ସମୟାନ୍ତରେ ରାମାୟଣ

ଗଙ୍ଗା ନଦୀ ଅବବାହିକାରେ ଭାରତର ୫୦ ପ୍ରତିଶତ ଭୋଟର ରହନ୍ତି। ତେଣୁ ହିନ୍ଦୁତ୍ୱବାଦୀ ରାଜନେତାମାନଙ୍କ ପାଇଁ ରାମାୟଣ ବିଶେଷକରି ତୁଳସୀ ଦାସ ରଚିତ ରାମଚରିତ ମାନସ ଏକ ଗୁରୁତ୍ୱପୂର୍ଣ୍ଣ ଆଲେଚନା କିମ୍ବା ବିତର୍କର ପ୍ରସଙ୍ଗ ହୋଇଛି। ଗୋସ୍ବାମୀ ତୁଳସୀ ଦାସ ଷୋଡ଼ଶ ଶତାବ୍ଦୀର ରାମଚରିତମାନସ ହିନ୍ଦୀର ଉପଭାଷା ଅଓ୍ବଧିରେ ରଚନା କରିଥିଲେ। ତେବେ ବିଗତ ୨,୦୦୦ ବର୍ଷ ମଧ୍ୟରେ ହିନ୍ଦୀ ଭାଷାଭାଷୀ ଅଞ୍ଚଳ ବାହାରେ ଅନେକ ଶହ ରାମାୟଣ ରହିଛି। ସେସବୁକୁ ଗୋସ୍ବାମୀ ରାମାୟଣ ଭଳି ସମାନ ଭାବେ ଗୁରୁତ୍ୱ ଦିଆଯାଏ। ଏହିସବୁ ରାମାୟଣଗୁଡ଼ିକରେ ବାଲ୍ମୀକିଙ୍କ ପ୍ରାଚୀନ କାହାଣୀର ଉଲ୍ଲେଖନୀୟ ଭିନ୍ନତା ଥିବା ଏକାଧିକ ବର୍ଣ୍ଣନାର ଦୃଷ୍ଟାନ୍ତ ରହିଛି। ୫ମ ଶତାବ୍ଦୀରେ ବିଷ୍ଣୁ ପୁରାଣରେ ରାମ ଏବଂ ତାଙ୍କର ତିନି ଭାଇ ସମସ୍ତେ ବିଷ୍ଣୁଙ୍କ ଅବତାର ଭାବରେ ପରିଗଣିତ ହୋଇଥିଲେ। ଅବଶ୍ୟ ପଞ୍ଚଦଶ ଶତାବ୍ଦୀରେ ଅଧ୍ୟାମତ୍ ରାମାୟଣରେ କେବଳ ରାମ ହିଁ ବିଷ୍ଣୁଙ୍କର ଏକ ରୂପ ହୋଇଥିବାବେଳେ ଲକ୍ଷ୍ମଣ ସର୍ପ ଶେଷ ଏବଂ ଭରତ ଓ ଶତ୍ରୁଘ୍ନ ବିଷ୍ଣୁଙ୍କ ଶଙ୍ଖ ଏବଂ ଚକ୍ରର ରୂପ ବୋଲି ଉଲ୍ଲେଖ ରହିଛି। ଊନବିଂଶ ଶତାବ୍ଦୀରେ ଶଙ୍କର ଏବଂ ପ୍ରକାଶ ରାମାୟଣଗୁଡ଼ିକ କଶ୍ମୀରୀରେ ରଚନା ହୋଇଥିଲା। ସେସବୁ ଦର୍ଶାଇଛନ୍ତି ଯେ, ସୀତା ରାବଣଙ୍କ ଝିଇ। ସୀତା ତାଙ୍କ ମୃତ୍ୟୁର କାରଣ ହେବ ବୋଲି ଭବିଷ୍ୟବାଣୀ ହୋଇଥିଲ। ଫଳରେ ସେ ସୀତାଙ୍କୁ ଫିଙ୍ଗି ଦେଇଥିଲେ। ପିଲାଟି ବଞ୍ଚତ୍ ଯାଇଥିଲା ଓ ଜାନକୀ ତାଙ୍କୁ ଉଦ୍ଧାର କରିଥିଲେ। ଏ ପ୍ରକାର ସିଦ୍ଧାନ୍ତ ଜୈନ ଓ ଦକ୍ଷିଣ-ପୂର୍ବ ଏସିଆର ଅନେକ ରାମାୟଣରେ ଦେଖିବାକୁ ମିଳେ। ଅଷ୍ଟମ ଶତାବ୍ଦୀରେ ଭବଭୂତିଙ୍କ ସଂସ୍କୃତ ନାଟକ ମହାବୀରଚରିତ ନାଟକ ରଚିତ ହୋଇଥିଲା। ରାମ ଧନୁ ଭାଙ୍ଗିବା ପୂର୍ବରୁ ସୀତାଙ୍କ ସହ ତାଙ୍କର ଭେଟ ଏକ ବଗିଚାରେ ହୋଇଥିଲା ବୋଲି ଏଥିରେ ବର୍ଣ୍ଣନା କରାଯାଇଛି। ସେମାନଙ୍କ ମଧ୍ୟରେ ପ୍ରେମଭାବ ସୃଷ୍ଟି ହୋଇଥିଲା। ଏହା ସୀତାଙ୍କ ଚିନ୍ତା ବଢ଼ାଇଦେଇଛି, କାରଣ ସୀତା ନିଜକୁ ପ୍ରଶ୍ନ କରିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କୁ ଭଲ ପାଉଛନ୍ତି ତାଙ୍କ ସମ୍ମୁଖରେ ଆସିଥିବା ଆହ୍ବାନ ମଧ୍ୟରେ ସେ ସଫଳ ହୋଇପାରିବେ ତ? ଚତୁର୍ଥ ଶତାବ୍ଦୀରେ କାଳିଦାସଙ୍କ ଦ୍ୱାରା ସଂସ୍କୃତରେ ରଚିତ ରଘୁବଂଶମ୍‌ରେ ଉଲ୍ଲେଖ ରହିଛି ଯେ, ଦଶରଥ ତାଙ୍କ କାନ ପାଖରେ ପାଚିଲା କେଶ ଦେଖିବା ପରେ ରାମଙ୍କୁ ରାଜମୁକୁଟ ପିନ୍ଧାଇ ବନକୁ ଚାଲିଯିବା ଲାଗି ଏହା ଉପଯୁକ୍ତ ସମୟ ବୋଲି ସ୍ଥିର କରିିଛନ୍ତି।
ବୌଦ୍ଧ ଧର୍ମର ଦଶରଥ ଜାତକରେ ବର୍ଣ୍ଣନା କରାଯାଇଛି ଯେ, ରାମ-ପଣ୍ଡିତଙ୍କୁ ରାଜପ୍ରାସାଦ ଛାଡ଼ିବାକୁ ରାଜା କହିଥିଲେ ଏବଂ ୧୨ ବର୍ଷ ପରେ ରାଜାଙ୍କ ମୃତ୍ୟୁ ହେବ ବୋଲି ଯେଉଁ ଭବିଷ୍ୟବାଣୀ ହୋଇଥିଲା ତାହା ପରେ ତାଙ୍କୁ ଫେରିବାକୁ କହିଛନ୍ତି। ରାଜକୁମାରଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା ସାନରାଣୀଠାରୁ ରକ୍ଷା କରିବା ପାଇଁ ରାଜା ଏହା କରିଥିଲେ। ସପ୍ତଦଶ ଶତାବ୍ଦୀର ଲୋକ ସିଂହଳୀ ଭାଷାରେ ରଚିତ କାହାଣୀ କୋହୋମ୍ବା ୟାକ୍କାମାରେ ବର୍ଣ୍ଣନା କରାଯାଇଛି ଯେ, ଶନିକୋପରୁ ରକ୍ଷାପାଇବା ପାଇଁ ରାମ ଜଙ୍ଗଲକୁ ଚାଲିଯାଇଛନ୍ତି। ତାଙ୍କୁ ଏକ ହାତୀର ରୂପ ନେବାକୁ ପଡ଼ିଛି ଏବଂ ସେ ଦୂରକୁ ଚାଲି ଯାଇଥିବାବେଳେ ରାବଣ ସୀତାଙ୍କୁ ଅପହରଣ କରିନେଇଛନ୍ତି। ସୀତାଙ୍କର ଦୁଇଟି ନୁହେଁ, ତିନୋଟି ସନ୍ତାନ ଅଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ସପ୍ତମ ଶତାବ୍ଦୀରେ କବି ତଥା ସନ୍ଥ ଅଲୱାରଙ୍କ ତାମିଲ ସଙ୍ଗୀତରେ ଦର୍ଶାଯାଇଛି ଯେ, ପିଲାବେଳେ ରାମ ମନ୍ଥରାଙ୍କ କୁଜକୁ ସିଧା କରିବା ପାଇଁ ମାଟି ଗୁଳି ତାଙ୍କ ଉପରକୁ ଫିଙ୍ଗିଥିଲେ। କିନ୍ତୁ ମନ୍ଥରା ରାମଙ୍କ ଉଦ୍ଦେଶ୍ୟକୁ ଭୁଲ୍‌ ବୁଝି ରାଗି ଯାଇଥିଲେ ଏବଂ କୈକେୟୀଙ୍କ ମନରେ ତାଙ୍କ ବିରୋଧୀ ଭାବ ସୃଷ୍ଟି କରିଥିଲେ। ତୃତୀୟ ଶତାବ୍ଦୀରେ ଜୈନ ଭିକ୍ଷୁ ଭିମାଲାସୁରୀଙ୍କ ପୌମା ଚରିତ୍ରରେ ଉଲ୍ଲେଖ କରାଯାଇଛି ଯେ, ଲକ୍ଷ୍ମଣ ହଠାତ୍‌ ଶାମ୍ବୁକ ନାମକ ଜଣେ ଭିକ୍ଷୁଙ୍କୁ ହତ୍ୟା କରିଥିଲେ। ଶାମ୍ବୁକ ଥିଲେ ଚନ୍ଦ୍ରନାଖଙ୍କ ପୁଅ। ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ସେ ତାଙ୍କ ଭାଇଙ୍କୁ କହିଛନ୍ତି। କିନ୍ତୁ ରାବଣ ସୀତାଙ୍କୁ ଭଲ ପାଇଛନ୍ତି ଓ ଭାଇମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ସିଂହ ପରି ଗର୍ଜନ କରିଛନ୍ତି। ଏହାଶୁଣି ସେମାନେ ଦୂରକୁ ଚାଲିଯିବା ପରେ ସୀତାଙ୍କୁ ଅପହରଣ କରିନେଇଛନ୍ତି। ଲକ୍ଷ୍ମଣରେଖା ସମ୍ପର୍କିତ ବର୍ଣ୍ଣନା ଦ୍ୱାଦଶ ଶତାବ୍ଦୀର ସଂସ୍କୃତ ଭୁସୁଣ୍ଡି ରାମାୟଣ, ପଞ୍ଚଦଶ ଶତାବ୍ଦୀର ଆନନ୍ଦ ରାମାୟଣ ଏବଂ ପଞ୍ଚଦଶ ଶତାବ୍ଦୀର କୃତ୍ତିବାସ ରାମାୟଣରେ ଦେଖିବାକୁ ମିଳିଥିଲା। ଅଷ୍ଟାଦଶ ଶତାବ୍ଦୀରେ ବର୍ମିଜ୍‌ ଭାଷାରେ ରାମଥାଗିନ ଓ ରାମ ଭେଥୁ ରଚନା କରାଯାଇଥିଲା। ଏଥିରେ ଉଲ୍ଲେଖ ରହିଛି ଯେ, ମାରିଚ ସ୍ବର୍ଣ୍ଣ ହରିଣ ରୂପ ନେଇ ନଥିଲା, ବରଂ ସୂପର୍ଣଖା କିମ୍ବା ଖର ଏବଂ ଦୁଶାନଙ୍କ ମା’ ତ୍ରିଗାଥ ଏହି ରୂପ ଧାରଣ କରିଥିଲେ, ଯାହାଙ୍କୁ ରାମ ଏବଂ ଲକ୍ଷ୍ମଣ ହତ୍ୟା କରିଥିଲେ।
ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଆ ରାମାୟଣରେ ଦଶାଯାଇଛି ଯେ, ଯେଉଁ ବକ ରାମଙ୍କୁ ସୀତାଙ୍କ ବିଷୟରେ ସୂଚନା ଦେଇନାହାନ୍ତି, ସେମାନଙ୍କ ବେକକୁ ସେ ବଢ଼ାଇ ଦେଇଛନ୍ତି ଏବଂ କୁକୁଡ଼ା ତାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିବାରୁ ତା’କୁ ମୁକୁଟ ପିନ୍ଧାଇ ଦେଇଛନ୍ତି। ଉପକୂଳ ଓଡ଼ିଶାର ମତ୍ସ୍ୟଜୀବୀଙ୍କ ମଧ୍ୟରେ ଏକ ଲୋକକଥା ପ୍ରଚଳିତ ରହିଛି। ଏହା ଅନୁଯାୟୀ ରାବଣର ପୁଷ୍ପକ ବିମାନକୁ ରାମ ତୀର ମାରି ତା’ଛତାକୁ ଖସାଇ ଦେଇଥିଲେ, ଯାହା ପୃଥିବୀପୃଷ୍ଠରେ ପଡ଼ିବା ପରେ ଛତୁରେ ପରିଣତ ହୋଇଯାଇଥିଲା ଏବଂ ଯାହା ସମୁଦ୍ରରେ ପଡ଼ିଥିଲା ତାହା ଜେଲିଫିଶ ହୋଇଗଲା। ପଞ୍ଚଦଶ ଶତାବ୍ଦୀରେ ବଳରାମ ଦାସଙ୍କ ଓଡ଼ିଆ ଦାଣ୍ଡି ରାମାୟଣରେ ଉଲ୍ଲେଖ ରହିଛି, ଜଣେ ଆଦିବାସୀ ମହିଳା (ଶବରୀ) ପ୍ରଥମେ ଚାଖିଥିବା ଆମ୍ବ ରାମଙ୍କୁ ଦେଇଛନ୍ତି ଓ ସେ ତାହାକୁ ଖାଇଛନ୍ତି। ଅଷ୍ଟାଦଶ ଶତାବ୍ଦୀରେ ପ୍ରିୟଦାସଙ୍କ ଭକ୍ତିରାସ-ପ୍ରବୋଧିନୀରେ ଶବରୀଙ୍କ କୋଳିର ପ୍ରସିଦ୍ଧ କାହାଣୀରେ ସନ୍ନିହିତ ହୋଇଛି। ଊନବିଂଶ ଶତାବ୍ଦୀରେ ଗିରିଧର ଗୁଜୁରାଟୀରେ ରାମାୟଣ ରଚନା କରିଥିଲେ। ଏଥିରେ ହନୁମାନଙ୍କୁ ଏକାଦଶ ରୁଦ୍ର ଭାବରେ ଦର୍ଶାଯାଇଛି।
ଅଷ୍ଟମ ଶତାବ୍ଦୀରେ ତିବ୍ବତୀୟ ରାମାୟଣରେ ବର୍ଣ୍ଣନା ମିଳେ ଯେ, ଅନେକ କଳାକୃତିରେ ରାବଣଙ୍କର ନଅଟି ମଣିଷ ମୁଣ୍ଡ ଉପରେ ଗୋଟିଏ ଗଧର ମୁଣ୍ଡ ରହିଛି। ଏହିଠାରେ ତାଙ୍କ ଜୀବନ ଲୁଚି ରହିଛି। ଯୁଦ୍ଧ ସମୟରେ ରାବଣ ଅଦୃଶ୍ୟ ହୋଇଯାଏ। ରାମ ତାଙ୍କୁ ପ୍ରକୃତ କ୍ଷତ୍ରିୟ ଭଳି ଯୁଦ୍ଧ କରିବାକୁ ଏବଂ ଅନ୍ତତଃପକ୍ଷେ ଗୋଟିଏ ଶରୀରର ଅଂଶ ଦେଖାଇବାକୁ ଆହ୍ବାନ କରିଛନ୍ତି। ରାବଣ ତାଙ୍କ ପାଦ ଦେଖାଇଛି ଏବଂ ଗଧ ମୁଣ୍ଡ କେଉଁଟି ରହିବ ତାହା ରାମ ଆକଳନ କରି ସାଂଘାତିକ ତୀର ଚଳାଇଛନ୍ତି। ଦଶମ ଶତାବ୍ଦୀରେ କଥା-ସରିତ-ସାଗରରେ ସୀତା କେବଳ ଗୋଟିଏ ସନ୍ତାନ ଲବଙ୍କୁ ଜନ୍ମ ଦେଇଛନ୍ତି, ଯାହାକୁ ଋଷି ବାଲ୍ମୀକିଙ୍କ ଯତ୍ନରେ ଛାଡ଼ିଥିଲେ। ଲବ ଅଦୃଶ୍ୟ ହୋଇଯାଇଛନ୍ତି ଏବଂ ବାଲ୍ମୀକି କୁଶ ଘାସ ବ୍ୟବହାର କରି ଲବର ପୁନର୍ଜୀବନ ଦେଇଛନ୍ତି। ଏହିପରି ସୀତାଙ୍କର ଯାଆଁଳା ସନ୍ତାନ ଜାତ ହୋଇଥିଲେ। ଅଷ୍ଟାଦଶ ଶତାବ୍ଦୀରେ ରଘୁନାଥ ମହାନ୍ତଙ୍କ ଦ୍ୱାରା ଅହମିୟା ଭାଷାରେ ରାମାୟଣ ରଚିତ ହୋଇଥିଲ ଆସାମିଜିି ଆବଧୁଥ ରାମାୟଣ ଅନୁଯାୟୀ। ସେ ପୃଥିବୀ ତଳେ ରହୁଥିବାବେଳେ ନିଜ ପିଲାମାନଙ୍କୁ ମନେପକାନ୍ତି। ତେଣୁ ସେ ସାପର ରାଜା ବାସୁକୀଙ୍କୁ ଲବ ଏବଂ କୁଶଙ୍କୁ ଅପହରଣ କରି ତାଙ୍କ ନିକଟକୁ ଆଣିବାକୁ କହିଥିଲେ। ହନୁମାନ ବାସୁକୀଙ୍କୁ ଅନୁସରଣ କରନ୍ତି। ଯୁଦ୍ଧ ହୋଇଛି ଏବଂ ପରେ ଶାନ୍ତି ପୁନଃ ସ୍ଥାପନ ହୋଇଛି। ସୀତା ତାଙ୍କ ପିଲାମାନଙ୍କୁ ଯିବାକୁ ରାଜି ହୋଇଥିବାବେଳେ ସେମାନଙ୍କୁ ଗୁପ୍ତ ଭାବରେ ଦେଖାକରିବାକୁ ପ୍ରତିଜ୍ଞା କରିଛନ୍ତି। ଏହିଭଳି ସମୟାନ୍ତରରେ ରଚିତ ଅନେକ ରାମାୟଣ ମଧ୍ୟରୁ ଏସବୁ କେତୋଟି ଦୃଷ୍ଟାନ୍ତ ମାତ୍ର। ଯଦି ଜଣେ ରାଜନୈତିକ ବିତର୍କ କରିବାକୁ ବାହାରିବ ତେବେ ଏଭଳି ଆହୁରି ଅନେକ ରାମାୟଣ ପାଇବ।

  • ଦେବଦତ୍ତ ପଟ୍ଟନାୟକ
    devduttofficial@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?