ଯକ୍ଷ୍ମା ରୋଗରେ ପୀଡିତ ରମେଶ, ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୋହନା, ୨୫।୩(ମ୍ନମଥ ମିଶ୍ର): ମୋହନା ସହରଠାରୁ ମାତ୍ର ଦୁଇ କି.ମି. ଦୂର ଲେକାପଦର ଗାଁର ରମେଶ ମଳିକ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସେ ଅର୍ଥ ଅଭାବରୁ ଚିକିତ୍ସା କରିପାରୁନାହାନ୍ତି। ବିଜୁ ସ୍ବାସ୍ଥ୍ୟ କାର୍ଡ ପାଖରେ ଥାଇ ମଧ୍ୟ ଏବେ ଅଲୋଡ଼ା ହୋଇପଡିଥିବା ବେଳେ ଆୟୁଷ୍ମାନ କାର୍ଡ ଏପର୍ଯ୍ୟନ୍ତ ମିଳିନି ତାଙ୍କୁ। ରମେଶ ଦଶ ବର୍ଷ ତଳେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ। କିଛି ଦିନ ପରେ ଧୀରେ ଧୀରେ ତାଙ୍କ ଛାତିରେ କଫ ରହି ଇମ୍ଫେକ୍ସନ ହୋଇ ଟ୍ୟୁମର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ ପରିବାର ଲୋକେ। ସେଠାରେ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ଫଳରେ ୨୦୨୪ରେ ତାଙ୍କୁ ଆନ୍ଧ୍ର ପ୍ରଦେଶର ଶ୍ରୀୀକାକୁଲମ ପରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ପରିବାର ଲୋକେ ଚିକିତ୍ସା କରି ଅପରେଶନ କରିଥିଲେ। ସେତେବେଳେ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ଅପରେସନ ହୋଇଗଲା ହେଲେ ଏବେ ଆଉ ସେହି କାର୍ଡ କାମ କରୁନାହିଁ। ରମେଶଙ୍କ ପାଖରେ ଆୟୁଷ୍ମାନ କାର୍ଡ଼ ନ ଥିବାରୁ ସେ ମାଗଣା ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହୋଇଛନ୍ତି। ଏବେ ସେ ଅର୍ଥ ଅଭାବରୁ ଘରେ ପଡ଼ି ରହିଛନ୍ତି। ଘରେ ଆର୍ଥିକ ଅନାଟନ ଲାଗି ରହିଛି। ପୁଅ ସନାତନ ଡିପ୍ଲୋମା ପଢି ଚାକିରି ନ ପାଇ ଏବେ ଜଙ୍ଗଲରେ ଛେଳି ଚରାଇବା ସହ କୁଲି ମଜୁରି କରି ପରିବାର ଚଳାଉଛନ୍ତି। ଅନ୍ୟପଟେ ସ୍ତ୍ରୀ ସୁଲୋଚନା ଜଙ୍ଗଲରୁ ଶୁଖିଲା କାଠ ଆଣି ବିଡ଼ା କରି ବିକ୍ରି କରିବା ସହ କୁଲି ମଜୁରି କରି ରମେଶଙ୍କ ସେବା କରିବା ସହ ଘର ଚଳାଉଛନ୍ତି । ଯଦି ସରକାର ରମେଶଙ୍କୁ ଭଲ ମେଡିକାଲରେ ଚିକତ୍ସା କରାନ୍ତେ ସେ ଭଲ ହୋଇପାରନ୍ତେ ବୋଲି ଆଶା ରଖିଛନ୍ତି। କୌଣସି ବଦାନ୍ୟ ବ୍ୟକ୍ତି ତାଙ୍କୁ ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ରମେଶ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri