Posted inଜାତୀୟ

ରାଣୀ ଲକ୍ଷ୍ମୀବାଇଙ୍କ ୧୯୩ତମ ଜନ୍ମଦିନରେ ପାଳନ ହେବ ରାଷ୍ଟ୍ରୀୟ ପ୍ରତିରକ୍ଷା ସମର୍ପଣ ପର୍ବ

ନୂଆଦିଲ୍ଲୀ,୯ ।୧୧: ଝାନ୍‌ସି ରାଣୀ ଲକ୍ଷ୍ମୀବାଇଙ୍କ ୧୯୩ ତମ ଜନ୍ମଦିନ ଅବସରରେ ଝାନ୍‌ସିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ପ୍ରତିରକ୍ଷା ସମର୍ପଣ ପର୍ବ(୧୭-୧୯ ନଭେମ୍ବର)ପାଳନ ହେବାକୁ ଯାଉଛି । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସେନାଙ୍କ ଶକ୍ତି ଓ ଡିଫେନ୍ସ ପିଏସୟୁର ଅସ୍ତ୍ର ଓ ସେନାର ଅସ୍ତ୍ରଶସ୍ତ୍ରକୁ ନେଇ ଏକ ବଡ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ପ୍ରତିରକ୍ଷା ପର୍ବ ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ବଡ ଏୟାର ଡିସପ୍ଲେର ବି ଆୟୋଜନ କରାଯାଇଛି । ଏହା ବ୍ୟତୀତ ପର୍ବ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୧୭ ନଭେମ୍ବରରେ ପର୍ବର ଉଦ୍‌ଘାଟନ କରିବେ । ୧୯ ନଭେମ୍ବର ଅର୍ଥାତ୍ ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ପର୍ବର ସମାପନ କରାଯିବ । ଏହି ସମୟରେ ମୋଦି ଏକ ସଭାକୁ ବି ସାମ୍ବାଧନ କରତ୍ୱ । ଝାନ୍‌ସିରେ ରାଷ୍ଟ୍ରୀୟ ପ୍ରତିରକ୍ଷା ସମର୍ପଣ ପର୍ବ ସ୍ୱାଧିନତାର ଅମୃତ ମହୋତ୍ସବ ଅର୍ଥାତ୍ ସ୍ୱାଧିନତାର ୭୫ ବର୍ଷର ପୂର୍ତ୍ତି ଅବସରରେ ପାଳନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ମାମଲା: କ୍ଷମା ମାଗିଲା ମୁସଲିମ୍‌ ପକ୍ଷ

ନୂଆଦିଲ୍ଲୀ,୨୬।୯: ଅଯୋଧ୍ୟା ଜମି ବିବାଦର ଶୁଣାଣିବେଳେ ଗୁରୁବାର ସୁପ୍ରିମକୋର୍ଟରେ କ୍ଷମା ମାଗିଛି ମୁସଲିମ ପକ୍ଷ। ୨୦୦୩ରେ ଏଏସଆଇ ଦେଇଥିବା ରିପୋର୍ଟ ଉପରେ ମୁସଲିମ ପକ୍ଷ ପ୍ରଶ୍ନ...

ବୁଧବାର କର୍ନାଟକ ବନ୍ଦ

ବେଙ୍ଗାଲୁରୁ,୨୨ ।୨: ସାଂପ୍ରଦୟିକ ଭାବେ ସମ୍ବେଦନଶୀଳ କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳ କର୍ମୀ ହର୍ଷଙ୍କ ହତ୍ୟା ପରେ ସେଠାରେ ଉତ୍ତେଜନା ଲାଗି ରହିଛି । ତାଙ୍କର...

ମୋଦିଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଟକ୍କର ଦେବେ ତେଜ ବାହାଦୁର

ଚଣ୍ଡିଗଡ଼,୩୦।୯: ଖାଇବାର ଅଭିଯୋଗକୁ ନେଇ ଚର୍ଚ୍ଚାକୁ ଆସିଥିବା ନିଲମ୍ବିତ ବିଏସ୍‌ଏଫ୍‌ ଯବାନ ତେଜ ବାହଦୁର ଯାଦବ ଏବେ ହରିୟାଣା ରାଜନୀତିରେ ପାଦ ରଖିଛନ୍ତି। ଦୁଷ୍‌ୟନ୍ତ ଚୌଟାଲାଙ୍କ...

ଭାଜପା ଏମ୍‌ପି ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ଦେଲେ ସଫେଇ

ନୂଆଦିଲ୍ଲୀ,୧୮।୧: ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପ୍ରସଙ୍ଗରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ମତ...

ଏନ୍‌ଜିଟି ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୯।୧: ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀଶଯ୍ୟାରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଶୁକ୍ରବାର ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି।...

ନିଜ ଦୋକାନରୁ ବହି-ୟୁନିଫର୍ମ କିଣିବାକୁ ବାଧ୍ୟ କରିପାରିବେନି ଘରୋଇ ସ୍କୁଲ

ନୂଆଦିଲ୍ଲୀ,୫।୫: ଦିଲ୍ଲୀ ସରକାର ଘରୋଇ ସ୍କୁଲକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଦିଲ୍ଲୀର ଘରୋଇ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ଦୋକାନରୁ ବହି କିମ୍ବା ୟୁନିଫର୍ମ...

ପୁଣି ଚର୍ଚ୍ଚାରେ କୁନି କେଜ୍‌ରିଓ୍ବାଲ୍‌

ଚଣ୍ଡିଗଡ,୧୦।୩: ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିଛି। ଦଳ ୯୨ ଆସନ ସହ ରାଜ୍ୟରେ ସରକାର ଗଢିବାକୁ ଯାଉଛି। ଦଳର ବିୟରେ କର୍ମୀମାନେ...

କୃଷି ଆନ୍ଦୋଳନ: ବାହାରିଲା ନାହିଁ କୌଣସି ସମାଧାନ

ନୂଆଦିଲ୍ଲୀ,୨୨ ।୧: କେନ୍ଦ୍ରର କୃଷି ଆଇନକୁ ନେଇ କୃଷକମାନଙ୍କ ଆନ୍ଦୋଳନ ୫୮ ଦିନରେ ପହଞ୍ଚିଛି । ଶୁକ୍ରବାର ପୁଣିଥରେ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ...

Advertisement
Archives

Model This Week