ଯନ୍ତ୍ରଣା ବଖାଣିଲେ ଡ୍ରାମା କୁଇନ୍

ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ରିତେଶଙ୍କଠାରୁ ଅଲଗା ହୋଇଛନ୍ତି। ସେମାନେ ସେମାନଙ୍କର ତିନି ବର୍ଷର ବିବାହକୁ ଭାଙ୍ଗି ଦେଇଛନ୍ତି। ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ ରବିବାର ଦିନ ରାଖୀ ରିତେଶଙ୍କଠାରୁ ଅଲଗା ହେବାର ଘୋଷଣା କରିଥିଲେ। ବିବାହ ଭାଙ୍ଗିବାପରେ ନିଜ ଦୁଃଖ ବଖାଣିଛନ୍ତି ରାଖୀ।
ଏକ ସାକ୍ଷାତକାରରେ ରାଖୀ କାନ୍ଦି କାନ୍ଦି କହିଛନ୍ତି, ସେ ମୋତେ ଛାଡି ଚାଲିଗଲେ। ମୁଁ ତାଙ୍କୁ ବହୁତ ଭଲ ପାଉଥିଲି । ବିଗ ବସ ପରେ କିଛି ସପ୍ତାହ ପୂର୍ବରୁ ଆମେ ମୁମ୍ବାଇରେ ଆମ ଘରେ ଏକାଠି ରହିବା ଆରମ୍ଭ କରିଥିଲୁ, କିନ୍ତୁ ଗତକାଲି ସେ ତାଙ୍କ ଜିନିଷ ପ୍ୟାକ କରି ମୋତେ ଛାଡି ଚାଲିଗଲେ। ସେ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ନାହାଁନ୍ତି ଏବଂ ସେ ଆଉ ମୋ ସହ ରହିବାକୁ ଚାହାଁନ୍ତି ନାହିଁ ବୋଲି କହିଥିଲେ। ବିଗ ବସ ଘରୁ ବାହାରକୁ ଆସିବା ପରେ ଯେତେବେଳେ ମୁଁ ଜାଣିଲି ଯେ ତାଙ୍କର ସ୍ତ୍ରୀ ଏବଂ ସନ୍ତାନ ଅଛି, ମୁଁ ହୃଦୟ ଭାଙ୍ଗିପଡିଥିଲା। ମୁଁ ଜଣେ ମହିଳା ଏବଂ ଅନ୍ୟାୟ କରିପାରିବି ନାହିଁ। ସେ ମୋତେ ଛାଡି ଚାଲିଗଲେ ଏବଂ ସବୁକିଛି ସରିଗଲା।
ସେମାନଙ୍କ ସାକ୍ଷାତକୁ ମନେପକାଇ ରାଖୀ କହିଛନ୍ତି, ପ୍ରଥମେ ଆମେ ହ୍ବାଟ୍‌ସଆପ୍‌ ମାଧ୍ୟମରେ ଯୋଡି ହୋଇଥିଲୁ ଏବଂ ପ୍ରାୟ ୬ ମାସ ଚାଟ୍‌ କରିଥିଲୁ। ତା’ପରେ ସେ ତାଙ୍କ ଅବସ୍ଥାନ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ପଠାଇଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲ। ସେ ବିବାହ ପ୍ରସ୍ତାବ ଦେଇଥିଲେ। ଯେହେତୁ ମୁଁ ମଧ୍ୟ ମୋ ଜୀବନରେ କାହା ସହିତ ରହିବାକୁ ଚାହୁଁଥିଲି, ମୁଁ ତାଙ୍କୁ ତିନି ବର୍ଷ ପୂର୍ବେ ବିବାହ କରିଥିଲି। ମୁଁ ରିତେଶଙ୍କୁ ମୋ ସହିତ ବିଗ ବସ ଘରକୁ ଆସିବାକୁ କହିଥିଲି। ମୁଁ ତାଙ୍କୁ ବହୁତ ଭଲ ପାଏ ଏବଂ ମୁଁ ତାଙ୍କୁ ସବୁକିଛି ପାଇଁ କ୍ଷମା କରିବି। ଯଦି ସେ ଛାଡପତ୍ର ଦେଇ ମୋ ପାଖକୁ ଫେରିବାକୁ ଚାହାଁନ୍ତି, ତେବେ ମୁଁଗ୍ରେହଣ କରିବି।କିନ୍ତୁ ଯଦି ସେ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହ ରହିବେ ତେବେ ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ। କିନ୍ତୁ ବିବାହ ଏବଂ ପ୍ରେମ ଖେଳନା ନୁହେଁ।
‘ବିଗ ବସ ୧୫’ ମାଧ୍ୟମରେ ରାଖୀ ସମସ୍ତଙ୍କୁ ତାଙ୍କ ସ୍ବାମୀ ରିତେଶଙ୍କ ସହିତ ପରିଚିତ କରାଇଥିଲୋ। ଏଠାରେ ଉଭୟଙ୍କୁ ରୋମାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri