Posted inଖେଳ

ମହିଳା କୋଚ୍‌ ପାଇଁ ରମଣ ପୁଣି ଆବେଦନ କରିବେ

ନୂଆଦିଲ୍ଲୀ, ୧୪।୪(ପି.ଟି.)- ପୂର୍ବତନ ଭାରତୀୟ ଓପନର ଡବ୍ଲ୍ୟୁ.ଭି. ରମଣ ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପାଇଁ ପୁଣି ଆବେଦନ କରିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏଥର ରମଣଙ୍କୁ ଅଧିକ ଦାୟିତ୍ୱ ଦେବା ଲକ୍ଷ୍ୟରେ ରହିଛି। ଚୁକ୍ତିବଦ୍ଧ ବ୍ୟକ୍ତିଙ୍କ ସମୟସୀମା ପୂରଣ ହୋଇଥିବାରୁ ନୂଆ ସମ୍ବିଧାନ ଅନୁସାରେ ବିସିସିଆଇ ଏହାର ଓ୍ବେବ୍‌ସାଇଟ୍‌ରେ ବିଜ୍ଞାପନ ଜରିଆରେ ନୂଆ ଦରଖାସ୍ତ ଆବେଦନ କରିଛି। ସିନିୟର ଦଳର ମୁଖ୍ୟ କୋଚ୍‌ ଥିବା ରମଣଙ୍କୁ ମହିଳା ‘ଏ’, ୧୯ ବର୍ଷରୁ କମ୍‌ ଏବଂ ଏନସିଏ ଟିମ୍‌ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ କୁହାଯିବା ଅନୁମାନ କରାଯାଉଛି। ରମଣଙ୍କ ପ୍ରଶିକ୍ଷଣରେ ଭାରତୀୟ ମହିଳା ଦଳ ଟି୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିଲା। ତେଣୁ ସେ ପୁଣି ଆବେଦନ କରିବେ ଏବଂ ଏହି ପଦ ପାଇଁ ପ୍ରବଳ ଦାବିଦାର ମଧ୍ୟ ରହିବେ ବୋଲି ଜଣେ ସିନିୟର ବିସିସିଆଇ ଅଫିସିଆଲ ନିଜ ନାମ ଗୋପନରଖି ପ୍ରକାଶ କରିଛନ୍ତି। ମହିଳା ଦିନିକିଆ ବିଶ୍ୱକପ ଆଉ ଏକ ବର୍ଷରୁ କମ୍‌ ସମୟ ଅଛି। ଭାରତୀୟ ଦଳ ଆଗାମୀ ଜୁନ-ଜୁଲାଇରେ ଇଂଲଣ୍ଡ ଗସ୍ତରେ ଯିବାର ଅଛି। ତେଣୁ ବିସିସିଆଇ କିପରି ଆଭିମୁଖ୍ୟ ପୋଷଣ କରୁଛି ତାହା ଦେଖିବାକୁ ଉତ୍ସୁକତା ବଢ଼ିଛି। ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ ଆସନ୍ତା ବର୍ଷ ଅନୁଷ୍ଠିତ ହେବ। ତେଣୁ ବିସିସିଆଇ ଜୁନିୟର ଚୟନ କମିଟିକୁ ମଧ୍ୟ ପୁନର୍ଗଠନ କରିବ। କରୋନା ମହାମାରୀ ପାଇଁ ବିଭିନ୍ନ ବୟସବର୍ଗ ଟୁର୍ନାମେଣ୍ଟ ସ୍ଥଗିତ ରହିଥିବାରୁ ଆଶିଷ କପୁରଙ୍କ ନେତୃତ୍ୱାଧୀନ କମିଟି ସ୍ଥାନରେ ନୂଆ କମିଟି ଗଠନରେ ବିଳମ୍ବ ହୋଇଛି। ଜୁନିୟର ଚୟନ କମିଟି ୨୩ ବର୍ଷରୁ କମ୍‌ ଭାରତୀୟ ଇମର୍ଜିଂ ଦଳ ଗଠନ ଦାୟିତ୍ୱରେ ମଧ୍ୟ ରହିବ। ଜୁନିୟର ଚୟନ କମିଟି ସଦସ୍ୟ ହେବାପାଇଁ ଜଣେ ବ୍ୟକ୍ତି ଅତିକମ୍‌ରେ ୨୫ଟି ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଥିବ ଏବଂ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କ୍ରିକେଟରୁ ୫ ବର୍ଷ ହେଲା ଅବସର ନେଇଥିବା ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

ମୁମ୍ବାଇ ଇଣ୍ଡିଆନ୍ସ-ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ରେ ରେକର୍ଡ ବର୍ଷା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ସ୍କୋର କରିଥିଲା। ଏହାପୂର୍ବରୁ ଏହି ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନାମରେ ଥିଲା।...

ମାତ୍ର ୨୨ ମିନିଟ୍‌ରେ ରେକର୍ଡ ଭାଙ୍ଗିଦେଲେ ଅଭିଷେକ

ହାଇଦ୍ରାବାଦ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ପାଇଁ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ଟ୍ରାଭିସ ହେଡ ଅର୍ଦ୍ଧଶତକ ହାସଲ କରିଥିଲେ। ମାତ୍ର କିଛି ମିନିଟ ପରେ ଅଭିଷେକ ଶର୍ମା ଏହି...

ପାଣ୍ଡ୍ୟାଙ୍କ ହାତରୁ ଯାଇପାରେ ଅଧିନାୟକ ପଦ: ରୋହିତଙ୍କ ସହ କଥା ହେଲେ ଆକାଶ ଅମ୍ବାନୀ

ହାଇଦ୍ରାବାଦ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ମ୍ୟାଚରେ ଆଇପିଏଲ ଇତିହାସରେ ହାଇଦ୍ରାବାଦ ସବୁଠୁ ବଡ଼ ସ୍କୋର କରିଥିଲା। ମୁମ୍ବାଇ ଦଳ ହାର୍ଦ୍ଦିକ...

ବାଡ଼େଇ ବାଡ଼େଇ ବଲ୍ ଚୋପା ଛଡ଼େଇ ଦେଲେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟର

ହାଇଦ୍ରାବାଦ,୨୭।୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ସବୁଠୁ ବଡ଼ ସ୍କୋର କରିଛି ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)। ବୁଧବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ଆଇପିଏଲ୍‌ ଇତିହାସରେ ସବୁଠୁ ବଡ଼ ସ୍କୋର ଛିଡା କଲା ସନରାଇଜର୍ସ ହାଇଦ୍ରାବାଦ: ମୁମ୍ବାଇକୁ ଦେଲା ବିଶାଳ ଟାର୍ଗେଟ୍‌

ହାଇଦ୍ରାବାଦ୍‌,୨୭।୩: ଆଇପିଏଲ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସବୁଠାରୁ ବଡ ସ୍କୋର କରିଛନ୍ତି। ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ୨୭୮ ରନ୍‌ର ଟାର୍ଗେଟ ଦେଇଛି ହାଇଦ୍ରାବାଦ୍‌। ୨୦...

‘ଫ୍ଲାଇଙ୍ଗ୍‌ କିସ୍‌’ ଦେଇ ଚର୍ଚ୍ଚାରେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ମୁମ୍ବାଇ,୨୭।୩: ଆଇପିଏଲ ୨୦୨୪ର ଅଷ୍ଟମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ୍‌ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯିବ। ହାଇଦ୍ରାବାଦ ଏବଂ ମୁମ୍ବାଇର ଦଳ ଚଳିତ ସିଜନରେ ଏପର୍ଯ୍ୟନ୍ତ ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri