ୍ନୋ ବୋର୍ଡ ଖେଳାଳି ରଞ୍ଜିତା ବେହେରାଙ୍କୁ ଭେଟିଛନ୍ତି ଭାରତୀୟ ସ୍କି ଓ ସ୍ନୋ ବୋର୍ଡ ସଭାପତି ରୂପଚାନ୍ଦ ନେଗୀ। ମହାପ୍ରଭୁଙ୍କ ରଥଯାତ୍ରା ଦର୍ଶନ କରି ଫେରିବା ପରେ ସେ ଭୁବନେଶ୍ୱରରେ ରଞ୍ଜିତା ଏବଂ ରାଜ୍ୟ ସ୍କି ଓ ସ୍ନୋ ବୋର୍ଡ ସଂଘର କର୍ମକର୍ତ୍ତାଙ୍କୁ ଭେଟିଥିଲେ। ରଞ୍ଜିତାଙ୍କ ସହିତ ଆଗାମୀ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟଗୁଡିକ ସମ୍ପର୍କରେ ଆଲୋଚନା କରିବା ସହିତ ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ନରଓ୍ବେ, ଅଷ୍ଟ୍ରିଆ ଓ ଇଟାଲୀର ନାମୀ ସ୍କୁଲରେ ପ୍ରଶିକ୍ଷଣ ପାଇଁ ସମସ୍ତ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଆଲୋଚନା ପରେ ରୂପଚାନ୍ଦ ନେଗୀ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ରଞ୍ଜିତା ଓଡ଼ିଶାର ଗର୍ବ ଓ ଗୌରବ। ଓଡ଼ିଶା ପରି ଏକ ବରଫବିହୀନ ରାଜ୍ୟରୁ ଆସି ମଧ୍ୟ ସେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ। ମିଲାନୋ କର୍ଟିନାରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସ ପାଇଁ ସେ ଯୋଗ୍ୟତା ଅର୍ଜନ କରିବା ନେଇ ଆମେ ଆଶାବାଦୀ ବୋଲି ନେଗୀ କହିଥିଲେ। ଆଗକୁ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରଞ୍ଜିତା ଭଲ ପ୍ରଦର୍ଶନ କରିବାର ଆଶା କରାଯାଉଛି। ସ୍କି ଓ ସ୍ନୋ ବୋର୍ଡ ଏକ ବ୍ୟୟସାପେକ୍ଷ ଖେଳ ହୋଇଥିବାରୁ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଉପଯୁକ୍ତ ସହାୟତା ମିଳିବା ନେଇ ସେ ଆଶା କରୁଛନ୍ତି ବୋଲି କହିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ପ୍ରସିଦ୍ଧ । ତେଣୁ ରଞ୍ଜିତାଙ୍କୁ ମଧ୍ୟ ଉପଯୁକ୍ତ ସହାୟତା ମିଳିବା ନେଇ ଆଶାବାଦୀ ଥିବା କହିଥିଲେ ନେଗୀ। ଶେଷରେ ଓଡ଼ିଶା ସ୍କି ଓ ସ୍ନୋ ବୋର୍ଡ ସଂଘର ସଭାପତି ଡ. ଅନୁପ ନାୟକ ନେଗୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ସାରା ଜୀବନ ପାଇଁ ଅମର ହୋଇଗଲେ ହରେକୃଷ୍ଣ ରାଉତ

ରାଜନଗର, ୨୨।୬( ଭାସ୍କର ରାଉତରାୟ) : ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହି ପାଟଣା ପଞ୍ଚାୟତର ଧାନଦିଆ ଗ୍ରାମର ବାସିନ୍ଦା ହରେକୃଷ୍ଣ ରାଉତ ଏକ ଅଟୋ ଧକ୍କାରେ ଗୁରୁତର…

କେସିଙ୍ଗା ଏନ୍‌ଏସିର ୧- ୨ ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ; ପ୍ରଥମେ ନିଜ ଘର ଭାଙ୍ଗିଲେ ନଗରପାଳ, କାର୍ଯ୍ୟକୁ ପ୍ରଶଂସା କଲେ…

କେସିଙ୍ଗା, ୨୩.୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ୧୯୬୫ ମସିହାରେ ଗଠିତ ହୋଇଥିଲା। କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ବଗାଡ଼ ଅଞ୍ଚଳର…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

ହାତ ମିଳାଇଲେ ଚାଇନା-ବାଂଲାଦେଶ; ବର୍ଡରରେ ବଢିଲା ଭାରତର ଚିନ୍ତା!

ନୂଆଦିଲ୍‌ଲୀ,୨୩।୬: ଦକ୍ଷିଣ ଏସିଆର ପ୍ରତିରକ୍ଷା ବଜାର (ଡିଫେନ୍ସ ମାର୍କେଟ)ରେ ଏବେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ପାକିସ୍ତାନକୁ ଅନୁସରଣ କରି ଏବେ ବାଂଲାଦେଶ ମଧ୍ୟ ଚାଇନାର ଲଢ଼ୁଆ…

ଧରିତ୍ରୀରେ ଖବର ପ୍ରକାଶ ପରେ ଅସହାୟ ପରିବାରକୁ ଭେଟିଲେ ନୀଳମାଧବ ସିଂ ଦେଓ: ପ୍ରଦାନ କଲେ ସହାୟତା….

ରିଷିଡା, ୨୩।୬ (ସୁଶାନ୍ତ ମଲ୍ଲିକ): କିଛି ଦିନ ତଳେ ଧରିତ୍ରୀ ଖବରକାଗଜରେ ଏକ ଅସହାୟ ପରିବାରର ଦୁଃଖଦ ଅବସ୍ଥା ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା। କଳାହାଣ୍ଡି ଜିଲା …

TMCର କମାଣ କାହା ହାତରେ? ମମତା ଖେଳିଲେ ବଡ଼ ଗେମ୍‌! ସମସ୍ତେ କାବା…

ନୂଆଦିଲ୍ଲୀ,୨୩।୬: ତୃଣମୂଳ କଂଗ୍ରେସ (TMC)ରେ ବିଦ୍ରୋହ ପରେ ଏବେ ଦଳ ଉପରେ କାହାର ନିୟନ୍ତ୍ରଣ ରହିବ, ସେ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଟିଏମସିର କମାଣ କାହା…

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

ପୁରୀ ଅଠରନଳା ଉପରେ ଚୁଲି ଜାଳି କଲେ ମାଂସ ଭୋଜି, ଭିଡିଓ ଭାଇରାଲ…

ପୁରୀ,୨୩।୬: ପୁରୀର ଐତିହାସିକ ସ୍ଥଳ ଅଠରନଳାରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। କିଛି ବାହାର ରାଜ୍ୟର ମିସ୍ତ୍ରୀ ଅଠରନଳା ଉପରେ ଚୁଲି ଜାଳି ମାଂସ ରାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri