ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ ରାମ ମେହେରଙ୍କୁ ଭାରତର ସର୍ବୋଚ୍ଚ ହସ୍ତତନ୍ତ ସମ୍ମାନ ମଧ୍ୟରୁ ଅନ୍ୟତମ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର-୨୦୨୫’ ପ୍ରଦାନ କରାଯାଇଛି। ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ରାମ ମେହେର ଦୀର୍ଘ ୫୫ ବର୍ଷ ଧରି ପାରମ୍ପରିକ ହସ୍ତତନ୍ତ ଓ ବାନ୍ଧ କଳାର ବିକାଶ ଓ ସଂରକ୍ଷଣ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ନିଷ୍ଠା, କାରିଗରି ଏବଂ ସୃଜନଶୀଳତା ତାଙ୍କୁ ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେଇଛି। ଚଳିତ ବର୍ଷ ସେ ତାଙ୍କର ନିଆରା ‘ବିଚିତପର ଖଡ଼ି ଶାଢ଼ୀ’ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି। ୧୯ ଡିସେମ୍ବର ୧୯୫୪ରେ ଝିଲିମିଣ୍ଡା ଗ୍ରାମରେ ମାତା ମୁଲକିଦେଇ ମେହେର ଓ ପିତା ଅଭିମନ୍ୟୁ ମେହେରଙ୍କ ପୁତ୍ର ରାମ ମେହେର ମାତ୍ର ୧୨ ବର୍ଷ ବୟସରୁ ପାରିବାରିକ କୌଳିକ ବୃତ୍ତି ଭାବେ ସମ୍ବଲପୁରୀ ଶାଢ଼ୀ ବୁଣିବା ଆରମ୍ଭ କରିଥିଲେ। ୧୯୯୨ ମସିହାରେ ସେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ କର୍ମଚାରୀଙ୍କୁ ଦାମୀ ଉପହାର; ମିଠା ବଦଳରେ ଦେଲେ iPhone Duo, ତାପରେ….

ଦୁବାଇ,୬।୧୧: ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ମିଠା ପ୍ୟାକେଟ୍‌ କିମ୍ବା ଛୋଟ ଉପହାର ଦେଇଥାନ୍ତି । ହେଲେ ୟୁଏଇର ଏକ କମ୍ପାନୀରେ ଏଥର ଯାହା…

ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ନେଲା ବୃଦ୍ଧଙ୍କ ଜୀବନ, କାଦୁଅରେ ଗୋଡ଼ ଖସି…

ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର ବିଭୀଷିକା ଥମିବା ପରେ ବି ଲୋକଙ୍କ ପିଛା ଛାଡ଼ୁନି ଦୁର୍ଦ୍ଦଶା। ବନ୍ୟାଜଳ ଛାଡ଼ିଯାଇଥିବା କାଦୁଅ ଏବେ ଜୀବନ ପାଇଁ ବିପଦ ସାଜିଛି। ଏଭଳି…

ଧନତେରସରେ ବଡ଼ ଝଟ୍‌କା! ଦେଢ଼ ଲକ୍ଷ ପହଞ୍ଚିଲା ସୁନାଦର, ଏକ୍ସପର୍ଟ କହିଲେ ଆଜି ଏକାଥରେ ବଢିବ…

ନୂଆଦିଲ୍ଲୀ,୬।୧୧: ପର୍ୱପର୍ୱାଣୀ ସିଜିନ ଆରମ୍ଭ ହେବାକ୍ଷଣି ସୁନା ଦର ପୁଣିଥରେ ସାଧାରଣ ଲୋକଙ୍କ ପାଖଠାରୁ ଦୂରେଇ ଯାଉଥିବାର ନଜର ଆସୁଛି। ଶୁକ୍ରବାର ପାଳନ ହେଉଥିବା ଧନତେରସ ଏବଂ…

ଧନତେରସରେ ସୁନା କିଣିବାକୁ ପ୍ଲାନ କରୁଛନ୍ତି? ଜାଣନ୍ତୁ ଭୁବନେଶ୍ୱରରେ ୧୦ଗ୍ରାମ୍‌କୁ କେତେ ଅଛି ସୁନା ରେଟ୍‌

ଭୁବନେଶ୍ୱର,୬।୧୧: ଆଜି ୬ ନଭେମ୍ୱର, ଶୁକ୍ରବାର ଦିନ ଦେଶବ୍ୟାପୀ ଧନତେରସର ପବିତ୍ର ପର୍ୱ ବେଶ ଧୁମଧାମରେ ପାଳନ କରାଯାଉଛି। ଧନତେରସ ଅର୍ଥାତ ସୁଖ-ସମୃଦ୍ଧି କିଣାକିଣିର ଦିନ ଏବଂ…

ନିର୍ବାଚନରେ ହାରିବା ପରେ ମଧ୍ୟ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ

ଓ୍ବାଶିଂଟନ,୬।୧୧: ୨୦୨୬ ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟମାନଙ୍କର ଏକ ବଡ଼ ବିଜୟ ପରିପ୍ରେକ୍ଷୀରେ, ଟ୍ରମ୍ପ ପ୍ରଶାସନ ସମାଧାନ ବା ବୁଝାମଣା ରାସ୍ତା ଆପଣାଇବା ପରିବର୍ତ୍ତେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର…

ସନ୍ତାନ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ ପରେ…

ବାରିପଦା,୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଅବସ୍ଥାରେ…

ଟି-୨୦ କ୍ରିକେଟ୍‌ରେ ଆନ୍ଦ୍ରେ ରସେଲଙ୍କ ଐତିହାସିକ କୀର୍ତ୍ତିମାନ, ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୧: ଟି-୨୦ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଖେଳାଳି ଆନ୍ଦ୍ରେ ରସେଲ। ଏହି ଫର୍ମାଟ୍‌ରେ ୧୦ ହଜାରରୁ ଅଧିକ ରନ ଏବଂ ୫୦୦ରୁ ଅଧିକ…

LIVE ମ୍ୟାଚ ସମୟରେ ଘଟିଲା ବଡ଼ ଦୁର୍ଘଟଣା: ଷ୍ଟ୍ରେଚର୍‌ରେ ଖେଳାଳିଙ୍କୁ ନିଆଗଲା ହସ୍ପିଟାଲ

ନୂଆଦିଲ୍ଲୀ,୬।୧୧: ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିଲହଟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?