ଗିରଫ ହେବେ ରେଞ୍ଜର, ଫରେଷ୍ଟର

ଭୁବନେଶ୍ୱର, ୨୮ା୬(ବ୍ୟୁରୋ):ବନ ବିଭାଗକୁ ପଡ଼ିଛି ଶନି ଦଶା। ଆଠଗଡ଼ ପରେ ଅନୁଗୋଳ ସାତକୋଶିଆ ବନଖଣ୍ଡରେ ହାତୀ ମଡ଼କ ଦେଖାଯାଇଛି। ସାତକୋଶିଆ ବନଖଣ୍ଡର ସଂଲଗ୍ନ ନରସିଂହପୁର ଜିଲିଣ୍ଡା ବନାଞ୍ଚଳରେ ୧୪ମାସ ତଳେ ୨୦ ବର୍ଷର ଦନ୍ତା ହାତୀକୁ ମାରି ଲୁଟେରାମାନେ ଦାନ୍ତ ଲୁଟି ନେବା ଘଟଣାରେ ଜିଲିଣ୍ଡା ବନାଞ୍ଚଳ ଅଧିକାରୀ ହରିଶ୍ଚନ୍ଦ୍ର ପ୍ରଧାନଙ୍କର ସମ୍ପୃକ୍ତି ରହିଛି। ଏ ନେଇ ଜଗୁଆଳୀ (ଓ୍ବାଚର) ଜେରା ସମୟରେ ମାନିଛନ୍ତି। ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି, ଏହି ଘଟଣାରେ ପୂର୍ବରୁ ୩ ଜଣ ଓ୍ବାଚରଙ୍କୁ ଗିରଫ କରାଯାଇଥିବା ବେଳେ ରେଞ୍ଜର ଓ ଫରେଷ୍ଟର ଫେରାର ଅଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବାକୁ ପ୍ରୟାସ ଚାଲିଛି। ଏପରିକି ସେମାନଙ୍କ ବିରୋଧରେ ଆପରାଧିକ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ୍‌ ପଲ୍‌ ସୋମବାର କହିଛନ୍ତି।
ସୂଚନାଯୋଗ୍ୟ, ହାତୀ କଙ୍କାଳ ମିଳିବା ପରେ ଜିଲିଣ୍ଡା ବନାଞ୍ଚଳ ଅଧିକାରୀ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ସମେତ ବନପାଳ ସହଦେବ ସୋରେନ ଏବଂ ବନରକ୍ଷୀ ଅନୁପମା ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଘଟଣା ପରେ ଫେରାର ଥିବା ଜିଲିଣ୍ଡା ରେଞ୍ଜର ହରିଶ୍ଚନ୍ଦ୍ର ପ୍ରଧାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିବା ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସାତକୋଶିଆ ଅଭୟାରଣ୍ୟ ଅଧୀନ ଜିଲିଣ୍ଡା ରେଞ୍ଜ୍‌ ଜୁଡୁମ ସେକ୍ସନ ସତ୍ୟଜୟପୁର ଡିପିଏଫ୍‌ ଜଙ୍ଗଲରୁ ଗତ ଗୁରୁବାର ଏକ ହାତୀ କଙ୍କାଳ ଜବତ ହୋଇଥିଲା। ୨୦୨୧ ମେ’ରେ ଶିକାରୀମାନେ ଉକ୍ତ ହାତୀ ଶିକାର କରିଥିଲେ। ଦାନ୍ତ ବାହାର କରିନେବା ପରେ ହାତୀ ମୃତଦେହକୁ ପୋତି ଦେଇଥିଲେ। ବନ ବିଭାଗର କେତେଜଣ କର୍ମଚାରୀ ଏବଂ ପଦସ୍ଥ ଅଧିକାରୀଙ୍କ ଜାଣତରେ ଏହି ଘଟଣା ଘଟିଥିଲା। ଏହାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା। ତେବେ ଗତ ୨୩ ତାରିଖରେ ହାତୀ କଙ୍କାଳ ଜବତ ହେବା ପରେ ହାତୀ ଶିକାର ଘଟଣା ପଦାକୁ ଆସିଥିଲା। ଏହି ଘଟଣାରେ ନଥପଡ଼ା ଗ୍ରାମର ସୁରେଶ ଚନ୍ଦ୍ର ପ୍ରଧାନ, ଶିଶୁପଥର ଗ୍ରାମର ଅମର ଅମାନ୍ତ ଏବଂ ପ୍ରମୋଦ ବେହେରା ୩ ଓ୍ବାଚରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?