Posted inଜାତୀୟ

ରାକେଶ ଟିକାଏତଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୭।୩: କୃଷକ ନେତା ରାକେଶ ଟିକାଏତଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସେ ଏକ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ରବିବାର ସକାଳ ପ୍ରାୟ ୧୧ଟା ସମୟରେ ରାକେଶଙ୍କ ମୋବାଇଲକୁ ଏକ କଲ ଆସିଥିଲା। ଯୁବକ ଜଣକ ତାଙ୍କ ନାମ ସଞ୍ଜୁ କହିଥିଲେ। ସମ୍ପୃକ୍ତ ଯୁବକ ରାକେଶଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ହତ୍ୟା ଧମକ ଦେଇଥିଲେ। ପୋଲିସ ଷ୍ଟେଶନ ସିଭିଲ ଲାଇନରେ ଏକ ମାମଲା ରୁଜୁ କରାଯାଇଛି। ଏସଏସଆଇ ରାକେଶ ଶର୍ମା ସର୍କୁଲାର ରୋଡରେ ଥିବା ରାକେଶଙ୍କ ବାସଭବନରେ ପହଞ୍ଚି ଏ ବିଷୟରେ ପଚାରି ବୁଝିଥିଲେ। ପୋଲିସ ଧମକପୂର୍ଣ୍ଣ କଲ୍‌ ଆସିଥିବା ମୋବାଇଲ ନମ୍ବରକୁ ନଜରରେ ରଖି ତଦନ୍ତ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ସିଭିଲ ଲାଇନ ପୋଲିସ ଷ୍ଟେଶନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରାଯାଇଛି। ଘଟଣାର ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା ବିଜନ୍ଦ୍ର ସିଂ ରାୱତ କହିଛନ୍ତି।
ତେବେ ଏନେଇ ରାକେଶ ଟିକାଏତ କହିଛନ୍ତି, କେବଳ ମୋତେ ନୁହେଁ, ମୋ ପରିବାର ଲୋକଙ୍କୁ ହତ୍ୟା ଧମକ ଦିଆଯାଉଛି। ଚାଷୀଙ୍କ ଆନ୍ଦୋଳନ ସମୟରେ ତାଙ୍କୁ ୧୩ ମାସ ମଧ୍ୟରେ ଅନେକ ଥର ଧମକ ଦିଆଯାଇଥିଲା। ଏହା ସେ ଗାଜିଆବାଦ ପୋଲିସକୁ ଜଣାଇଥିଲେ। କେତେକରେ ମାମଲା ପଞ୍ଜୀକୃତ ହୋଇଥିଲା ଏବଂ କେତେକରେ ତଦନ୍ତ କରାଯାଇଥିଲା, କିନ୍ତୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିଲା। ଯଦି ପୋଲିସ ପୂର୍ବରୁ ହୋଇଥିବା ଅଭିଯୋଗ ଉପରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥାନ୍ତା ତେବେ ଏପରି ଧମକ ଆଜି ମିଳି ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଏମ୍‌ପି ହୋଇଥିବା ନକୁଲ ନାଥଙ୍କୁ ସଂସଦ ପର୍ଯ୍ୟନ୍ତ ଛାଡିବାକୁ ଆସିଲେ ବାପା

ନୂଆଦିଲ୍ଲୀ,୧୭।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଓ ତାଙ୍କ ପୁଅ ନକୁଲ ନାଥ ସୋମବାର ସଂସଦ ଭବନ ପହଞ୍ଚିଥିଲେ। ନକୁଳ ନାଥ ୧୭ତମ ଲୋକ ସଭା...

ନାଗାଲାଣ୍ଡ ବିଧାନସଭା ବିରୋଧୀ ଶୂନ୍ୟ

ଗୁଆହାଟୀ, ୧୧ା୩: ନାଗାଲାଣ୍ଡ ବିଧାନସଭା ଦ୍ୱିତୀୟ ଥର ପାଇଁ ବିରୋଧୀ ଦଳ ଶୂନ୍ୟ ହୋଇଛି। ଶରଦ ପାଓ୍ବାରଙ୍କ ଏନ୍‌ସିପି ସମେତ ରାଜ୍ୟର ସମସ୍ତ ରାଜନୈତିକ ଦଳ...

ମହାରାଷ୍ଟ୍ରରେ ଆଉ ୯୧ ପୋଲିସ କରୋନା ସଂକ୍ରମିତ

ମୁମ୍ବାଇ,୩୧।୫: କରୋନା ଭାଇରସ ମହାରାଷ୍ଟ୍ର ପୋଲିସର ଚିନ୍ତା ବଢାଇ ଚାଲିଛି। ଏହି କରୋନା ଯୋଦ୍ଧା ଏବେ ସଙ୍କଟରେ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୧...

୨୪ ଘଣ୍ଟାରେ ଗଲା ୮ ଜୀବନ: ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩୦ା୩(ପି.ଟି.): ଲକ୍‌ଡାଉନ ସତ୍ତ୍ୱେ ଦିନକୁ ଦିନ ଅଧିକ ଭୟଙ୍କର ହେଉଛି କରୋନା। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କ ଜୀବନ ନେଲାଣି ଏହି...

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ଫେସବୁକରେ ଲେଖିଲେ ଆପତ୍ତିଜନକ ଶବ୍ଦ

ଲକ୍ଷ୍ନୌ,୧୮।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି। ବଗାପତ ଜିଲାରେ ରହୁଥିବା ଯୁବକ ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ...

ଅସନ୍ତୁଷ୍ଟ ବିଧାୟକଙ୍କୁ ମନ୍ତ୍ରୀ ପଦ ଯାଚିଲେ କୁମାରସ୍ବାମୀ

ବେଙ୍ଗାଲୁରୁ,୮।୭: ସଂଖ୍ୟା ଗରିଷ୍ଠତାକୁ ନେଇ ଏବେ ଅଡୁଆରେ ପଡିଛି କର୍ନାଟକର କୁମାରସ୍ବାମୀ ସରକାର। ଇତି ମଧ୍ୟରେ ବିଧାୟକଙ୍କୁ ମନାଇବାକୁ ଯାଇ କେତେଜଣ ଅସନ୍ତୁଷ୍ଟ ବିଧାୟକଙ୍କୁ କୁମାରସ୍ବାମୀ...

ବିଦ୍ୟୁତ୍‌ ଖୁଣ୍ଟରେ ମାଡ଼ ହୋଇ ଏଭିଏସନ୍‌ ଏକାଡେମିର ବିମାନ ଦୁର୍ଘଟଣାଗ୍ରସ୍ତ: ଟ୍ରେନିଂ ପାଇଲଟ ମୃତ

ଅମରାବତି,୨୬।୨: ଆନ୍ଧ୍ରପ୍ରଦେଶରେ ଶନିବାର ଏକ ଏଭିଏସନ୍‌ ଏକାଡେମୀର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନ ଦୁର୍ଘଟଣାରେ ଜଣେ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।...

ଲୁଧିଆନା ଓ୍ବାକ୍ସ ମ୍ୟୁଜିୟମରେ ଲାଗିଲା କେଜରିଓ୍ବାଲଙ୍କ ମହମ ପ୍ରତିମୂର୍ତ୍ତି

ଲୁଧିଆନା,୧୬।୨: ପଞ୍ଜାବର ଲୁଧିଆନାରେ ଥିବା ‘ପ୍ରଭାକର ଓ୍ବାକ୍ସ ମ୍ୟୁଜିୟମ’ରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ଏକ ମହମ ପ୍ରତିମୂର୍ତ୍ତି ରବିବାର ସ୍ଥାପନ କରାଯାଇଛି।...

Advertisement
Archives

Model This Week