୩ ଜିଲାରେ ଜମି କିଣିଛି ରଙ୍ଗିଲା ସତ୍ୟଜିତ

ଭୁବନେଶ୍ୱର,୧୧ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ବହୁ ମହିଳାଙ୍କୁ ବିବାହ ବାହାନାରେ ଲକ୍ଷ ଲକ୍ଷ ଟଙ୍କା, ଗାଡ଼ି ଆଦି ଠକିଥିବା ସତ୍ୟଜିତ ସାମଲଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ। ଶନିବାର ସକାଳେ ତାଙ୍କୁ ଝାରପଡ଼ା ଜେଲରୁ ଆଣିବା ପରେ ମାରାଥନ ଜେରା ଚାଲିଛି। ତେବେ ଜେରା ବେଳେ ପୋଲିସ ଏହି ରସିକିଆ ଠକଙ୍କ ସାମ୍ରାଜ୍ୟର ଆଉ ଏକ ନୂଆ ତଥ୍ୟ ପାଇଛି। ଅଭିଯୁକ୍ତ ସତ୍ୟଜିତ ପୁରୀ ମାଳତିପାଟପୁରରେ ଏକ ଜମି କିଣିଥିବା ତଦନ୍ତ ବେଳେ ଜଣାପଡିଛି। ତେଣୁ ଏହି ଜମିର ସବିଶେଷ ତଥ୍ୟ ଦେବା ସହ ତାହାକୁ ଫ୍ରିଜ୍‌ କରିବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଚିଠି ଲେଖାଯାଇଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେହିପରି କଟକ, ଭୁବନେଶ୍ୱର ଓ ଯାଜପୁରରେ ସତ୍ୟଜିତ ଜମି କିଣିଥିବା ସନ୍ଦେହ କରାଯାଉଥିବାରୁ ପୋଲିସ ଅଧିକ ଖୋଳତାଡ ଜାରି ରଖିଛି। ସେହିପରି ସତ୍ୟଜିତଙ୍କଠାରୁ ଜବତ ପାସ୍‌ପୋର୍ଟକୁ ନେଇ ମଧ୍ୟ ତଦନ୍ତ ଚାଲିଛି। ସତ୍ୟଜିତ ଗତ ୩ ବର୍ଷ ଭିତରେ କେଉଁ ଦେଶକୁ ଯାଇଛନ୍ତି, ଏବାବଦକୁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ସେସବୁ ଟଙ୍କା ଆଉ କାହାଠାରୁ ଆଣିଛନ୍ତି, ତାହାର ତଥ୍ୟ ଜାଣିବା ପାଇଁ ଉଦ୍ୟମ ଚାଲିଛି। ଅନ୍ୟପକ୍ଷରେ ଜବତ ହୋଇଥିବା ନଗଦ ଟଙ୍କା ସହ ସତ୍ୟଜିତଙ୍କ ମୋଟ ୩୮ ଲକ୍ଷ ଟଙ୍କାର ସମ୍ପତ୍ତି ଫ୍ରିଜ୍‌ ହୋଇସାରିଛି। ଏବେ ଜମି ମିଳିଥିବାରୁ ଆଗକୁ ଆହୁରି ଅଧିକ ସମ୍ପତ୍ତି ଫ୍ରିଜ୍‌ ପାଇଁ ପଦକ୍ଷେପ ନିଆଯିବ। ଏଯାବତ୍‌ ସତ୍ୟଜିତଙ୍କ ବିରୋଧରେ ଠକେଇର ଶିକାର ହୋଇଥିବା ୩ଜଣ ମହିଳା କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ସମ୍ମାନ ହାନି ଆଶଙ୍କାରେ ଅନ୍ୟ ମହିଳାମାନେ ଆଗକୁ ଆସିବାକୁ ଚାହୁଁ ନ ଥିବାରୁ ସେମାନଙ୍କ ସହ ସ୍ବତନ୍ତ୍ର ପୋଲିସ ଟିମ୍‌ ଯୋଗଯୋଗରେ ଥିବା ସୂଚନା ଦିଆଯାଇଛି।
ଘଟଣାରୁ ପ୍ରକାଶ ଯେ, ସତ୍ୟଜିତ ନିଜକୁ ପୋଲିସ, ସିବିଆଇ ଅଫିସର ଭଳି ଭିନ୍ନ ଭିନ୍ନ ପରିଚୟ ଦେଇ ମାଟ୍ରିମୋନିଆଲ ସାଇଟରେ ୪୯ରୁ ଅଧିକ ମହିଳାଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ବହୁ ମହିଳାଙ୍କ ସହ ବିବାହ ଏଗ୍ରିମେଣ୍ଟ କରି ଶାରୀରିକ ସମ୍ପର୍କ ରଖିବା ସହ ଠକେଇ କରିଥିଲେ। ତେବେ କ୍ୟାପିଟାଲ ଥାନାରେ ଏତଲା ଦେଇଥିବା ୩ଜଣ ମହିଳାଙ୍କ ମଧ୍ୟରୁ ସତ୍ୟଜିତ୍‌ ଜଣଙ୍କଠାରୁ ୩୬ଲକ୍ଷ ଟଙ୍କା ଓ କାର୍‌ ନେଇଥିବାବେଳେ ଅନ୍ୟଜଣଙ୍କଠାରୁ ୮ଲକ୍ଷ ଟଙ୍କା ଓ ଏକ ବୁଲେଟ ଠକି ନେଇଛନ୍ତି। ସେହିଭଳି ବ୍ରହ୍ମପୁରର ଜଣେ ମହିଳାଙ୍କଠାରୁ ୧.୬୦ ଲକ୍ଷ ଟଙ୍କା ନଗଦ ଆକାରରେ ନେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ତେବେ ପ୍ରଥମ ଦୁଇ ମହିଳାଙ୍କ ଅଭିଯୋଗ ପରେ ସତ୍ୟଜିତ୍‌ଙ୍କୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରୁ ଛଟେଇ, ଧାରଣାରେ ବସିଲେ

ଛତ୍ରପୁର,୭ା୫(ଦିଲୀପ ସାମଲ): ଛତ୍ରପୁର ବ୍ଲକ ବଡ଼ ମାଧପୁର ପଞ୍ଚାୟତରେ ଏମ୍‌ବିକେ ଭାବେ କାର୍ଯ୍ୟରତ ମଞ୍ଜୁ ବେହେରାଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି। ବିନା କାରଣରେ ତାଙ୍କୁ ବହିଷ୍କାର କରାଯାଇଥିବା…

ପୁଣି କୋଟିଆ ବିବାଦ: ଜନଗଣନା କରୁଛନ୍ତି ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୭।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଥମିବାର ନା ଧରୁନାହିଁ। ଅନ୍ୟପକ୍ଷେ ଓଡ଼ିଶାକୁ ଚେକ୍‌ ଦେବାରେ ପଛଘୁଞ୍ଚା…

ବିଜୟଙ୍କ ସମର୍ଥନରେ ବାହାରିଲେ କମଲ ହାସନ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ, ଅଭିନେତା ବିଜୟଙ୍କ ଦଳ, ‘ତାମିଜାଗା ଭେଟ୍ରି କାଝାଗମ’ (ଟିଭିକେ), ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ଫଳସ୍ବରୂପ, ରାଜ୍ୟରେ ସରକାର…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରାମଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏପରିକି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ…

ସରକାର ଗଠନ ପାଇଁ ବିଜୟଙ୍କ ନୂଆ ପ୍ଲାନ: ଏହି ଦଳଠାରୁ ସମର୍ଥନ ଲୋଡିଲେ, ବିଧାୟକମାନଙ୍କୁ ରିସର୍ଟକୁ ସ୍ଥାନାନ୍ତରିତ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଅଭିନେତା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ଏବେ ଜଣେ ଅତିରିକ୍ତ ବିଧାୟକଙ୍କ…

ଶ୍ୱଶୁର ଘରୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଥୁଆମୂଳ ରାମପୁର, ୭ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଡୁମେରପଦର ମୁଖ୍ୟ ରାସ୍ତାର ଲାଠିଆଗୁଡ଼ା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀଙ୍କ ମୃତ୍ୟୁ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri