Posted inଖେଳ

ରାଣୀ ଅଧିନାୟିକା, ଦୀପ୍‌ଗ୍ରେସ୍‌ ଓ ସବିତା ଉପଅଧିନାୟିକା

ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ସୋମବାର ଷ୍ଟ୍ରାଇକର ହରିୟାଣାର ରାଣୀ ରାମପାଲ ଅଧିନାୟିକା ଏବଂ ଓଡ଼ିଶାର ଦୀପ୍‌ଗ୍ରେସ୍‌ ଏକ୍କା ଓ ହରିୟାଣାର ସବିତା ପୁନିଆଙ୍କୁ ଉପଅଧିନାୟିକା ଭାବେ ମନୋନୀତ କରାଯାଇଛି। ଟୋକିଓ ଗେମ୍ସ ପାଇଁ ଗତ ସପ୍ତାହରେ ଏକ ୧୬ ଜଣିଆ ଦଳ ଘୋଷଣା କରାଯାଇଥିଲା। ରାଣୀ ଦଳର ନେତୃତ୍ୱ ନେବେ ବୋଲି ଯଦିଓ ନିଶ୍ଚିତ ଥିଲା,କିନ୍ତୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲା। ରାଣୀଙ୍କ ବଳିଷ୍ଠ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ଗତ କିଛିବର୍ଷ ହେଲା ଉଲ୍ଲେଖନୀୟ ସଫଳତା ହାସଲ କରି ଆସୁଛି। ତନ୍ମଧ୍ୟରେ ୨୦୧୭ରେ ଏସିଆ କପ୍‌ ହାସଲ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୧୮ ଏସିଆନ ଗେମ୍ସ ଓ ୨୦୧୮ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ଜିତିପାରିଛି। ୨୦୧୯ରେ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ ମଧ୍ୟ ଜିତିପାରିଛି। ଭାରତ ଆହୁରି ମଧ୍ୟ ରାଣୀଙ୍କ ନେତୃତ୍ୱରେ ଲଣ୍ଡନରେ ଅନୁଷ୍ଠିତ ୨୦୧୮ ଏଫ୍‌ଆଇଏଚ୍‌ ମହିଳା ବିଶ୍ୱକପ୍‌ରେ ପ୍ରଥମ ଥର କ୍ୱାର୍ଟରଫାଇନାଲରେ ପ୍ରବେଶ କରିପାରିଥିଲା। ଅଲିମ୍ପିକ ଗେମ୍‌ ପାଇଁ ରାଣୀଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିବାରୁ ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୀପ୍‌ଗ୍ରେସ୍‌ ଏକ୍କା ଓ ସବିତାଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି। ଏହି ୩ଜଣ ଦୀର୍ଘଦିନ ଧରି ଲିଡରଶିପ୍‌ ଗ୍ରୁପ୍‌ର ଅଂଶବିଶେଷ ରହି ଆସିଛନ୍ତି। ନିଜ ଦାୟିତ୍ୱ ତୁଲାଇବା ସହ କୋର୍‌ ଗ୍ରୁପ୍‌ରେ ବହୁ ୟଙ୍ଗଷ୍ଟାରଙ୍କୁ ଦିଗ୍‌ଦର୍ଶନ ଦେଇ ଆସିଛନ୍ତି। ଦୁଇଜଣଙ୍କୁ ଉପଅଧିନାୟକ କରାଯିବା ଯଥାର୍ଥ ବୋଲି ସେ କହିଛନ୍ତି। ଏହା ଦ୍ୱାରା ଭବିଷ୍ୟତ ପାଇଁ କୋର୍‌ ରିଜର୍ଭ ଗ୍ରୁପ୍‌ ଅଧିକ ଶକ୍ତିଶାଳୀ ହୋଇପାରିବ। ଟୋକିଓ ଗେମ୍ସରେ ଆମେ ବଡ଼ ସଫଳତା ହାସଲ କରିବା ଲାଗି ଲକ୍ଷ୍ୟ ରଖିଛୁ। ତେଣୁ ଏହି ୩ଜଣଙ୍କ ଭୂମିକା ଓ ଅଭିଜ୍ଞତା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri