ଗଙ୍ଗାବାଡ଼ରେ ସରକାରୀ ଯୋଜନା ସାତସପନ

ପାରଳାଖେମୁଣ୍ଡି,୧୩।୩ (ଡି.ଏନ୍‌.ଏ): ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାବାଡ ଗ୍ରାମ ଏବେ ବି ଅପହଞ୍ଚ ହୋଇପଡିଛି। ରାସ୍ତାଘାଟ ନ ଥିବାରୁ ନିଜ ନିଜ ପିଲାମାନଙ୍କୁ ଗ୍ରାମବାସୀ ପାଠପଢାରେ ଡୋରି ବାନ୍ଧିଛନ୍ତି। ବ୍ଲକର ଦୁର୍ଗମ ତଥା ଅପହଞ୍ଚ ଇଲାକା ଭାବେ ରମ୍ପା ପଞ୍ଚାୟତରେ ଏହି ଗଙ୍ଗାବାଡ ଗ୍ରାମ ରହିଛି । ୩୦ରୁ ଊର୍ଦ୍ଧ୍ୱ ଘର ଏବଂ ୧୬୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ସରକାରୀ ଯୋଜନା ପହଞ୍ଚିବା ଏକ ପ୍ରକାର କଷ୍ଟସାଧ୍ୟ ହେଉଛି। ଗ୍ରାମବାସୀମାନେ ମୁଖ୍ୟକରି ଜଙ୍ଗଲ ଜାତ ଦ୍ରବ୍ୟ କିମ୍ବା ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଗ୍ରାମକୁ ମୁଖ୍ୟରାସ୍ତାଠାରୁ ରାସ୍ତାଘାଟ ନ ଥିବାରୁ ଲୋକେ ନିଜ ନିଜ ପିଲାଛୁଆଙ୍କୁ ପାଠ ପଢାରେ ଏକ ପ୍ରକାର ଡୋରି ବାନ୍ଧୁଛନ୍ତି। ଗ୍ରାମର ପିଲାମାନେ ଛେଳି ଚରାଇବା କିମ୍ବା ପରିବାରଜନଙ୍କୁ କାର୍ଯ୍ୟରେ ସହାୟତା କରୁଥିବାର ପ୍ରକାଶ କରିଛନ୍ତି। ପାଠପଢା ବିଷୟରେ ପଚାରିଲେ କହୁଛନ୍ତି ଯେ, ରାସ୍ତାଘାଟ ନ ଥିବା ଏବଂ ୭ରୁ ୮କିମି ରାସ୍ତା ଅତିକ୍ରାନ୍ତ କଲେ ବିଦ୍ୟାଳୟ ରହିଛି। ଆଉ ଏହି ବନଘେରା, ଘାଟି ସାଙ୍ଗକୁ କଦର୍ଯ୍ୟମୟ ରାସ୍ତାରେ ଚାଲି ଚାଲି ଯିବା ଅସମ୍ଭବ ଓ ସୁରକ୍ଷା ନଥିବାରୁ ପାଠ ପଢାରୁ ବାଦ୍‌ ପଡିଛୁ। ପରିଜନମାନେ ୭ରୁ୮ କିମି ଦୂରରେ ଥିବା ଦେଉଳା ଗ୍ରାମଠାରେ ଥିବା ବିଦ୍ୟାଳୟକୁ ଛାଡିବାକୁ ଅମଙ୍ଗ ହେଉଛନ୍ତି । ହାତଗଣତି ପିଲାମାନେ ବିଦ୍ୟାଳୟରେ ପଢୁଛନ୍ତି। ଦେଉଳା ଠାରେ ଥିବା ଛାତ୍ରାବାସରେ କେବଳ ଛାତ୍ରଙ୍କ ଲାଗି ହଷ୍ଟେଲ ସୁବିଧା ଅଛି, ହେଲେ ଛାତ୍ରୀମାନଙ୍କ ଲାଗି ହଷ୍ଟେଲ ନ ଥିବାରୁ ଗ୍ରାମର ପ୍ରାୟ ବାଳିକାମାନେ ପଢିବା ପାଇଁ ମନସ୍ତ କରିଥିଲେ ମଧ୍ୟ ପାହାଡିଆ ଅଙ୍କାବଙ୍କା ରାସ୍ତା ସାଙ୍ଗକୁ ଜଙ୍ଗଲି ଜନ୍ତୁଙ୍କୁ ଭୟ କରୁଛନ୍ତି। ଏପରି କାରଣ ଯୋଗୁ ଅଭିଭାବକମାନେ ପିଲାମାନଙ୍କୁ ଛାଡିବାକୁ ମଙ୍ଗୁନାହାନ୍ତି । ତଥାପି ଗ୍ରାମର ପ୍ରାୟ ୫ରୁ୬ଜଣ ବାଳିକା ଦୈନନ୍ଦିନ ଏହି ପାହାଡିଆ ତଥା ବନଘେରା ରାସ୍ତା ଦେଇ ପାଦଚଲାରେ ଦେଉଳାଠାରେ ଥିବା ବିଦ୍ୟାଳୟରେ ପଢୁଛନ୍ତି। ସେହିପରି କେତେକ ହାତଗଣତି ପିଲାମାନେ ଗୁରାଣ୍ଡିଠାରେ ଥିବା କଲେଜରେ ପଢୁଛନ୍ତି। ସେଠାରେ ମଧ୍ୟ କେବଳ ଛାତ୍ରଙ୍କ ଲାଗି ଛାତ୍ରାବାସ ରହିଛି । ଛାତ୍ରୀବାସ ନ ଥିବାରୁ କଲେଜରେ ଛାତ୍ରୀମାନଙ୍କ ସଂଖ୍ୟା ନଥିବାର ଜଣାପଡିଛି ।

ସୂଚନାଯୋଗ୍ୟ, ଗଙ୍ଗାବାଡ ଗ୍ରାମ ଦେଉଳା ଗ୍ରାମ ଠାରୁ ୭ରୁ୮କିମି ମଧ୍ୟରେ ରହିଛି । ଦେଉଳାଠାରୁ ଏହି ଗ୍ରାମକୁ ଯିବାକୁ ହେଲେ କେବଳ ବାଇକ ଛଡା ଅନ୍ୟ କୌଣସି ଯାନବାହନ ଯିବାର ପ୍ରଶ୍ନ ଉଠୁନି । ମାଟି ପଥୁରିଆ ରାସ୍ତା ସାଙ୍ଗକୁ ବିପଦପୂର୍ଣ୍ଣ ଘାଟି ରହିଛି । ଏନେଇ ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜନସାଧାରଣ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରଇଛନ୍ତି । ହେଲେ ଫଳ ଶୂନ୍ୟ। ଗ୍ରାମବାସୀ କହିବା ମୁତାବକ, ଗ୍ରାମରେ ଜରୁରିକାଳୀନ ପରିସ୍ଥିତି ତଥା ବିଶେଷ କରି ପ୍ରସୂତିଙ୍କୁ ନେବା କିମ୍ବା ରୋଗୀଙ୍କୁ ନେବା ଆଣିବା ପାଇଁ ଦୋଳା ହିଁ ସାହା ଭରସା। ଯଦି କେହି ଗର୍ଭବତୀ ହୁଅନ୍ତି ଦେଉଳା ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘରେ ରହିଥାନ୍ତି । କାରଣ ଦେଉଳା ଗ୍ରାମଠାରୁ ଯାତାୟାତ କରିବାର ସୁବିଧା ସୁଯୋଗ ରହିଛି । ଦୁର୍ଗମ ଅଞ୍ଚଳରେ ରହିଥିବାରୁ ପ୍ରଶାସନିକ ଅଧିକାରୀମାନେ ପାଦ ପକାଇବା ତ ଦୂରର କଥା ଆଡଆଖିରେ ଦୃଷ୍ଟି ମଧ୍ୟ ପକାଉ ନାହାନ୍ତି। ଲିଖିତ ଭାବେ ସମସ୍ୟା ଜଣାଇଲେ ଅଧିକାରୀମାନେ କେବଳ ମୌଖିକ ଭାବେ ସମସ୍ୟା ଦୂରକରାଯିବ ବୋଲି ପ୍ରତିଶ୍ରୁତି ମିଳୁଥିବାର ଜଣାଇଛନ୍ତି। ସେହପରି ରାଶନ ଆଣିବାକୁ ହେଲେ ପ୍ରତ୍ୟେକ ମାସରେ ପଞ୍ଚାୟତ ସଦର ମହକୁମା ରମ୍ପା ଗ୍ରାମକୁ ଯିବାକୁ ପଡେ । ଏଠାକାର ଲୋକେ ସକାଳୁ ପାଦଚଲା ବନ ଘାଟି ରାସ୍ତା ପାର କରି ଦେଉଳା ଗ୍ରାମରେ ପହଞ୍ଚିଥାନ୍ତି। ପରେ ବିଭିନ୍ନ ଯାନବାହନ ସାହଯ୍ୟରେ ଏଗଁାରୁ ରମ୍ପାଠାରେ ପହଞ୍ଚି କାର୍ଯ୍ୟ ସମ୍ପାଦନ କରି ସଞ୍ଜ ସମୟରେ ଗ୍ରାମକୁ ଫେରିଥାନ୍ତି। ୨୦୧୮ରେ ତିତ୍‌ଲି ମହାବାତ୍ୟାରେ ଏହି ଗ୍ରାମରେ ବ୍ୟାପକ ଘର ନଷ୍ଟ ହୋଇଥିଲା । ଏହାକୁ ଲକ୍ଷ୍ୟକରି ଜିଲା ପ୍ରଶାସନ ଏକ ସମତୁଲ ସ୍ଥାନରେ ୮ଟି ବିଜୁ ପକ୍କାଘର ନିର୍ମାଣ କରିଛନ୍ତି। ହେଲେ କୌଣସି ଲୋକେ ବାସ କରୁ ନ ଥିବାର ଦେଖିବାକୁ ମିଳିଛି । ମୁଖ୍ୟ କରି ରାସ୍ତା ନ ଥିବାରୁ ଗ୍ରାମବାସୀ ଏକ ପ୍ରକାର ଅଭିଶପ୍ତ ଜୀବନ ବିତାଉଥିବାର ପ୍ରକାଶ କରିଛନ୍ତି । ସ୍ଥାନୀୟ ପ୍ରଶାସନ କିମ୍ବା ଜିଲା ପ୍ରଶାସନ ଗଙ୍ଗାବାଡ ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ବନ୍ୟାଜଳ, ବଢୁଛି ଦୁର୍ଦ୍ଦଶା

ଚଣ୍ଡିଖୋଲ, ୩୧।୮ (ଡି.ଏନ୍‌.ଏ.): ବିରୂପା, କେଲୁଅ ଓ ଗେଙ୍ଗୁଟି ନଦୀରେ ବନ୍ୟା ଯୋଗୁ ବଡ଼ଚଣା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି...

ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୨।୧୦- ବାଲେଶ୍ୱର ନେସ୍କୋ ଶକ୍ତି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ କାର୍ଯ୍ୟାଳୟରେ ରବିବାର ହରିଶ୍‌ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।...

ଭିତ୍ତିଭୂମିର ହେଉନି ବିକାଶ; ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀ: ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ମା’ ଗଡ଼ଚଣ୍ଡୀ

ହାଟଡିହୀ,୧୭। ୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ଅବସ୍ଥିତ ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର। ସାକ୍ଷତ ଦେବୀ ରୂପେ କାହିଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି।...

ସିଏଏ, ଏନ୍‌ଆରସିକେ ନେଇ ଉଠୁଛେ ପଡ଼ୁଛେ ଦେଶ୍‌: ନିଜର ମାଟିରେ ଠିକାନା ଖୁଜୁଛନ୍‌ ଲୋକ୍‌

ପର୍ଲା, ୨୯।୧ (ଡି.ଏନ୍‌.ଏ.)-ସିଏଏ ଆର ଏନ୍‌ଆରସିକେ ନେଇ ଏହେଦେ ଦେଶ୍‌ ଉଠୁଛେ ପଡ଼ୁଛେ। ଇଆଡ଼େ ଦେଶ୍‌ ସୁଆଧୀନ ହେବାର ୭୦ ବଛର ବିତିଯାଇଥିଲେ ବି ଲୋକ୍‌...

ଇଟାଲି ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ୍‌

କଟକ ଅଫିସ,୧୬।୩: କରୋନା ସନ୍ଦେହରେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଯୁବକଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତାଙ୍କ ଘର କଟକରେ ହୋଇଥିବା ବେଳେ ସେ...

କଫ ସିରପ ଜବତ :୨ ଅଟକ, ଜଣେ ଫେରାର

ଝାରସୁଗୁଡ଼ା ଅଫିସ,୯।୩: ଝାରସୁଗୁଡ଼ା ସହର ମଙ୍ଗଳ ବଜାର ନିକଟସ୍ଥ ମିଲତ କଲୋନୀରେ ସୋମବାର ଝାରସୁଗୁଡ଼ା ପୋଲିସ ପକ୍ଷରୁ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ୨୦୦ରୁ ଅଧିକ...

ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ମିଳୁନି

ଜଗତ୍‌ସିଂହପୁର ଅଫିସ, ୨୧ା୧୧: କେନ୍ଦ୍ର ହେଉ କି ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। କିନ୍ତୁ ଏସବୁ ଯୋଜନା ବାଟବଣା ହେଉଛି। ପ୍ରକୃତ...

ନାବାଳିକା ଗାଧୋଇବା ବେଳେ ଭିଡିଓ ରେକର୍ଡିଂ କରି ଯୁବକ ଗିରଫ

ବାରିପଦା ଅଫିସ,୧୪।୮: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ଜଣେ ଯୁବକ ଗିରଫ...

Advertisement
Archives

Model This Week