ପୁଣି ଅଜୟଙ୍କ ସହ ନଜର ଆସିବେ ରକୁଲ

ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ‘ଥ୍ୟାଙ୍କ ଗଡ’ ଭଳି ଏକ କମେଡି ଫିଲ୍ମ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅଜୟ ଦେବଗନ, ରକୁଲପ୍ରୀତ ସିଂହଙ୍କ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଇନ୍ଦ୍ର କୁମାର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।
ଏକ ସାକ୍ଷାତକାରରେ ରକୁଲ କହିଛନ୍ତି, ଅଜୟ ହେଉଛନ୍ତି ଏମିତି ଜଣେ ଅଭିନେତା ଯାହାଙ୍କ ସହ କାମ କରିବାକୁ ସମସ୍ତେ ଇଚ୍ଛା କରନ୍ତି । ତାଙ୍କ ଫିଲ୍ମରେ ସବୁବେଳେ ଏକ ନୂଆ ପଣ ଦେଖିବାକୁ ମିଳେ । ତାଙ୍କ ସହ ଅଭିନୟ କରି ମୁଁ ଅନେକ କଥା ଶିଖିବାକୁ ପାଇଛି । ‘ଥ୍ୟାଙ୍କ ଗଡ’କୁ ଦର୍ଶକେ ପସନ୍ଦ କରିବେ ବୋଲି ଆଶା କରୁଛି।
ତେବେ ୨୦୧୯ରେ ‘ଦେ ଦେ ପ୍ୟାର୍‌ ଦେ’ ଫିଲ୍ମ ରିଲିଜ ହୋଇଥିଲା। ଏଥିରେ ଅଭିନେତା ଅଜୟଙ୍କ ସହ ରକୁଲ ନଜର ଆସିଥିଲେ । ଫିଲ୍ମରେ ତାଙ୍କର ଅଭିନୟକୁ ଢେରସାରା ପ୍ରଂଶସା ମିଳିଥିଲା। ‘ରନେୱ ୩୪’ରେ ଦର୍ଶକେ ପୁଣି ସେମାନଙ୍କର ଯୋଡ଼ି ଦେଖିବାକୁ ପାଇଥିଲେ । ଏବେ ତୃତୀୟ ଥର ଲାଗି ରକୁଲ ଅଜୟଙ୍କ ସହ ‘ଥ୍ୟାଙ୍କ ଗଡ’ରେ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମଟି ଚଳିତବର୍ଷ ଦୀପାବଳୀରେ ରିଲିଜ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ସିନେମାରେ ରାଖୀ

ଦେବ ଆନନ୍ଦଙ୍କ ଅଭିନୀତ ‘ହରେ ରାମା ହରେ କ୍ରିଷ୍ଣା’ ସେ ସମୟରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଭାଇ-ଭଉଣୀ ସମ୍ପର୍କକୁ ବେଶ୍‌ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ...

‘୮୩’ରେ ଦୀପିକା ପାଦୁକୋନ

ମୁମ୍ବାଇ : ଚଳଚ୍ଚିତ୍ର ‘୮୩’ରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନିଆଯାଇଛି। କ୍ରୀଡ଼ାଭିତ୍ତିକ ଏହି ଚଳଚ୍ଚିତ୍ରରେ ସେ ସ୍ବାମୀ ରଣବୀର ସିଂଙ୍କ ସହ ଅଭିନୟ କରିବେ।...

ବନ୍ଦ ହେବାକୁ ଯାଉଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା’!

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ଏହି ଶୋ’ରେ ବଲିଉଡ୍‌ ଠାରୁ ଆରମ୍ଭ କରି...

ରିଆଙ୍କର ହେବ ପଲିଗ୍ରାଫ ଟେଷ୍ଟ!

ମୁମ୍ବାଇ,୨୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ସିବିଆଇ ହାତରେ। ସିବିଆଇ ଶୁକ୍ରବାର ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ...

ଭାଇଜାନ୍‌ ହେଲେ ଟ୍ରୋଲ୍‌ : ଆଉ କାହା ପାଇଁ ନୁହେଁ ରାଖୀ ସାଓ୍ବନ୍ତଙ୍କ ଲାଗି

କିଛି ସପ୍ତାହ ପୂର୍ବରୁ ରାକ୍ଷୀ ବିଗ୍‌ ବସ୍‌ରେ ରୁବିନା ଦିଲାଇକ୍‌ଙ୍କ ସ୍ବାମୀ ତଥା ଅଭିନେତା ଅଭିନବ ଶୁକ୍ଳାଙ୍କ ସହ ପ୍ରେମ ଆରମ୍ଭ କରିଥିଲେ। ଯାହାକୁ ଅଭିନବ...

ପ୍ରଥମରୁ ଫିକା ପଡ଼ିଲା ‘ବଚ୍ଚନ ପାଣ୍ଡେ’

ବମ୍ବେ: ହୋଲି ଅବସରରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ରିଲିଜ ହୋଇଥିଲା। ଦୀର୍ଘଦିନରୁ ଅଭିନେତାଙ୍କ ପ୍ରଶଂସକମାନେ ଏହାର ରିଲିଜକୁ ଅପେକ୍ଷା କରିଥିଲେ। ଏଣୁ...

ବାହାଘର ପାଇଁ ଆସିଥିଲା ୩୦ ହଜାର ପ୍ରସ୍ତାବ !

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ ନିଜର ବଳିଷ୍ଠ ଚେହେରା ପାଇଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ସୁନ୍ଦର ପୁରୁଷଙ୍କ ତାଲିକାରେ ଆସିଥାଆନ୍ତି।...

୨୫୦ ଟଙ୍କାରୁ ୬ କୋଟି ପାରିଶ୍ରମିକ: କିଛି ଏଭଳି ଥିଲା ସୁଶାନ୍ତଙ୍କ ଜୀବନ ଯାତ୍ରା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି ସତ। ହେଲେ ସେ ଛାଡ଼ିଯାଇଥିବା ସ୍ମୃତି ପ୍ରଶଂସକଙ୍କ ପାଇଁ ଅପାସୋରା ପାଲଟିଛି। ପରଦାରେ ନାୟକ...

Advertisement
Archives

Model This Week