Posted inUncategorized

୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିଲା ରାଜ୍ୟାଭିଷେକ ଚୌକି

ଲଣ୍ଡନ, ୭।୫: କିଙ୍ଗ୍‌ ଚାଲର୍‌ସ ୩ୟଙ୍କୁ ଯେଉଁ ସ୍ବତନ୍ତ୍ର ଚୌକିରେ ବସାଇ ରାଜ୍ୟାଭିଷେକ କରାଯାଇଛି, ତାହା ୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ଏହାକୁ ସେଣ୍ଟ ଏଡ୍‌ଓ୍ବାର୍ଡଙ୍କ ଚେୟାର ବୋଲି କୁହାଯାଏ। ଚୌକିର ଉଚ୍ଚତା ୬ ଫୁଟ୍‌ ୯ ଇଞ୍ଚ। ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ଏହି ଚୌକିରେ ଷ୍ଟୋନ୍‌ ଅଫ୍‌ ଡେଷ୍ଟିନି (ଭାଗ୍ୟଶିଳା) ଖଞ୍ଜା ଯାଇଛି। ତେବେ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୭୨୭ରେ ଚୌକିର ଦୁଇ ପାର୍ଶ୍ୱରେ ବିପରୀତ ଦିଗକୁ ମୁଖ କରିଥିବା ଦୁଇଟି ସିଂହ ଲଗାଯାଇଛି। ହଜାରେ ବର୍ଷ ପୁରୁଣା ରୀତିନୀତି ଅନୁସାରେ କିଙ୍ଗ୍‌ ଚାଲର୍‌ସ ୩ୟଙ୍କ ରାଜ୍ୟାଭିଷେକ ହୋଇଥିବାବେଳେ ଏଥିରେ ବହୁ ବର୍ଷ ପୁରୁଣା ଅଳଙ୍କାର ବ୍ୟବହାର କରାଯାଇଛି।

ତୃତୀୟ ଧାଡ଼ିରେ ବସିଲେ ପ୍ରିନ୍ସ ହ୍ୟାରି

କିଙ୍ଗ୍‌ ଚାଲ୍ସ ୩ୟଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ରାଜପରିବାର ସଦସ୍ୟମାନେ ଆଗ ଧାଡ଼ିରେ ବସିଥିବାବେଳେ ପ୍ରିନ୍ସ ହ୍ୟାରି ଏବଂ ଆଣ୍ଡ୍ରେୟୁ ତୃତୀୟ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା। ରାଜ୍ୟାଭିଷେକ ପରେ ରାଜା, ରାଣୀ ବକିଂହାମ ପ୍ୟାଲେସକୁ ଫେରି ବାଲ୍‌କୋନିରେ ରାଜପରିବାର ସଦସ୍ୟଙ୍କ ସହ ମିଶି ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇବା ସମୟରେ ହ୍ୟାରି ଓ ଆଣ୍ଡ୍ରେୟୁ ଦେଖାଯାଇ ନ ଥିଲେ। ହ୍ୟାରିଙ୍କ ସ୍ତ୍ରୀ ମେଘାନ ସମାରୋହରେ ସାମିଲ ହୋଇ ନ ନାହାନ୍ତି।

ଡାଇମଣ୍ଡ ଜୁବିଲି ଷ୍ଟେଟ୍‌ ଘୋଡ଼ାଗାଡ଼ି

ମହାରାଣୀ ଏଲିଜାବେଥ୍‌ଙ୍କ ୮୦ତମ ଜନ୍ମବାର୍ଷିକୀ ଅବସରରେ ଏହି ଘୋଡ଼ାଗାଡ଼ି ନିର୍ମାଣ କରାଯାଇଥିଲା। ୨୦୧୪ ଜୁନ୍‌ ୪ରେ ଷ୍ଟେଟ୍‌ ଓପନିଙ୍ଗ୍‌ ଅଫ୍‌ ପାର୍ଲାମେଣ୍ଟ ସମୟରେ ଏହାକୁ ପ୍ରଥମ କରି ବ୍ୟବହାର କରାଯାଇଥିଲା। ବିଶେଷ ଭାବେ ୬ଟି ଘୋଡ଼ା ଏହି ଗାଡ଼ିକୁ ଟାଣିଥାନ୍ତି। ଅଷ୍ଟ୍ରେଲିଆର ଘୋଡ଼ାଗାଡ଼ି ନିର୍ମାତା ଡବ୍ଲ୍ୟୁ. ଜେ. ଫ୍ରେକ୍‌ଲିଙ୍ଗଟନ୍‌ ଏହାକୁ ନିର୍ମାଣ କରିଛନ୍ତି। ଏହାର ଓଜନ ୪ ଟନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବର୍ଷା କଲେ କୋହଲି-ଗିଲ୍‌: ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ

ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ୧୩୫ ରନ୍‌ର ଭାଗିଦାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?