ଗର୍ଲଫ୍ରେଣ୍ଡଙ୍କୁ ଏମିତି ସବୁ ଉପହାର ଦେବା ଶୁଣି ମୁଣ୍ଡରେ ହାତ ଦେଲେ ରଣବୀର କପୁରଙ୍କ ମା’

ଟିଭି କମେଡି ଶୋ’ ‘ଦି କପିଲ ଶର୍ମା ଶୋ’ରେ ଏଥର କପୁର ପରିବାରର ବିଶେଷ ଅତିଥିମାନେ ଆସିବାକୁ ଯାଉଛନ୍ତି। ଅଭିନେତ୍ରୀ ନୀତୁ କପୁର ଏବଂ ତାଙ୍କ ଝିଅ ରିଦ୍ଧିମା କପୁର ସାହନିଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ଦେଖିବାକୁ ମିଳିବ । କପିଲ ମା- ଝିଅ ଯୋଡିଙ୍କ ସହ କିଛି ମଜାଦାର ବାର୍ତ୍ତାଳାପ କରିବେ। ଏହି ଶୋ’ରେ ପ୍ରଥମ ଥର ପାଇଁ ମା- ଝିଅ ଯୋଡି ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଶୋ’ର ଏକ ପ୍ରୋମୋ ସାମ୍ନାକୁ ଆସିଛି, ଯେଉଁଥିରେ ରିଦ୍ଧିମା ତାଙ୍କ ଭାଇ ତଥା ବଲିଉଡ ଅଭିନେତା ରଣବୀର କପୁରଙ୍କ ପୋଲ୍‌ ଖୋଲୁ ଥିବା ଦେଖିବାକୁ ମିଳିବ। ‘ଦି କପିଲ ଶର୍ମା ସୋ’ର ଏହି ପ୍ରୋମୋକୁ ରିଦ୍ଧିମା ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ରଣବୀର ନୀତୁ କପୁରଙ୍କ ସାମ୍ନାରେ ସିଧା ଦେଖାଯାଉଛନ୍ତି, କିନ୍ତୁ ରିଦ୍ଧିମା ତାଙ୍କର ଅସଲ ରୂପ ଦେଖିଛନ୍ତି’ ପୁଅର କାର୍ଯ୍ୟ ଶୁଣି ମା’ ମଧ୍ୟ ମୁଣ୍ଡରେ ହାତ ଦେଇଥିଲେ। ଏହି ପ୍ରୋମୋରେ କପିଲ ରିଦ୍ଧିମାଙ୍କୁ ପଚାରିଛନ୍ତି ଯେ, ଏହା ସତ କି ଯେତେବେଳେ ତୁମେ ଲଣ୍ଡନରେ ପଢୁଥିଲ ଭାଇ କିଛି ନ ଜଣାଇ ତୁମ ଜିନିଷ ଅନ୍ୟକୁ ଉପହାର ଦେଉଥିଲେ । ଏହା ଶୁଣି ରିଦ୍ଧିମା ମୁଣ୍ଡ ନୁଆଁଇ ହସି କହିଲେ, ହଁ, ମୁଁ ସେତେବେଳେ ଲଣ୍ଡନରେ ପଢୁଥିଲି। ମୁଁ ଯେତେବେଳେ ଘରକୁ ଆସିଲି, ଦିନେ ତାଙ୍କର ଜଣେ ମହିଳା ବନ୍ଧୁ ମୋତେ ଭେଟିବାକୁ ଘରକୁ ଆସିଥିଲେ। ଠିକ ସେତିକିବେଳେ ନୀତୁ ବାଧା ଦିଅନ୍ତି … ସମସ୍ତେ ହସିବାକୁ ଲାଗିଲେ ଏବଂ ରିଦ୍ଧିମା କୁହନ୍ତି, ତା’ପରେ ମୁଁ ଦେଖିଲି ସେ ପିନ୍ଧିଥିବା ଉପରଟି ମୋର ପରି । ଯାହା ମୁଁ ପାଇ ନାହିଁ ପରେ ମୁଁ ଜାଣିଲି ଯେ ସେ ମୋ ଜିନିଷକୁ ଚୁପଚାପ ବାହାର କରି ତାଙ୍କୁ ଉପହାର ଦେଉଛନ୍ତି । ଏହା ଶୁଣି ସମସ୍ତେ ଜୋରରେ ହସିବାକୁ ଲାଗିଲେ ଏବଂ ନୀତୁ ତାଙ୍କ ମୁଣ୍ଡରେ ହାତରେ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri