Posted inଜାତୀୟ

ରାଣା କପୁରଙ୍କୁ ଜାମିନ

ମୁମ୍ବାଇ,୧୭ା୨: ଋଣ ହେରଫେର ମାମଲାରେ ଜେଲରେ ଥିବା ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଜାମିନ ପାଇଛନ୍ତି। ମୁମ୍ବାଇର ଏକ ପିଏମ୍‌ଏଲ୍‌ଏ କୋର୍ଟ ସ୍ବତନ୍ତ୍ର ବିଚାରପତି ଏମ୍‌.ଜି. ଦେଶପାଣ୍ଡେ ବୁଧବାର ରାଣା, ଅବନ୍ଥା ଗ୍ରୁପ୍‌ର ଗୌତମ ଥାପର ଓ ଅନ୍ୟ ୭ ଅଭିଯୁକ୍ତଙ୍କୁ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ତେବେ ରାଣା ଓ ଗୌତମଙ୍କ ବିରୋଧରେ ଅନ୍ୟ କେତେକ ମାମଲା ବିଚାରାଧୀନ ଥିବାରୁ ଉଭୟେ ଏବେ ଜେଲରୁ ବାହାରିପାରିବେ ନାହିଁ।
ଏହି ମାମଲାରେ ୟେସ୍‌ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରାଣା କପୁର, ତାଙ୍କ ସ୍ତ୍ରୀ ବିନ୍ଦୁ କପୁର ଓ ଅଓ୍ବନ୍ଥା ଗ୍ରୁପ୍‌ ପ୍ରମୋଟର ଗୌତମ ଥାପର ସମ୍ପୃକ୍ତ। ୨୦୧୭ରୁ ୨୦୧୯ ମଧ୍ୟରେ ଅବନ୍ଥା ରିୟଲିଟି ଲିଃ (ଏଆର୍‌ଏଲ୍‌) ଅଧୀନ ହୋଲ୍ଡିଂ କମ୍ପାନୀ ଓୟଷ୍ଟର ବିଲ୍ଡଓ୍ବେଲ୍‌ ୟେସ୍‌ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନ ଥିଲା। ରାଣା ଏଆର୍‌ଏଲ୍‌କୁ ଋଣ ମଞ୍ଜୁର କରିବା ପାଇଁ ଲାଞ୍ଚ ଆକାରରେ ନୂଆଦିଲ୍ଲୀର ଶେର୍ଗିଲ ମାର୍ଗ ବଙ୍ଗଳାକୁ ଉକ୍ତ କମ୍ପାନୀଠାରୁ ୩୮୪ କୋଟି ଟଙ୍କାରେ ନେଇଥିଲେ, ଯାହାକି ପ୍ରକୃତ ବଜାର ମୂଲ୍ୟଠାରୁ ବହୁତ କମ୍‌। କେବଳ ଏତିକି ନୁହେଁ, ଏଆର୍‌ଏଲ୍‌ ଉପରେ ଋଣ ବକେୟା ଥାଇ ସୁଦ୍ଧା ସେ ଏହାକୁ ଅତିରିକ୍ତ ୨,୫୦୦ କୋଟି ଟଙ୍କାର କ୍ରେଡିଟ୍‌ ଫାସିଲିଟି ଦେଇଥିଲେ। ପରେ ସେ ଆହୁରି ୪୦୦ କୋଟି ଟଙ୍କାର ଋଣ ଦେଇଥିଲେ ବୋଲି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦର୍ଶାଇଥିଲା। ଏହି ମାମଲାରେ ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଣାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହା ପୂର୍ବରୁ ଇଡି ଏନେଇ ରାଣା, ତାଙ୍କ ସ୍ତ୍ରୀ ଏବଂ ଗୌତମଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣି ଏକ ମନି ଲଣ୍ଡରିଂ ମାମଲା ଦାଏର କରିଥିଲା। ୟେସ୍‌ ବ୍ୟାଙ୍କ ଜାଲିଆତି ମାମଲା ସାମ୍ନାକୁ ଆସିବା ପରେ ୨୦୨୦ ମାର୍ଚ୍ଚରେ ରାଣା ଗିରଫ ହୋଇ ନଭି ମୁମ୍ବାଇର ତଲୋଜା ଜେଲରେ ଅଛନ୍ତି। ସେହିପରି ଗୌତମଙ୍କୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri