ରକୁଲପ୍ରୀତ ସାଜିବେ ଆୟୁଷ୍ମାନଙ୍କ ହିରୋଇନ

ମୁମ୍ବାଇ: ଜଙ୍ଗଲି ପିକ୍‌ଚର୍ସ ଆୟୁଷ୍ମାନ ଖୁରାନାଙ୍କୁ ନେଇ ପୁଣିଥରେ ଫିଲ୍ମ ‘ଡକ୍ଟର ଜୀ’ ନିର୍ମାଣ କରିବାକୁ ଯୋଜନା କରିଛି । ଏ ସମ୍ପର୍କରେ ଗତ ଡିସେମ୍ବରରେ ଘୋଷଣା କରାଯାଇଥିଲା । ଏହାର ନିର୍ଦ୍ଦେଶନା ଅନୁଭୂମି କଶ୍ୟପ କରୁଛନ୍ତି । ଏହାସହ ଏଥିରେ ଆୟୁଷ୍ମାନଙ୍କ ସହ ରକୁଲପ୍ରୀତ ସିଂଙ୍କୁ ନାୟିକା ଭାବେ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିରେ ରକୁଲ ଜଣେ ମେଡିକାଲ ଛାତ୍ରୀ ଫାତିମା ଭୂମିକାରେ ନଜର ଆସିବେ । ଆଉ ଆୟୁଷ୍ମାନ ଜଣେ ଡାକ୍ତର ଉଦୟ ଭୂମିକାରେ ନଜର ଆସିବେ । ତେବେ ରକୁଲଙ୍କୁ ଏଥିପାଇଁ ଅଫର ମିଳିଥିବାରୁ ସେ ଖୁବ୍ ଖୁସି । ନିକଟରେ ଏକ ସାକ୍ଷାତ୍‌କାରରେ ରକୁଲ କହିଛନ୍ତି, ଏହି ଫିଲ୍ମରେ ଅଭିନୟ କରିବା ମୋ ପାଇଁ ଏକ ଭିନ୍ନ ଅନୁଭୁତି ଆଣିଦେବ । ଏହାସହ ଏହି ଫିଲ୍ମ ମାଧ୍ୟମରେ ପ୍ରଥମ କରି କିଛି କଥା ମୋ ସହ ଘଟିବ । ଯେମିତିକି ଆୟୁଷ୍ମାନଙ୍କ ସହ ପ୍ରଥମଥର ସ୍କ୍ରିନ୍ ଶେୟାର କରିବା, ଏହାସହ ମେଡିକାଲ ପ୍ରଫେସନ ଓ କଲେଜ କ୍ୟାମ୍ପସର କାହାଣୀ ଦର୍ଶକଙ୍କୁ ବେଶ୍ ପସନ୍ଦ ବି ଆସିବ । ଏହାର ଶୁଟିଂ ପାଇଁ କେବଳ ମୁଁ ଅପେକ୍ଷା ରଖିଛି ବୋଲି ସେ କହିଛନ୍ତି । ଆଉ ଏଥିପାଇଁ ପ୍ରଯୋଜକ ନିର୍ଦ୍ଦେଶକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଅନୁଭୂମି କଶ୍ୟପ କହିଛନ୍ତି ଦୁଇ ଭିନ୍ନ ଭିନ୍ନ ଚରିତ୍ରଙ୍କ ସହ କାମ କରିବାକୁ ନେଇ ସେ ମଧ୍ୟ ଉତ୍ସାହିତ ଅଛନ୍ତି । ଆଉ ଏମାନଙ୍କ ଏନର୍ଜି ସହ ଦୁଇ ଜଣଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ । ଜଙ୍ଗଲି ପିକଚର୍ସର ସିଇଓ ଅମୃତା ପାଣ୍ଡେୟ କହିଛନ୍ତି ଏହାର କାହାଣୀ ମୋ ହୃଦୟର । ଆଉ ରକୁଲଙ୍କୁ ପାଇଁ ଆମେ ଖୁବ୍ ଖୁସି । ଏହାର ଶୁଟିଂ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ମା’ଙ୍କ ଏକମାତ୍ର ଭରସା ଥିଲେ ସୁମିତ, ଛଡ଼ାଇନେଲା ତୁମ୍ବେଶ୍ୱର ଘାଟ: ଗଣେଶ ଭସାଣି ବେଳେ ଋଷିକୁଲ୍ୟାରେ ଭାସିଗଲେ ଛାତ୍ର

ପୁରୁଷୋତ୍ତମପୁର, ୧୮/୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟରେ ଶୁକ୍ରବାର ଅଘଟଣ ଘଟିଛି। ଗଣେଶ…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

ଜୈବ ବିବିଧତା ସୁରକ୍ଷା ନେଇ…

ଭଞ୍ଜନଗର, ୧୮/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସ୍ୱାଗତ…

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?