ପାଇବାର ଲୋଭ

ଡ. ଚିନ୍ତାମଣି ପଣ୍ଡା

ଧାରାବାହିକ ଭାବେ ଭାରତୀୟମାନେ ବିଭିନ୍ନ ରାଜରାଜୁଡ଼ା ଶାସକମାନଙ୍କ ଦ୍ୱାରା ନିର୍ଯାତିତ, ନିଷ୍ପେଷିତ ହୋଇ ଜୀବନଯାପନ କରିବାରୁ ଏକ ଭୟାତୁର ମାନସିକତାର ଶିକାର ବନୁଥିଲେ। ପରବର୍ତ୍ତୀ ସମୟରେ ମୋଗଲ, ମରହଟ୍ଟାମାନେ ଶାସନ ଗାଦିକୁ ଅକ୍ତିଆର କରି ଅତି ଅମାନୁଷିକ ଦଣ୍ଡବ୍ୟବସ୍ଥାର ପ୍ରଚଳନ କରାଇଥିଲେ। ହତ୍ୟା, ଲୁଣ୍ଠନ ଆଦି ଅକଥନୀୟ ନିର୍ଯାତନା ଦ୍ୱାରା ଜନସାଧାରଣ ତ୍ରାହି ତ୍ରାହି ଡାକ ଛାଡ଼ିଲେ। ତା’ପରେ ଦୀର୍ଘବର୍ଷ ଧରି ଇଂରେଜମାନେ ଆମ ଦେଶକୁ କବଳିତ କରି ବିଭିନ୍ନ ସାମାଜିକ, ଧାର୍ମିକ ଓ ସର୍ବୋପରି ଶିକ୍ଷାବ୍ୟବସ୍ଥାକୁ ଷଡ଼ଯନ୍ତ୍ର ଦ୍ୱାରା ଘୁଣ ଖୁଆଇ ଦେଇଗଲେ। ଏମିତି ଏକ ନିର୍ଯାତିତ ପିଢ଼ିଙ୍କଠାରୁ ଆଜିର ସମାଜ ଜନ୍ମନେଇଛି। ତେଣୁ ଗଣତନ୍ତ୍ର ଶାସନକୁ ୭୭ ବର୍ଷ ପୂରି ଆମେ ୭୮ତମ ସ୍ବାଧୀନତା ଦିବସ ପାଳନ କରିଛେ ମାତ୍ର ମାନସିକ ଭାବେ ପରାଧୀନ ରହିଯାଇଛେ। କହିବା ବାହୁଲ୍ୟ ଯେ, ଆନୁବଂଶିକୀ ମତବାଦରେ ଜିନୀୟ ପରିବର୍ତ୍ତନ ହେଲେ ଯାଇ ଉତ୍ତମ ପ୍ରକାର ବ୍ୟକ୍ତି ଚରିତ୍ରର ଉଦ୍ରେକ ହେବ। ନଚେତ୍‌ ଭୟାତୁର ବ୍ୟକ୍ତିଟି ପୂର୍ବବତ୍‌ ପ୍ରତିକଥାରେ ସରକାରଙ୍କ ଉପରେ ନିର୍ଭରଶୀଳ ତଥା ପରମୁଖାପେକ୍ଷୀ ହୋଇ ରହିଯିବ। ନିଜର ସ୍ବାଧୀନ ଚେତନା ଉଦ୍ରେକ ନ ହେଲେ ଏପରିକି ଆତ୍ମରକ୍ଷା କରିବା ପାଇଁ ମଧ୍ୟ ପରାଂମୁଖ ହେବ। ଫଳତଃ ତା’ ମନରେ କିମ୍ଭୂତକିମାକାର ଧାରଣାମାନ ସୃଷ୍ଟିହେବ। ଏ ପ୍ରକାରର ପରମୁଖାପେକ୍ଷୀ ବ୍ୟକ୍ତି ଚରିତ୍ରର ପର୍ଯ୍ୟାଲୋଚନା କଲେ ଆମକୁ ଦୃଶ୍ୟମାନ ହେବ ଗୋଟିଏ ହାସ୍ୟାସ୍ପଦ କଥା- ଯଥା ନଦୀବନ୍ଧରେ ବାଡ଼ ଦେଇ ଜନସାଧାରଣଙ୍କୁ କୁମ୍ଭୀର ଦାଉରୁ ରକ୍ଷା କରିବା ଏବଂ ତତ୍‌ ସଙ୍ଗେସଙ୍ଗେ ଆତ୍ମହତ୍ୟା ପ୍ରବଣତା ରୋକିବା। ସ୍ନାନ, ଶୌଚ କର୍ମଠାରୁ ଆରମ୍ଭକରି ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟ ତଥା କୃଷି, ପଶୁପାଳନ ନିମନ୍ତେ ଆମେ ନଦୀ ଉପରେ ନିର୍ଭରଶୀଳ। ସାରା ଦେଶରେ ଯେତିକି ନଦନଦୀ ଅଛନ୍ତି, କୁମ୍ଭୀର ଆକ୍ରମଣରୁ ସୁରକ୍ଷା ପାଇଁ ତା’ କଡ଼ରେ ବାଡ଼ ଦେବା ସମ୍ଭବ କି? ନା ଆତ୍ମରକ୍ଷା ପାଇଁ ନିଜେ ସତର୍କ ରହିବା ଜରୁରୀ? ଭରାନଦୀକୁ ଗମନାଗମନ ପାଇଁ ଉଦ୍ଦିଷ୍ଟ ସେତୁ ଉପରୁ ଡେଇଁ ଯଦି କେହି ଜୀବନ ହାରିଲା ତେବେ କ’ଣ ପ୍ରତି ସେତୁ କଡ଼ରେ ବ୍ୟାରିକେଡ୍‌ ସମ୍ଭବ? ସେମିତି ହେଲେ ତ ରେଳଧାରଣା କଡ଼ରେ ଆତ୍ମହତ୍ୟା ରୋକିବା ପାଇଁ ତାରବାଡ଼ର ଆବଶ୍ୟକତା ପଡ଼ିବ। ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାରରୁ ଚୋରିକରି ମାଂସ ପାଇଁ ବାର୍‌ହା ଫାଶ କିମ୍ବା ଦାନ୍ତ ପାଇଁ ହାତୀ ଫାଶ ବସେଇଲେ ମଣିଷ ବି ବେଳେବେଳେ ଛନ୍ଦିହୋଇ ମରିବା ସ୍ବାଭାବିକ। ଏହାର ଅର୍ଥ କ’ଣ ବିଦ୍ୟୁତ୍‌ ସରବରାହକୁ ବ୍ୟୟବହୁଳ ଅର୍ଥରେ ମାଟିତଳେ ବିଛାଇବା? ନଦୀ ଭିତରେ ଘରକରି ରହିଲେ ତ ବନ୍ୟାପାଣିରେ ପ୍ରତିବର୍ଷ ବୁଡ଼ିରହିବା ସ୍ବାଭାବିକ। ସରକାର କ’ଣ ବର୍ଷା, ବନ୍ୟାକୁ ବନ୍ଦ କରିପାରିବେ? ବାରମ୍ବାର ସତର୍କ ସୂଚନା ଜାରି କରିବା ସତ୍ତ୍ୱେ କିଛି ଅମାନିଆ ନିଶ୍ଚୟ ବିଜୁଳି ମାରିବା ସମୟରେ ଗଛତଳେ ରହି ଜୀବନ ହାରିବେ। ବାରମ୍ବାର ତାଗିଦା ସତ୍ତ୍ୱେ ମଧ୍ୟ ଜୁଆରିଆ ସମୁଦ୍ର କିମ୍ବା ନଦୀଗର୍ଭରେ ସେଲ୍‌ଫି ନିଶାରେ ପ୍ରାଣ ହରେଇବେ। ବିଷାକ୍ତ ମଦ୍ୟପାନ କରି ମୃତ୍ୟୁମୁଖରେ ପଡ଼ିବେ। ଏଥିପାଇଁ ସରକାର କରିବେ କ’ଣ?
ଜନବସତିର ସୁରକ୍ଷା ପାଇଁ ହାତୀ ଚଲାପଥରେ ଯେଉଁ ଟ୍ରେଞ୍ଚ୍‌ ଖୋଳିଲେ ତାକୁ ବି ଥୋକାଏ ପୋତିପକାଇ ଜଙ୍ଗଲ ଭିତରକୁ ଅବାଧ ପ୍ରବେଶ କରିବେ; ନଚେତ୍‌ ତାରବାଡ଼ କାଟି ହିଂସ୍ରଜନ୍ତୁଙ୍କୁ ସାମ୍ନା କରିବେ। ଆଉ କିଛି ଯୁବକ ଯୁବତୀ ପ୍ରେମରେ ପ୍ରତାରଣା ପାଇଲେ ଆଜିକାଲି ସରକାରଙ୍କୁ ଦାୟୀ କଲେଣି। ସତେଅବା ସରକାର କହିଥିଲେ ବିବାହ ପୂର୍ବରୁ ମା’ କି ବାପା ହେବା ପାଇଁ। ଭୋଟ ଖଣ୍ଡିଏ ଦେଉଥିବାରୁ ଯେ ସରକାର ଆମର ସବୁ ଦାୟିତ୍ୱ ନେବେ, ଏପରି ଏକ ମନୋବୃତ୍ତି ସେଇ ସମୟରୁ ହିଁ ଆରମ୍ଭ ହୋଇ ଆଜିପର୍ଯ୍ୟନ୍ତ ତିଷ୍ଠି ରହିଛି। ସରକାର ମଧ୍ୟ ଶସ୍ତା ଲୋକପ୍ରିୟତା ଲାଗି ଦିନକୁ ଦିନ ଏସବୁ ଦିଗରେ ଆବଶ୍ୟକଠାରୁ ଅଧିକ ସମ୍ବେଦନଶୀଳ ହୋଇ କରଦାତାଙ୍କର ଅଜସ୍ର ଅର୍ଥର ଅକୁଣ୍ଠଚିତ୍ତରେ ଅପବ୍ୟୟ କରିଚାଲୁଛନ୍ତି। ଅତଏବ ଜନତାଙ୍କୁ ଆତ୍ମନିର୍ଭରଶୀଳ ନ କରାଇ, ଆତ୍ମରକ୍ଷା ପାଇଁ ସଶକ୍ତ ତଥା ସଚେତନ ନ କରାଇ ପିଢ଼ି ପରେ ପିଢ଼ି ଯୁବ ସମାଜକୁ ଦିଗହରା କରି ପରିଶ୍ରମକାତର ତଥା ପରମୁଖାପେକ୍ଷୀ କରି ରଖିଲେ ଏ ଜାତିଟା ବଙ୍ଗୋପସାଗରରେ ଡୁବି ସତ୍ତା ହରାଇଦେବା ପାଇଁ କେତେବର୍ଷ ବା ଲାଗିବ? ତେଣୁ ବେଳ ହୁଁ ସାବଧାନ ହେବା ଜରୁରୀ ମନେହୁଏ।
ପ୍ରାଧ୍ୟାପକ, ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି
ମୋ : ୮୧୪୪୦୬୬୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?