Advertisement

ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣା: ଝିଅ ଗୁରୁତର

ବଲିଉଡ୍‌ ଅଭିନେତ୍ରୀ ରମ୍ଭା ଏକ କାର୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଛନ୍ତି। କିନ୍ତୁ ତାଙ୍କ ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କାନାଡାରେ ରହୁଥିବା ରମ୍ଭା ସ୍କୁଲରୁ ଝିଅକୁ ଆଣିବାକୁ ଯାଇଥିବାବେଳେ ଏହି ଦୁର୍ଘଟଣା ଘଟିଛି। ସେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି,’ପିଲାମାନଙ୍କୁ ସ୍କୁଲରୁ ଆଣିବା ପରେ ଆମ କାର ଛକ ନିକଟରେ ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା! ମୁଁ ଏବଂ ପିଲାମାନଙ୍କ ସହିତ ନାନୀ କାର୍‌ରେ ଥିଲେ। ଆମେ ସମସ୍ତେ ସୁରକ୍ଷିତ। ସାମାନ୍ୟ ଆହତ ହୋଇଛୁ। ଝିଅ ଶାଶା ଏବେ ବି ଡାକ୍ତରଖାନାରେ ଅଛନ୍ତି। ଦୟାକରି ଆମ ପାଇଁ ପ୍ରାର୍ଥନା କରନ୍ତୁ ।
‘ଜୁଡୱା’, ‘ବନ୍ଧନ’ ଏବଂ ‘ଘର ୱାଲି ବାହାର ୱାଲି’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ରାଜ୍‌ କରୁଥିବା ଅଭିନେତ୍ରୀ ରମ୍ଭା ଗତ ବର୍ଷ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ରମ୍ବା ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ, ବଙ୍ଗାଳୀ, ଭୋଜପୁରୀ ଏବଂ ଇଂରାଜୀ ଫିଲ୍ମରେ କାମ କରିଛନ୍ତି। ୨୦୧୦ରେ ରମ୍ବା କାନାଡା ସ୍ଥିତ ଶ୍ରୀଲଙ୍କା ତାମିଲ ବ୍ୟବସାୟୀ ଇନ୍ଦ୍ରକୁମାରଙ୍କୁ ବିବାହ କରିଥିଲେ। ତାଙ୍କର ୨ ଝିଅ ଏବଂ ଗୋଟିଏ ପୁଅ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟିରେ ରିଲିଜ୍‌ ହେବ ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’

ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଫିଲ୍ମ‘ଯଶୋଦା’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଫିଲ୍ମଟି ରିଲିଜ୍‌ ହେବା ପରେ ଭଲ ପଦର୍ଶନ କରିଛି।...

କାଲିଫର୍ନିଆରେ ଛୁଟି ମନାଉଛନ୍ତି ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ଭଲପାଇବା ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ  ଚର୍ଚ୍ଚାରେ ରହିଥାଏ। ନିଜର ରୋମାଣ୍ଟିକ୍‌...

୧୨ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଶାହିଦ୍‌ କପୁର: ହାତଗଣ୍ଠି ପୂର୍ବରୁ ସ୍ତ୍ରୀ ରଖିଥିଲେ ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହକୁ ଆଜି ୬ ବର୍ଷ ପୂରଣ ହୋଇଛି। ଶାହିଦ ୨୦୧୫ ମସିହାରେ ଦିଲ୍ଲୀ ଝିଅ ମୀରଙ୍କୁ...

୩୨ ହଜାର ଯୁବତୀଙ୍କ ଧର୍ମ ପରିବର୍ତ୍ତନ, କରିଦିଆଗଲା ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ; ଟିଜର୍‌କୁ ନେଇ ଉଠିଲା ପ୍ରଶ୍ନ

ବମ୍ବେ: ଟିଜର ରିଲିଜ ପରଠାରୁ ଚର୍ଚ୍ଚାରେ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ’। ନିର୍ମାତା ଏହାକୁ ସତ୍ୟ ଘଟଣାବଳୀ ଉପରେ ଆଧାରିତ ବୋଲି କହୁଥିବା ବେଳେ ସାରା...

ହାପି ବାର୍ଥ ଡେ’ ହିମେଶ

ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ ଆଜି ୪୭ତମ ଜନ୍ମଦିନ। ଏକାଧାରାରେ ସେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅଭିନେତା ମଧ୍ୟ। ତାଙ୍କର ପାରଦର୍ଶିତା ଯୋଗୁ...

ଇସ୍ତଫା ଦେଲେ ଦୀପିକା ପାଦୁକୋନ: ଲେଖିଲେ…

୨୦୧୯ରେ ମାମି (ଏମ୍‌ଏଏମ୍‌ଆଇ) ଫିଲ୍ମ ମହୋତ୍ସବର ଏକ ବୈଠକ ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସର୍ବସମ୍ମତିକ୍ରମେ ସଂଗଠନର ନୂତନ ଅଧ୍ୟକ୍ଷ ଭାବେ ଭୋଟ୍‌ ପାଇଥିଲେ।...

ପୱନଦୀପ ହେଲେ ଇଣ୍ଡିଆନ୍‌ ଆଇଡଲ୍‌-୧୨ର ବିଜେତା: ମିଳିଲା ଏମିତି ପୁରସ୍କାର

ସୋନି ଟିଭିରେ ପ୍ରସାରିତ ଗୀତ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ୧୨ର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି। ୧୫ ଅଗଷ୍ଟରେ ଇଣ୍ଡିଆନ ଆଇଡଲ ଏହାର ଦ୍ୱାଦଶ...

କେତେବେଳେ ହଁ, କେତେବେଳେ ନା

ଦିଶା ପଟାନି ବୋଧହୁଏ ଦୋଛକିରେ ପଡ଼ିଯାଇଛନ୍ତି। ଟାଇଗର ଶ୍ରଫ୍‌ଙ୍କ ସହ ଆଫେୟାର୍ସକୁ ନେଇ ସେ ନିକଟରେ ଏପରି ସଫେଇ ଦେଇଛନ୍ତି, ଯାହା ଆଲୋଚନା ପାଇଁ ବେଶ୍‌...

Advertisement
Archives

Model This Week