ଜେଲକୁ ଫେରିଲେ ରାକେଶ

ଯାଜପୁର ଅଫିସ/ରସୁଲପୁର/ଯାଜପୁର ଟାଉନ(ଡି.ଏନ.ଏ.),୬।୨: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ (୨୧)ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନମୋଡ ନେଉଛି। ଘଟଣାର ୧୦ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପୋଲିସ ମୃତ୍ୟୁର କାରଣ ଖୋଜିବାରେ ବିଫଳ ହୋଇଛି। ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଶୁକ୍ରବାର କୁଆଖିଆ ଥାନା ପୋଲିସ ଗିରଫ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଇଥିଲା। କୋର୍ଟ ରାକେଶଙ୍କୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଯାଜପୁର ଟାଉନ ଉପ କାରାଗାରକୁ ପଠାଇ ଦେଇଛନ୍ତି। ତେବେ ରାକେଶଙ୍କୁ ନେଇ ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ତାଙ୍କ ଘରକୁ ଖାନତଲାସି କରିବା ସମୟରେ ତାଙ୍କ ମୋବାଇଲ ଫୋନ ପୋଲିସ ହାତରେ ଲାଗିଛି। ତାହାକୁ ଟ୍ରାକ୍‌ କରି ଘଟଣାର ରହସ୍ୟ ଖୋଲିବ ବୋଲି ପୋଲିସ ଆଶା ରଖିଛି। ଅନ୍ୟପକ୍ଷରେ ପ୍ରମାଣ ନଷ୍ଟ କରିବାକୁ ଯାଇ ରାକେଶ ମୋବାଇଲରୁ ବହୁ ତଥ୍ୟ ନଷ୍ଟ କରି ଦେଇଥିବା ପୋଲିସ ଆଶଙ୍କା କରୁଛି। ତେଣୁ ମୋବାଇଲର ଡାଟାଗୁଡ଼ିକୁ ରିକୋଭରି ପାଇଁ ଲ୍ୟାବ୍‌କୁ ପଠାଯାଇଛି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ଝରାଫୁଲଙ୍କ ମୋବାଇଲ ଫୋନ ମିଳୁ ନ ଥିବାରୁ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ, ଚାର୍ଟିଂ, ଭିଡିଓ କଲିଂ, ଫଟୋ ଆଦି ସମ୍ପର୍କରେ ଅବଗତ ହେବା ପାଇଁ ପୋଲିସକୁ ରାକେଶଙ୍କ ମୋବାଇଲ ସହାୟକ ହେବ ବୋଲି କୁହାଯାଉଛି। ଅପରପକ୍ଷରେ ଗ୍ରାଉଣ୍ଡ ତଦନ୍ତ ଶେଷ ହେବା ପରେ ଭିସେରା ରିପୋର୍ଟକୁ ପୋଲିସ ଅପେକ୍ଷା ରହିଛି। ରାକେଶଙ୍କ ସହଯୋଗୀ ଶକ୍ତି ପ୍ରସାଦ ସ୍ବାଇଁକୁ ପୋଲିସ ଧରିବାକୁ ତନାଘନା ଚଳାଇଥିଲେ ହେଁ ତାହା ସଫଳ ହୋଇ ପାରିନାହିଁ। ଏହାଛଡ଼ା ପୋଲିସ ଜେରା ସମୟରେ ରାକେଶ ମିଥ୍ୟା ତଥ୍ୟ ଦେଇଥିବାରୁ ତଦନ୍ତ ବାଟବଣା ହୋଇଥିବା କୁହାଯାଉଛି। ଏପରି କି ଝରାଫୁଲଙ୍କ ଶରୀର ଗୁରୁତର ଆଘାତପ୍ରାପ୍ତ ହୋଇଥିବା ଶବବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିବା ଶୁଣିବାକୁ ମିଳିଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ୍‌ ଏସ୍‌ଡିପିଓ ତଥା ତଦନ୍ତ ଅଧିକାରୀ ଚିନ୍ମୟ କୁମାର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଦିନେ ଦୁଇଦିନ ଅପେକ୍ଷା କରନ୍ତୁ, ସମସ୍ତ ରହସ୍ୟ ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହାଟଡିହୀ ତହସିଲରେ ପଲିଥିନ୍‌ ଚୋରି ନାଟକ, ୨ ଦିନ ପରେ ତହସିଲଦାରଙ୍କୁ କର୍ମଚାରୀ ଜଣାଇବା ପରେ…

ହାଟଡିହୀ/ଛେନାପଦୀ,୨୯ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରୁ ୧୫୦ଟି ପଲଥିନ୍‌ ଚୋରି ଘଟଣାର ଦୁଇ ଦିନ ପରେ ଥାନାରେ ଅଭିଯୋଗ ହେବାକୁ ନେଇ ସନ୍ଦେହ…

ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

ମୋହନା,୨୯ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା…

ଧୋଇଲା ଭୂତପଙ୍କାଳ ବ୍ରିଜ୍‌: ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ ଠପ୍‌, ଅନିର୍ଦ୍ଦିଷ୍ଟ କାଳ…

ଦାରିଙ୍ଗବାଡ଼ି,୨୯।୧୦(ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗଞ୍ଜାମ ଜିଲାର ଗାଜଲବାଡ଼ି ନିକଟରେ ଥିବା ଭୂତପଙ୍କାଳ ବ୍ରିଜ…

ଇଶାନ କିଶନଙ୍କ ରେକର୍ଡକୁ ବିପଦ! ମାତ୍ର ଏତିକି ରନ୍‌ କଲେ ଇତିହାସ ରଚିବେ ଅଭିଷେକ

ନୂଆଦିଲ୍ଲୀ, ୨୯।୧୦: ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ବ୍ୟାଟ ଏବେ ଜୋର୍‌ଦାର ଚାଲୁଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ଅନ୍ତର୍ଜାତୀୟ ସିରିଜରେ ମଧ୍ୟ ଏହି ଭାରତୀୟ ଓପନର୍ସଙ୍କ…

ଘରକୁ ଆସି ପାର୍ସଲ ଡେଲିଭରି କରିବ ଭାରତୀୟ ରେଳବାଇ: କୋରିୟର କମ୍ପାନୀ ଭଳି ଡୋରଷ୍ଟେପ ସେବା; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରେଳବାଇ ଏବେ କୋରିୟର କମ୍ପାନୀଗୁଡ଼ିକ ଭଳି ଘରୁ ପାର୍ସଲ ସଂଗ୍ରହ କରିବା ଏବଂ ତାହାକୁ ସିଧାସଳଖ ଆପଣଙ୍କ ଦିଆଯାଇଥିବା ଠିକଣାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି…

ଅର୍ଣ୍ଣବ ପ୍ରଭାବ: ଗାଁରେ ପଶିଲା ପାଣି, ଯୋଗାଯୋଗ ବିଚ୍ଛିନ୍ନ

ପୁରୁଷୋତ୍ତମପୁର,୨୯ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଗତ ୩ ଦିନ ହେବ କ୍ରମାଗତ ଭାବେ ଲାଗିରହିଥିବା…

ବ୍ରହ୍ମପୁର-ଭୁବନେଶ୍ୱରରୁ ବିଚ୍ଛିନ୍ନ ଭଞ୍ଜନଗର: ଘରେ ପଶିଲା ପାଣି, ଭାସିଲା ଗାଡ଼ି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ):ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ମାତ୍ର ୧୨ ଘଣ୍ଟାର…

ବିଧାନ ପରିଷଦ ନିର୍ବାଚନରେ ରୋଚକ ଲଢ଼େଇ: ଭାଜପା ନା କଂଗ୍ରେସ, କିଏ ମାରିଲା ବାଜି, ଜାଣନ୍ତୁ…

ନୂଆଦିଲ୍ଲୀ, ୨୯।୧୦: ୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଉତ୍ତରପ୍ରଦେଶ ଓ କର୍ନାଟକରେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?