ପଡୋଶୀଙ୍କ ଫିଙ୍ଗା ଖାଦ୍ୟ ଖାଇ ପିଲାଦିନ କାଟିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟେଲିଭିଜନ ଅଭିନେତ୍ରୀ, ଡ୍ରାମା କୁଇନ ତଥା ନୃତ୍ୟଶିଳ୍ପୀ ରାଖୀ ସାୱନ୍ତ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮, ନଭେମ୍ବର ୨୫ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ରାଖୀ ନିଜ ଚିରପରିଚତ ଅନ୍ଦାଜରେ ଆଜି ସମସ୍ତଙ୍କ ହୃଦୟରେ ରାଜ୍‌ କରୁଛନ୍ତି। କିନ୍ତୁ ଖୁବ କମ ଲୋକ ଜାଣନ୍ତି ଯେ ରାଖୀ ପିଲାଦିନେ ବହୁତ ଯନ୍ତ୍ରଣା ଦେଇ ଗତି କରିଛନ୍ତି। ରାଜୀବ ଖଣ୍ଡେଲୱାଲଙ୍କ ଶୋ’ ଇମୋସନରେ ରାଖୀ ତାଙ୍କ ପିଲାଦିନ ବିଷୟରେ କହିଥିଲେ। ପିଲାବେଳେ ତାଙ୍କୁ କେତେ ସମସ୍ୟାର ସାମ୍ନା କରିବାକୁ ପଡିଥିଲା ସେ ଏଠାରେ କହିଥିଲେ। ରାଖୀଙ୍କ ପ୍ରକୃତ ନାମ ହେଉଛି ନେରୁ ଭେରା।
ତାଙ୍କ ପିଲାଦିନ ବିଷୟରେ କଥାବାର୍ତ୍ତା କରି ରାଖୀ କହିଥିଲେ ପିଲାଦିନେ ମୁଁ ବହୁତ ଦାରିଦ୍ର ଦେଖିଛି। ଏତେ ଦାରିଦ୍ର୍ୟ ଯେ, ମୁଁ ମୋ ମା’ଙ୍କ ପେଟରେ ଥିବାବେଳେ ମୋ ମା ଇଟା ଓ ପଥରରେ ଖାଦ୍ୟ ରାନ୍ଧୁଥିଲେ। ମା’ କୁହନ୍ତି ଯେ ଆମେ ଛୋଟ ଥିବାବେଳେ ସେତେବେଳେ ଆମର ଖାଦ୍ୟ ନ ଥିଲା। ପଡ଼ୋଶୀମାନେ ଯେଉଁ ଖାଦ୍ୟ ଫିଙ୍ଗୁଥିଲେ ସେହି ଖାଦ୍ୟ ଉଠାଇ ଆମେ ଖାଉଥିଲୁ। ଗଣ୍ଡେ ଖାଦ୍ୟ ମିଳିବା କଷ୍ଟକର ହୋଇପଡୁଥିଲା। ତାଙ୍କ ସ୍ବପ୍ନ ବିଷୟରେ ରାଖୀ କହିଥିଲେ- ମୁଁ ପିଲାଦିନରୁ ଅଭିନୟ ଏବଂ ନୃତ୍ୟକୁ ବହୁତ ପସନ୍ଦ କରୁଥିଲି । କିନ୍ତୁ ମୋ ପରିବାରରେ ଏହା ଆଦୌ ପସନ୍ଦ ନ ଥିଲା। ମା’ ମୋତେ ବହୁତ ପିଟୁଥିଲେ। କାରଣ ମୋ ପରିବାରରେ, ଖାଦ୍ୟ ଅଛି କି ନାହିଁ ତାହା ସେମାନେ ଦେଖନ୍ତି ନାହିଁ, କିନ୍ତୁ ଝିଅଟି ନାଚିବା ଉଚିତ୍‌ ନୁହେଁ ବୋଲି ସେମାନେ ଭାବନ୍ତି। ଜୀବନରେ ଅନେକଥର ମାଡ ଖାଇଛି। ମୁଁ ମୋର କଠିନ ପରିଶ୍ରମ ସହିତ ଏଠାକୁ ଆସିଛି। ମୋର କୌଣସି ଗଡଫାଦର ନ ଥିଲେ। ମୁଁ ଘରୁ ପଳାଇ ନିଜ ପରିଚୟ ଖୋଜିବାକୁ ଆରମ୍ଭ କରିଥିଲି ବୋଲି ରାକ୍ଷୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri