ରାମାୟଣ ଓ ମହାଭାରତ କଥା

ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ୱରେ କେହି ବୁଦ୍ଧଙ୍କୁ ଜଣେ ଐତିହାସିକ ବ୍ୟକ୍ତି ରୂପେ ଦେଖି ନ ଥିଲେ। ଏହି ଧାରଣା ୟୁରୋପୀୟଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଲା, ଯେଉଁମାନେ ବୈଜ୍ଞାନିକ ଆଧାରରେ ଅତୀତକୁ ଜାଣିବାକୁ ଚାହୁଁଥିଲେ। ପୁରାଣରୁ ଇତିହାସକୁ ଅଲଗା କରାଗଲା। ଇତିହାସ ଥିଲା ବାସ୍ତବ, ପୁରାଣ ଥିଲା ମିଛ ଏବଂ ଏହିପରି ଐତିହାସିକ ବୁଦ୍ଧଙ୍କ ବିଚାର ନୂଆ କରି ଅଣାଯାଇଥିଲା। ସନ୍ଥଙ୍କ ଜୀବନୀ ଲେଖାକୁ ବାସ୍ତବ ବୋଲି ଗ୍ରହଣ କରାଗଲା, ଏପରିକି ପ୍ରତିଷ୍ଠିତ ଐତିହାସିକମାନେ ମଧ୍ୟ ଏହାକୁ ଗ୍ରହଣ କଲେ। କେବଳ ଏତିକି ନୁହେଁ, ବୁଦ୍ଧଙ୍କ ପ୍ରତ୍ୟେକ କାହାଣୀ ତାଙ୍କ ଅନୁଗାମୀମାନେ ସୃଷ୍ଟି କରିଥିଲେ। ଏସବୁର ଏପରିକି ତାଙ୍କ ଜନ୍ମସ୍ଥାନ ସମ୍ପର୍କରେ ପ୍ରମାଣ ନାହିଁ। ବାସ୍ତବରେ ଜୈନ ତୀର୍ଥଙ୍କରଙ୍କ ଜୀବନୀ ବର୍ଣ୍ଣନା କରିବା ପାଇଁ ସମାନ ପ୍ରକାର ମଡେଲ ଆପଣାଯାଇଥିଲା। ସେମାନଙ୍କ ରାଜ ପରିବାର, ବିଚାରଧାରା, ଅସାଧାରଣ ଜନ୍ମ, ଆରାମଦାୟକ ଜୀବନ, ନୈରାଶ୍ୟ, ତ୍ୟାଗ, ଜ୍ଞାନ ବିକାଶ, ଆଧ୍ୟାତ୍ମିକ ଉପଦେଶ, ଲୋକପ୍ରିୟତା, ବିରୋଧ ଏବଂ ମୃତ୍ୟୁ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।
ସମାନ ପ୍ରକାର ମଡେଲ ଯିଶୁ, ମହମ୍ମଦ, ଆଦି ଶଙ୍କରାଚାର୍ଯ୍ୟ ଏବଂ ପଦ୍ମସମ୍ଭବଙ୍କ ଭଳି ପ୍ରମୁଖ ଆଧ୍ୟାତ୍ମିକ ଗୁରୁଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇଛି, ଯେଉଁମାନଙ୍କ ଐତିହାସିକ ସତ୍ୟାସତ୍ୟ ଓ ଜୀବନୀ ବିବାଦୀୟ ହୋଇ ରହିଛି। କିନ୍ତୁ ସେମାନଙ୍କ ଉପରେ ଅଗାଢ଼ ବିଶ୍ୱାସ ରଖିଥିବା ଲୋକ ଏହାକୁ ଏଭଳି ଦେଖନ୍ତି ନାହିଁ। ଇତିହାସ ବାସ୍ତବ ହୋଇଥିବାରୁ, ହିନ୍ଦୁମାନେ ସେମାନଙ୍କ ଦେବତାଙ୍କୁ ବାସ୍ତବ ତଥା ଐତିହାସିକ ବୋଲି ପ୍ରତିପାଦିତ କରିବାକୁ ଚାହିଁଲେ। ଏହିପରି ଭାବେ ପୃଥିବୀରେ ବିଷ୍ଣୁଙ୍କ କାହାଣୀ ପରିବର୍ତ୍ତେ ରାମାୟଣ ଓ ମହାଭାରତ ୫୦୦୦ ବର୍ଷର ପୁରୁଣା କଥା ବୋଲି ପ୍ରମାଣ କରିବାକୁ ଅନୁସନ୍ଧାନ ଆରମ୍ଭ ହୋଇଗଲା। ଅବଶ୍ୟ, ଏହି ଦୁଇ ମହାକାବ୍ୟ ପ୍ରାୟତଃ ୨୦୦୦ ବର୍ଷ ପୂର୍ବେ ଚୂଡ଼ାନ୍ତ ରୂପରେଖ ନେଇଥିଲା। ପାଖାପାଖି ସେହି ସମୟର ପାଲି ନିକାୟ ବା ବୌଦ୍ଧଧର୍ମକୁ ନେଇ ରଚିତ ପୁସ୍ତକ ଏବଂ ଅସଭାଘୋଷଙ୍କ ବୁଦ୍ଧ ଚରିତ ଭଳି ପୁରାତନ ସଂସ୍କୃତ କାବ୍ୟ ବୁଦ୍ଧଙ୍କ ଜୀବନୀକୁ ବର୍ଣ୍ଣନା କରୁଛିି। ବୌଦ୍ଧଧର୍ମକୁ ପ୍ରତିହତ କରିବା ପାଇଁ ରାମାୟଣ ଓ ମହାଭାରତ ଲେଖାଯାଇଥିଲା। ବୌଦ୍ଧଧର୍ମ ଜ୍ଞାନୀ ସନ୍ନ୍ୟାସୀଙ୍କ ମୂଲ୍ୟବୋଧକୁ ବିଚାର କରିଥିବାବେଳେ ବୈଷ୍ଣବ ପୁରାଣଗୁଡ଼ିକ ଜ୍ଞାନୀ ଗୃହସ୍ଥଙ୍କ ଉପରେ ବିଚାର କରନ୍ତି।
ଖ୍ରୀଷ୍ଟପୂର୍ବ ୭୦୦୦ ଏବଂ ଖ୍ରୀଷ୍ଟପୂର୍ବ ୫୦୦୦ ମଧ୍ୟରେ ଯେଉଁମାନେ ଥିଲେ, ସେମାନଙ୍କୁ ହିନ୍ଦୁତ୍ୱ ଅଭିଯାନ ଐତିହାସିକ ବ୍ୟକ୍ତିତ୍ୱ କରିବାକୁ ଚାହେଁ। ସେହିଭଳି ବାଇବେଲ୍‌କୁ ମାନୁଥିବା ବ୍ୟକ୍ତିମାନେ ନୋହା, ଡାଭିଡ୍‌ ଏବଂ ସୋଲୋମୋନଙ୍କୁ ଐତିହାସିକ ବ୍ୟକ୍ତି ବୋଲି ବିଶ୍ୱାସ କରନ୍ତି। ଏପରିକି ହିନ୍ଦୁମାନେ ସେମାନଙ୍କ ଦାବିକୁ ପ୍ରମାଣ କରିବା ପାଇଁ ତଥ୍ୟ ପାଇବା ଲାଗି ବହୁ ପ୍ରତ୍ନତାତ୍ତ୍ୱିକ କାର୍ଯ୍ୟ ଉପରେ ନିବେଶ କରିଥିଲେ। ସେଥିପାଇଁ ଉତ୍ତରପ୍ରଦେଶ ସନୌଲିର ପ୍ରସିଦ୍ଧ ‘ମହାଭାରତ ରଥ’କୁ ଖ୍ରୀଷ୍ଟପୂର୍ବ ୧୮୦୦ର ବୋଲି କୁହାଯାଉଛି, କିନ୍ତୁ ସେଠାରେ କୌଣସି ଘୋଡ଼ାର ଅସ୍ଥି ନାହିଁ। ସାଧାରଣତଃ, ହିନ୍ଦୁ ମନ୍ଦିରଗୁଡ଼ିକ ଦେବଦେବୀଙ୍କ ସ୍ଥଳୀ। କିନ୍ତୁ ଥରେ ଏକ ହିନ୍ଦୁ ଦେବତାଙ୍କୁ ଐତିହାସିକ କରାଯିବା ମାନେ ହିନ୍ଦୁ ମନ୍ଦିରଟିଏ କେବଳ ଏକ ଧର୍ମନିରପେକ୍ଷ ସ୍ମାରକୀ, ଏକ ସ୍ମାରକ ସଂଗ୍ରହାଳୟ ହୋଇଯିବ, ଯାହାପାଇଁ କୌଣସି କର୍ମକାଣ୍ଡର ଆବଶ୍ୟକତା ନାହିଁ। ଆମେ ଯେତେବେଳେ ବୌଦ୍ଧ ଓ ଜୈନ ପୁରାଣ ପଢ଼ୁ, ସେତେବେଳେ ସେଥିରେ ମହାଭାରତ ଓ ରାମାୟଣ ସହ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ଥିବା ଅନେକ କାହାଣୀ ଦେଖୁ। ଉଦାହରଣ ସ୍ବରୂପ, ଜାଟକ ବା ବୌଦ୍ଧ ଶାସ୍ତ୍ରଗୁଡ଼ିକରେ ନିଜ ସ୍ତ୍ରୀକୁ ବ୍ୟଭିଚାରୀ ବୋଲି ସନ୍ଦେହ କରୁଥିବା ଜଣେ ରାଜକୁମାରଙ୍କ କାହାଣୀ ଅଛି। ଏହା ସହ ଦୃଷ୍ଟିବାଧିତ ମାତାପିତାଙ୍କ ଯତ୍ନ ନେଉଥିବା ଜଣେ ଯୁବକଙ୍କୁ ଜଣେ ରାଜା ହତ୍ୟା କରିବା କଥା ବର୍ଣ୍ଣନା କରାଯାଇଛି। କେବଳ ଏତିକି ନୁହେଁ, ଦଶ ମଲ୍ଲ ଭାଇ ସେମାନଙ୍କ ମାମୁଙ୍କୁ ହତ୍ୟା କରିବା କାହାଣୀ ମଧ୍ୟ ଦେଖିବାକୁ ମିଳେ। ଏହିସବୁ କାହାଣୀ ସୂଚିତ କରେ ଯେ, ହିନ୍ଦୁମାନେ ଯାହାକୁ ଇତିହାସ କହନ୍ତି, ତାହା କାହାଣୀ ଓ କଥାବସ୍ତୁଗୁଡ଼ିକ ନେଇ ଗଢ଼ାଯାଇଛି, ଯାହାସବୁ ଅଣ-ହିନ୍ଦୁଧର୍ମରେ ବି ଥିଲା।
ଦୁଇଟି ବୃହତ୍‌ ହିନ୍ଦୁ ମହାକାବ୍ୟର ଢାଞ୍ଚାଗତ ସମୀକ୍ଷାରୁ ଜଣାପଡ଼େ ଯେ, ସେସବୁ ସମାନ କାହାଣୀ କହନ୍ତି ଯେହେତୁ କଥାବସ୍ତୁର ଢାଞ୍ଚା ସମାନ। ପ୍ରଥମେ ରାଜପ୍ରାସାଦରେ ଗୁପ୍ତ ଯୋଜନା। ତା’ ପରେ ବନବାସ। ତା’ ପରେ ଯୁଦ୍ଧ ପୂର୍ବରୁ ବୁଝାମଣା ଓ ପରେ ଯୁଦ୍ଧ। ଶେଷରେ ଯୁଦ୍ଧ ପରେ ଦୁଃଖଦ ପରିଣାମ। ଦୁଇଟି ମହାକାବ୍ୟ ଜଣେ ବୀରଙ୍କ ଜନ୍ମରୁ ଆରମ୍ଭ ହୋଇଛି ଓ ଶେଷ ହୋଇଛି ଜଣେ ବୀରଙ୍କ ମୃତ୍ୟୁରେ। ଜଣେ ରାଜା କାହିଁକି ଆବଶ୍ୟକ ସେ ସମ୍ପର୍କିତ କଥାବସ୍ତୁଗୁଡ଼ିକ ଉଭୟରେ ଅଛି। ରାମାୟଣରେ ବାନର ଏବଂ ରାକ୍ଷସମାନଙ୍କ ରାଜା ତାଙ୍କ ଭାଇମାନଙ୍କୁ ଅନ୍ୟାୟରେ ଧମକ ଦେଇଛନ୍ତି। ମହାଭାରତରେ ରାଜାମାନଙ୍କ ସେବକମାନେ ରାଜ ପରିବାର ଦ୍ୱାରା ନିର୍ଯାତିତ ହୋଇଛନ୍ତି। ଉଭୟ ମହାକାବ୍ୟରେ ସାଧାରଣ ଢାଞ୍ଚାକୁ ଯତ୍ନର ସହ ଏବଂ ସୁଚିନ୍ତିତ ଭାବେ ପ୍ରସ୍ତୁତ କରାଯାଇଛି। ରାଜତ୍ୱର ମହତ୍ତ୍ୱ ଉପରେ ରାଜାଙ୍କୁ ଶିକ୍ଷା ଦେବା ଲାଗି ଏହା ଉଦ୍ଦିଷ୍ଟ, ଯାହାକୁ ବୈଦିକ ପୁରାଣ ସମର୍ଥନ କରେ। ଉଭୟ ରାମାୟଣ ଓ ମହାଭାରତ ପର୍ଶୁରାମଙ୍କ ଦ୍ୱାରା ଦୁଷ୍ଟ ରାଜାଙ୍କ ଗଣହତ୍ୟାକୁ ଗ୍ରହଣ କରିଛି।
ମୌର୍ଯ୍ୟ ପରବର୍ତ୍ତୀ ସମୟରେ ବିଶେଷକରି ପଶ୍ଚିମଘାଟ ଓ ପୂର୍ବଘାଟ ପର୍ବତାଞ୍ଚଳ ମଧ୍ୟରେ ଥିବା କ୍ଷେତ୍ର ଓ ବିନ୍ଧ୍ୟର ଦକ୍ଷିଣାଞ୍ଚରେ ଯେତେବେଳେ ବହୁ ସଂଖ୍ୟାରେ ରାଜାଙ୍କ ସାମ୍ରାଜ୍ୟ ଗଢ଼ି ଉଠିଥିଲା, ସେତେବେଳେ ରାମାୟଣ ଏବଂ ମହାଭାରତ ରଚନା କରାଯାଇଥିଲ। ଏହି ନୂତନ ରାଜନୀତିରେ ବ୍ରାହ୍ମଣମାନେ ବୌଦ୍ଧଧର୍ମର ବହୁ ପୂର୍ବରୁ କାହାଣୀ ବର୍ଣ୍ଣନା କରିଥିଲେ, ଯେତେବେଳେ ରାଜାମାନେ ସେମାନଙ୍କୁ ସମର୍ଥନ କରୁଥିଲେ। ଏହି କାରଣରୁ ଉଭୟ ରାମାୟଣ ଏବଂ ମହାଭାରତ କାହାଣୀରେ ରାଣୀମାନଙ୍କୁ ଗର୍ଭଧାରଣ ସକ୍ଷମ କରିବା ପାଇଁ ଅଶ୍ୱମେଧ ଯଜ୍ଞ, ରାଜସୂୟ ଯଜ୍ଞ ଏବଂ ବିଭିନ୍ନ ଦେବତାଙ୍କୁ ଆକାଶରୁ ଆହ୍ବାନ କରାଯାଉଥିବା ବିଷୟ ବର୍ଣ୍ଣନା କରାଯାଇଛି।
ଆଶ୍ଚର୍ଯ୍ୟର କଥା ଯେ, ସମ୍ପତ୍ତି ଏବଂ ଉତ୍ତରାଧିକାର ବିବାଦ ଉଭୟ ରାମାୟଣ ଏବଂ ମହାଭାରତର କଥାବସ୍ତୁରେ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜତ୍ୱ କେବଳ ରାଜନୀତି ଏବଂ ଅର୍ଥନୀତି ସମ୍ପର୍କିତ ନୁହେଁ ବୋଲି ଏଥିରେ ଦର୍ଶାଯାଇଛି। କୌତୂହଳର ବିଷୟ ହେଲା, ଉଭୟ ମହାକାବ୍ୟରେ ବ୍ରାହ୍ମଣମାନେ ବିଶେଷ ଅଧିକାର ପାଇନାହାନ୍ତି। ରାମାୟଣରେ ରାବଣ ଜଣେ ବ୍ରାହ୍ମଣ ଏବଂ କୌରବଙ୍କ ପକ୍ଷରେ ଥିବା ପାଣ୍ଡବଙ୍କର ବ୍ରାହ୍ମଣଗୁରୁ ଦ୍ରୋଣଙ୍କ ମୁଣ୍ଡ କାଟି ଦିଆଯାଇଛି। ଖୁବ୍‌ କମ୍‌ ଧର୍ମନିରପେକ୍ଷ ପଣ୍ଡିତମାନେ ଏହି ମହାକାବ୍ୟଗୁଡ଼ିକର ଏଭଳି ବିପରୀତ ଦିଗ ବିଷୟରେ ମନ୍ତବ୍ୟ ଦିଅନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?