ରାନୀଙ୍କ ନୂଆ ଯୋଜନା

ବେଳେବେଳେ ମଣିଷ ଯାହା ଚାହଁୁଥାଏ ତାହା ଦେଖୁ ଦେଖୁ ପୂରଣ ହୋଇଯାଇଥାଏ। କରୋନା ମହାମାରୀ ଯୋଗୁଁ ଓଡ଼ିଆ ସିନେମାର ଶୁଟିଂ ବନ୍ଦ ଥିଲା। ଏବେ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶୁଟିଂ ଆରମ୍ଭ ହୋଇଯାଇଛି। ତା’ସହ କେତେକ ନୂଆ ସିନେମାର ପ୍ରାରମ୍ଭିକ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ଆଉ ତା’ ଭିତରେ ଏବେ ଆଲବମ୍‌ କୁଇନ୍‌ ରାନୀ ପ୍ରିୟଦର୍ଶିନୀଙ୍କ ଖୁସି କହିଲେ ନ ସରେ। କାରଣ ବର୍ତ୍ତମାନ ତାଙ୍କ ହାତରେ ୨-୩ଟି ନୂଆ ଓଡ଼ିଆ ସିନେମାର ଅଫର ରହିଛି। ଏ ସମ୍ପର୍କରେ ରାଣୀ କହନ୍ତି, ‘ବର୍ତ୍ତମାନ ମୋ ହାତରେ ୨-୩ଟି ଅଫର ରହିଛି ଏବଂ ସେ ସମ୍ପର୍କରେ ଭଲ ଭାବରେ ତର୍ଜମା କରିବା ପରେ ନିଷ୍ପତ୍ତି ନେବି। ଅଭିନୟ ବ୍ୟତୀତ ସମାଜସେବା ମୋର ଏକ ନିଶା। ନିକଟରେ ହୋଇଥିବା ବନ୍ୟା ସମୟରେ ବନ୍ୟାବିପନ୍ନ ଲୋକଙ୍କ ନିକଟରେ ପହଞ୍ଚତ୍ ସେମାନଙ୍କୁ ସାହାଯ୍ୟ କରିଥିଲି। ତା’ସହ ସ୍ବାସ୍ଥ୍ୟଜନିତ ସମସ୍ୟା ଭୋଗୁଥିବା ଦରିଦ୍ର ଲୋକଙ୍କୁ ସବୁବେଳେ ସହଯୋଗର ହାତ ବଢ଼ାଇଥାଏ। ତେଣୁ ଏହାକୁ ମୋ ଜୀବନର ଏକ ଅଙ୍ଗ ଭାବରେ ମୁଁ ଗ୍ରହଣ କରିନେଇଛି। ଆକ୍ଟିଂ ସହ ମୋର ଏହି ଧାରା ଜାରି ରହିବ।’


Enter your email to get our daily news in your inbox.

All Right Reserved By Dharitri.Com

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri