Posted inUncategorized

ଜୀବନ ଯୁଦ୍ଧରେ ହାରିଗଲେ ରଣଜିତ୍‌

ତାଙ୍କ ସଂଳାପ ଚଳଚ୍ଚିତ୍ର ଜଗତକୁ ଦେଉଥିଲା ଶକ୍ତି, ତାଙ୍କ ନିର୍ଦ୍ଦେଶନା ନାଟ୍ୟ ମଞ୍ଚରେ ଭରୁଥିଲା ରୋମାଞ୍ଚ, ତାଙ୍କ ଅଭିନୟ ଥିଲା ତା’ଠୁ ଜୀବନ୍ତ। ହେଲେ ଚଳଚ୍ଚିତ୍ର, ନାଟ୍ୟ ଜଗତର ଏହି ସଫଳ ବ୍ୟକ୍ତିତ୍ୱ ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ, ନାଟ୍ୟକାର, ଅଭିନେତା ତଥା ସାହିତି୍ୟକ ରଣଜିତ୍‌ ପଟ୍ଟନାୟକ ଆଉ ନାହାନ୍ତି। ଲିଭରଜନିତ ରୋଗ ସହ ସଂଘର୍ଷ କରି ଶେଷରେ ହାରିଯାଇଛନ୍ତି। ମଙ୍ଗଳବାର ରାତିରେ କଟକସ୍ଥିତ ନିଜ ବାସଭବନରେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି। ତାଙ୍କର ଅବର୍ତ୍ତମାନ ଚଳଚ୍ଚିତ୍ର, ନାଟକ ଓ ସାହିତ୍ୟ କ୍ଷେତ୍ରରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଥିବାବେଳେ ତାଙ୍କର ସୃଷ୍ଟି, କୃତି ଓ ସାଧନା ଅନ୍ୟମାନଙ୍କ ପାଇଁ ସ୍ମୃତି ଆଉ ପ୍ରେରଣା ହୋଇ ରହିଯିବ ନିଶ୍ଚୟ।

ପ୍ରକାଶିତ ନାଟ୍ୟ ପୁସ୍ତକ: ଚଉକି, ନାକ୍‌ଟା ଚିତ୍ରକର, ଇଚ୍ଛା ବନାମ ପଦ୍ମନାଭ, ଦାନବୀୟ, ମୁକ୍ତି ଏକ ଭୁଲ, ଟିଟୋ, ଗୁଣିଆ ଝାଡେଲୋ ଡାହାଣୀ, ଗୋଇଠା ବାବା, ମନ ତୋହର ନିଜ ଗୁରୁ, ତିତିଲି, ଗାଁ (ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ନାଟକ), ମାର୍ଫତ୍‌ ଈଶ୍ୱର, ହା’କୃଷ୍ଣ ଓ ବଧିର ଈଶ୍ୱର ଅନ୍ୟତମ।

ନିର୍ଦ୍ଦେଶିତ ନାଟକ : ପଳାତକ, ଗୁଣ୍ଡା, ଧୃତରାଷ୍ଟ୍ରର ଆଖି, ମୋର ବା ଦୋଷ କ’ଣ, ହାରାକିରି, ନୟନ ପିତୁଳା, ଭିନ୍ନ ଏକ ଶ୍ମଶାନ ସନ୍ଧାନରେ, ବଧିର ଈଶ୍ୱର, ସଇତାନ କବର ଉପରେ ମୁଁ ମଣିଷ, ଟିଟୋ, ନିରପେକ୍ଷ ନିଦ୍ଦେର୍ଶକ, ଶାମୁକା ସମାଧି, ଆରେ ବାୟା ସବୁ ମାୟା, କାଶୀନାଥ, ଫିକା ଆକାଶ, ଗୋଇଠା ବାବା, ଗାଁ, ଝାଡେଲୋ ଡାହାଣୀ, ଉଭା କୁବେର ପୋତା ସପନ, ବାଘ ଶିକାର, ଆଠ କାନ୍ଥର ଅମରାବତୀ।

ଏକାଙ୍କିକା : ସଇତାନର କବର ଉପରେ ମୁଁ ମଣିଷ, ଆଠ କାନ୍ଥର ଅମରାବତୀ, କସ୍ତୁରୀ, ହୁଏନ୍‌ସାଙ୍କ ଭାରତ ପରିଭ୍ରମଣ, ଚିରକାଳ ମିଦାସ/ଉଭା କୁବେର ପୋତା ସପନ, କାଶୀ ପିଉସୀ, ବାଘ ଶିକାର।

କାବ୍ୟ ପୁସ୍ତକ : ଅକବିର କବିତା, ଫେସ୍‌ବୁକ୍‌ କବିତା ଆଦି।

ଅଭିନୀତ ନାଟକ : ଯଥା ନଳସ୍ୟ ଦମୟନ୍ତୀ, ପରିଶୋଧ, ଯୋଗ ବିଯୋଗ, ପଳାତକ, ଗୁଣ୍ଡା, ସନ୍ନ୍ୟାସୀ, ଅଥଚ ଚାଣକ୍ୟ,ରାଜକୀୟ, କାଳ ପୁରୁଷ, ଆଠ କାନ୍ଥର ଅମରାବତୀ, ମୁଁ ସଇତାନ କହୁଛି, ସ୍ନୋ ହ୍ବାଇଟ୍‌ ଗେଷ୍ଟ ହାଉସ୍‌ , ଧୂଳି ଘରୁ ଆକାଶ ଆଡକୁ, ଇଚ୍ଛା ବନାମ ପଦ୍ମନାଭ, ଆମ ଘରର ହାଲ୍‌ଚାଲ୍‌ ପ୍ରମୁଖ।

ଚଳଚ୍ଚିତ୍ର ଚିତ୍ରନାଟ୍ୟ, ସଂଳାପ, ଗୀତ ରଚନା : ଗୋପରେ ବଢ଼ୁଛି କଳା କହ୍ନେଇ, ରକତ ଚିହ୍ନିଛି ନିଜର କିଏ, ସମୟ ଖେଳୁଛି ଚକା ଭଉଁରୀ, ବର୍ଷା ମାଇଁ ଡାର୍ଲିଂ, ପ୍ରେମ ଋତୁ ଆସିଲାରେ, ମୁଁ ତତେ ଲଭ୍‌ କରୁଛି, ସତ୍ୟମେବ ଜୟତେ, ଇଡିଏଟ୍‌, ମାଟ୍ରିକ୍‌ ଫେଲ୍‌, ମାଟଖୋଜେ ମମତା, ସୁପର ମିଛୁଆ, ଦିୱାନା, ଡନ୍‌, ରୋମିଓ ଦି ଲଭରବୟ, ୱାନ ଫୋର ଥ୍ରି ଆ ଲଭ ୟୁ, ପର୍ଶୁରାମ, ଅଶୋକ ସମ୍ରାଟ, ଶକ୍ତି, ସିଷ୍ଟର୍‌ ଶ୍ରୀଦେବୀ, ଫ୍ରେଣ୍ଡଶିପ୍‌, ଶ୍ରୀମାନ୍‌ ସୁରଦାସ୍‌ ଭଳି ୪୧ଟି।

ଆଲବମ୍‌ ଓ ଧାରାବାହିକର ଗୀତ ରଚନା ସହ ନିର୍ଦ୍ଦେଶନା : ସାଇ ଅମୃତ, ଲକ୍ଷେ ଫଗୁଣ, ଦୁର୍ଗତିନାଶିନୀ ଦୁର୍ଗା, ଜୟ ମା’ମା ଲକ୍ଷ୍ମୀ, ଛାତି ଚଲ୍‌ କଲା, ଟାଇମ୍‌ପାସ୍‌ ।

ଧାରାବାହିକ ସଂଳାପ : ଗୁଣିଆ ଝାଡ଼ିଲେ ଡାହାଣୀ, ମହାଯଜ୍ଞ, ସ୍ବାଭିମାନ, ନୂଆ ବୋହୂ, ସାବିତ୍ରୀ, ପରୀ, ସିନ୍ଦୂର ବିନ୍ଦୁ, ତୋ ଅଗଣାରେ ତୁଳସୀ ମୁଁ, କେମିତି ଏ ବନ୍ଧନ, ମଙ୍ଗଳା ଚରଣ ପ୍ରମୁଖ।

ନାଟକ ଲେଖିବାରେ ସିଦ୍ଧହସ୍ତ ଥିଲେ
ଅତି ପ୍ରତିଭାଧାରୀ ନାଟ୍ୟକାର ଥିଲେ। ମଞ୍ଚ ନାଟକରେ କ୍ୟାରିୟର ଆରମ୍ଭ କରି ତାହା ପରେ ଚଳଚ୍ଚିତ୍ର ଓ ଧାରାବାହିକ ପାଇଁ ସେ ସଂଳାପ ଲେଖୁଥିଲେ। କିନ୍ତୁ ନାଟ୍ୟକର ଭାବେ ସିଦ୍ଧହସ୍ତ ଥିଲେ। ତାଙ୍କ ନିର୍ଦ୍ଦେଶିତ ‘ଗୋଇଠା ବାବା’ ଲୋକପ୍ରିୟ ନାଟକ ଥିଲା। ଚଳିତବର୍ଷ ଏପ୍ରିଲ ୨୭ରେ ତାଙ୍କ ଶେଷ ନାଟକ ‘ଗଣ କବି ବୈଷ୍ଣବ ପାଣି’ ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଥିଲା। ଏହାର ନିର୍ଦ୍ଦେଶନା ଦେବାର ସୁଯୋଗ ମୁଁ ପାଇଥିଲି। ସେ ମୋର ଅତି ଘନିଷ୍ଠ ବନ୍ଧୁ। ନାଟକ ଜଗତର ଜଣେ ଆଗଧାଡ଼ିର ବ୍ୟକ୍ତି ଆମକୁ ଛାଡ଼ି ଚାଲିଯିବା ନିଶ୍ଚିତ ଦୁଃଖଦ।
-ଧୀର ମଲ୍ଲିକ, ନାଟ୍ୟକାର

ଦରଦୀ ମଣିଷ, ସଫଳ ଲେଖକ
ସେ ଜଣେ ଦରଦୀ ମଣିଷ ଓ ସଫଳ ଲେଖକ ଥିଲେ। ଜଣେ ସାହିତ୍ୟ ମନସ୍କ ବ୍ୟକ୍ତିତ୍ୱ। ମୁଁ ତାଙ୍କୁ ଲେଖକ ଜୀବନ ଅପେକ୍ଷା ବ୍ୟକ୍ତିଗତ ସ୍ତରରେ ଅଧିକ ଗୁରୁତ୍ୱ ଦିଏ। ସେ ମୋର ଜଣେ ଭଲ ବନ୍ଧୁ ଥିଲେ। ପରସ୍ପର ଫୋନ୍‌ରେ ସୁଖଦୁଃଖ ବାଣ୍ଟୁଥିଲୁ। ମୋର ଅନେକ ଅନୁଭୂତି ତାଙ୍କ ସହ ଯୋଡ଼ିହୋଇ ରହିଛି। ତାଙ୍କ ସହ ମିଶି କୌଣସି କାମ କରିନି, କିନ୍ତୁ ମୋର କୌଣସି ଚଳଚ୍ଚିତ୍ର ରିଲିଜ ହେଲେ ସେ ମୋତେ ଶୁଭକାମନା ଜଣାନ୍ତି ଆଉ ମୁଁ ମଧ୍ୟ। ତାଙ୍କ ବିୟୋଗରେ ମୁଁ ମ୍ରିୟମାଣ।
-ରଜନୀ ରଞ୍ଜନ ଦାଶ, ସଂଳାପ ଲେଖକ

ଅନିଦ୍ରା ରହି ଲେଖୁଥିଲେ
ସେ ମୋ ସାନଭାଇ। ନାଟ୍ୟ ଜଗତରେ ସେ ଜଣେ ଭିନ୍ନ ଧରଣର ନାଟ୍ୟକାର ଥିଲେ। ସ୍ବତନ୍ତ୍ର ମଣିଷର ସ୍ବତନ୍ତ୍ର ଷ୍ଟାଇଲ, ଯାହା ତାଙ୍କ ନିର୍ଦ୍ଦେଶନାରୁ ବାରି ହୋଇପଡ଼େ। ସେ ଜଣେ କଠିନ ପରିଶ୍ରମୀ ମଣିଷ। ବ୍ୟାଙ୍କରେ ଚାକିରି କରିବା ସହ ନାଟକ, ସିନେମା, ଧାରାବାହିକ ପାଇଁ ତାଙ୍କୁ ରାତି ଅନିଦ୍ରା ରହିବାକୁ ପଡ଼ିଛି। ଗୋଇଠା ବାବା, ତିତିଲି ଆଦି ନାଟକର ନାମରୁ ହିଁ ତାଙ୍କ ନାଟକର ସ୍ବତନ୍ତ୍ରତା ଜଣାପଡ଼େ। ତାଙ୍କ ମୃତ୍ୟୁରେ ବିଶେଷ ଭାବେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।
-ମନୋଜ ପଟ୍ଟନାୟକ , ନାଟ୍ୟକାର

ଜଣେ ସମ୍ପୂର୍ଣ୍ଣ ନାଟ୍ୟକାର
ଆଜୀବନ ଯୁବ ସୁଲଭ ନାଟ୍ୟକାର ଥିଲେ ରଣଜିତ୍‌ ପଟ୍ଟନାୟକ। ସେ ନାଟକରେ ଅଭିନୟରୁ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ନାଟ୍ୟ ନିର୍ଦ୍ଦେଶନା, ସଂଳାପ ରଚନା କରିଥିଲେ। ସେ ଜଣେ ସମ୍ପୂର୍ଣ୍ଣ ନାଟ୍ୟକାର ବୋଲି ମୁଁ ଭାବେ। ନାଟକ ଲେଖା, ନିର୍ଦ୍ଦେଶନା, ଅଭିନୟ ଓ ସାହିତ୍ୟ ଚର୍ଚ୍ଚା – ସବୁଥିରେ ଭାରସାମ୍ୟ ରକ୍ଷା କରିବାରେ ସେ ଥିଲେ ନିଆରା ତଥା ସଫଳ ମଣିଷ। ତାଙ୍କ ସ୍ଥାନ କେହି ପୂରଣ କରି ପାରିବେ ନାହିଁ।
-ସୁବୋଧ ପଟ୍ଟନାୟକ, ନାଟ୍ୟକାର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?