ଗୁପ୍ତା ଭ୍ରାତାଙ୍କ ଗୁମର ଖୋଲିଲେ ରାମାଫୋସା

ଜୋହାନ୍ସବର୍ଗ,୧୪ା୮: ଦକ୍ଷିଣ ଆଫ୍ରିକାର ଶାସକ ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସ ଭିତରେ ମତଭେଦ କାରଣରୁ ଦୁର୍ନୀତିରେ ଲିପ୍ତ ପ୍ରଭାବଶାଳୀ ଗୁପ୍ତା ପରିବାର ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ନ ଥିବା ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି।
ଆଫ୍ରିକା ରାଷ୍ଟ୍ରପତି ରାମାଫୋସା ଗୁରୁବାର ଷ୍ଟେଟ୍‌ କ୍ୟାପ୍ଚର କମିଶନ ନିକଟରେ ହାଜର ହୋଇ ସାକ୍ଷ୍ୟ ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କ ସହ ଗୁପ୍ତା ବ୍ରଦର୍ସଙ୍କ ସମ୍ପର୍କକୁ ନେଇ ସେ କହିଛନ୍ତି, ୩ ଭାଇ ଅଜୟ ଗୁପ୍ତା, ଅତୁଲ ଗୁପ୍ତା ଏବଂ ରାଜେଶ ଗୁପ୍ତା ଭାରତରୁ ଆସି ଆମ ସରକାରୀ ବ୍ୟବସ୍ଥାରେ ଚତୁରତା ସହ ଅନୁପ୍ରବେଶ କରିଥିଲେ। ଗୁପ୍ତା ଭ୍ରାତା ନିଜକୁ ବିଭିନ୍ନ ଢାଞ୍ଚାରେ ଏପରି ଭାବେ ସ୍ଥାନିତ କରିଥିଲେ ଯେ, ସେମାନଙ୍କ ଗ୍ରହଣୀୟତା ଓ ପହଞ୍ଚ ବଢ଼ିଯାଇଥିଲା। ଏନେଇ ସତର୍କ କରାଯିବା ସତ୍ତ୍ୱେ ଧ୍ୟାନ ଦିଆଯାଇ ନ ଥିଲା। ଫଳରେ କୋଟି କୋଟି ର଼୍ୟାଣ୍ଡର ସରକାରୀ ସମ୍ପତ୍ତି ହାତେଇବାରେ ସେମାନେ ସଫଳ ହୋଇଥିଲେ। ଦେଶର ସର୍ବୋଚ୍ଚ ନେତାଙ୍କ ସହ ଏହି ପରିବାରର ସମ୍ପର୍କ ଥିବାରୁ ସେମାନଙ୍କ କାରନାମା ଉପରେ ନଜର ରଖାଯାଇ ନ ଥିଲା। ରାଷ୍ଟ୍ରପତିଙ୍କ ବନ୍ଧୁ ବୋଲି ଦୁର୍ନୀତିକୁ ନ ଦେଖିବା ପାଇଁ ଆମ ଆଖିରେ ସତେ ଯେମିତି ଅନ୍ଧପୁଟୁଳି ବନ୍ଧା ହୋଇଥିଲା ବୋଲି ରାମାଫୋସା କହିଛନ୍ତି।
ଯେ, ୧୯୯୪ରେ ନେଲସନ ମଣ୍ଡେଲା ଦକ୍ଷିଣ ଆଫ୍ରିକାରେ ଗଣତନ୍ତ୍ର ପ୍ରତିଷ୍ଠା କରି ରାଷ୍ଟ୍ରପତି ହୋଇଥିଲେ। ସେତେବେଳେ ଉତ୍ତର ପ୍ରଦେଶର ଶାହରନପୁରରୁ ଅଜୟ, ଅତୁଲ ଏବଂ ରାଜେଶ ଗୁପ୍ତାଙ୍କ ସହ ସେମାନଙ୍କ ସ୍ତ୍ରୀ ଓ ପିଲାମାନେ ସେଠାକୁ ଯାଇ ପ୍ରଥମେ ଏକ ଜୋତା ଦୋକାନ କରିଥିଲେ। ପରେ ସେମାନେ ସାହାରା କମ୍ପ୍ୟୁଟର୍ସ ନାମରେ ବ୍ୟବସାୟ କରି ଆଇଟି, ଖଣି, ମିଡିଆ ଭଳି କ୍ଷେତ୍ରରେ ବହୁ କୋଟି ର଼୍ୟାଣ୍ଡର ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ। ଜାକବ ଜୁମା ରାଷ୍ଟ୍ରପତି ହେବା ପରେ କ୍ରମଶଃ ସେମାନେ ସରକାରଙ୍କ ସହ ଘନିଷ୍ଠତା ବଢ଼ାଇ ପ୍ରଭାବଶାଳୀ ହେବାରେ ଲାଗିଲେ। ଇତିମଧ୍ୟରେ ଜୁମା ଜେଲ୍‌ ଯାଇଥିବାବେଳେ ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ପାଇଁ ଏହି ୩ ଭାଇଙ୍କୁ ଦାୟୀ କରାଯାଉଛି। ଏବେ ଦୁବାଇରେ ଆମତ୍ନିର୍ବାସନ ଜୀବନ ବିତାଉଥିବା ଗୁପ୍ତା ବ୍ରଦର୍ସଙ୍କୁ ଦକ୍ଷିଣ ଆଫ୍ରିକାକୁ ଫେରାଇଆଣି ଆପରାଧିକ ମାମଲା ଚଳାଇବା ପାଇଁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନବାସୀଙ୍କୁ ଘର ଖାଲି କରିବାକୁ ଚେତାବନୀ ଦେଲା ରୁଷିଆ; ଆଜି ରାତିରେ କ୍ୱିଭ୍‌ରେ ଧ୍ୱଂସଲୀଳା

କ୍ୱିଭ୍‌, ୧ା୩: ୬ଷ୍ଠ ଦିନରେ ବି ଜାରି ରହିଛି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ। ରୁଷିଆ ମଙ୍ଗଳବାର ମଧ୍ୟ ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ଆକ୍ରମଣ କରିଛି।...

ଚାଇନାରେ କରୋନା ହାହାକାର, ଡାକ୍ତରଙ୍କ ଦାବି ୧୦ କୋଟି ଲୋକ ହେବେ ସଂକ୍ରମିତ, ୧୦ ଲକ୍ଷରୁ ଅଧିକଙ୍କର ହୋଇପାରେ ମୃତ୍ୟୁ

ବେଜିଂ,୨୫ ।୧୨: ଚାଇନାରେ କରୋନା ସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ କୋଟି କୋଟି ସଂଖ୍ୟାରେ ଲୋକେ ଏହି ମହାମାରୀ ଦ୍ୱାରା...

ବିକାଶଶୀଳ ଦେଶରେ ଅଧିକ ହାର୍ଟ ରୋଗୀ

ହୃଦ୍‌ ଜନିତ ସମସ୍ୟା ଯୋଗୁ ୧୯୯୦ରେ ୧୨.୩ ନିୟୁତ ଏବଂ ୨୦୧୩ରେ ୧୭.୩ ନିୟୁତ ଲୋକଙ୍କର ଜୀବନ ଯାଇଛି । ୧୯୭୦ ପରେ ହାର୍ଟ ରୋଗୀଙ୍କ...

ସମୁଦ୍ର ତଳୁ ବି ମିଶାଇଲ ଆକ୍ରମଣ କରିପାରେ ଚାଇନା, ଟାର୍ଗେଟରେ ଆମେରିକା, ଭାରତ

ବେଜିଂ,୧ ।୮: ଚାଇନା ଲୁଚିଛପି ଦୀର୍ଘ ଓ ସ୍ୱଳ୍ପ ଦୂରଗାମୀ ପାରମ୍ପରିକ ମିଶାଇଲର ଷ୍ଟକ ବୃଦ୍ଧି କରିବାରେ ଲାଗିପଡିଛି । ଆମେରକିା ବିଶେଷଜ୍ଞଙ୍କ ଏକ ରିପୋର୍ଟ...

ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ଫେସ୍‌ବୁକର ନୂଆ ବ୍ୟବସ୍ଥା

କାବୁଲ,୨୨।୮ : ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଫଗାନିସ୍ତାନରେ ଫେସବୁକ ଓ ଟୁଇଟର...

ବିମାନରେ ଉଡ଼ିଲେ ସବୁଠୁ ଡେଙ୍ଗୀ

ଅଙ୍କାରା, ୬।୧୧: ତୁର୍କୀର ରୁମେୟସା ଗେଲ୍‌ଗିଙ୍କ ଉଚ୍ଚତା ୭ ଫୁଟ୍‌ ୭ ଇଞ୍ଚ (୨୧୫.୧୬ ସେଣ୍ଟିମିଟର)। ୨୦୧୪ରେ ସେ ବିଶ୍ୱର ସବୁଠୁ ଡେଙ୍ଗୀ ଟିନ୍‌ ଏଜର...

ବଡ଼ ଭୁଲ ପରେ କ୍ଷମା ମାଗିଲେ ଜନ ସିନା

ବେଜିଂ, ୨୫।୫: ଡବ୍ଲ୍ୟୁଡବ୍ଲ୍ୟଇ ସୁପରଷ୍ଟାର ତଥା ‘ଫାଷ୍ଟ ଆଣ୍ଡ୍‌ ଫ୍ୟୁରିଅସ ୯’ ଷ୍ଟାର ଜନ ସିନା ଚାଇନିଜ ଫ୍ୟାନ୍ସଙ୍କୁ ମଙ୍ଗଳବାର କ୍ଷମାପ୍ରାର୍ଥନା କରିଛନ୍ତି। ଆମେରିକାନ ରେସଲିଂ...

ପୁଟିନ କହିଲେ ଭବିଷ୍ୟତ ଭାରତର, ମୋଦିଙ୍କ ନେତୃତ୍ୱକୁ କଲେ ପ୍ରଶଂସା

ମସ୍କୋ,୨୮ ।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ପୁଣିଥରେ ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବିଶ୍ୱ...

Advertisement
Archives

Model This Week