ବର୍ଷା ହେଲେ ବଢୁଛି ଅଣ୍ଡରପାସ୍‌ ସମସ୍ୟା

ଖୋର୍ଦ୍ଧା ଅଫିସ, ୭ା୫: ବହୁ ପ୍ରତୀକ୍ଷିତ ଜଟଣୀ ଓଭରବ୍ରିଜ୍‌ ନିର୍ମାଣ କାମ ସରୁ ନ ଥିବା ବେଳେ ସୀତାରାମ ଛକସ୍ଥିତ ରେଲଓ୍ବେ ଅଣ୍ଡରପାସ୍‌ରେ ବର୍ଷାପାଣି ଜମିରହୁଛି। ଏହି ଅଣ୍ଡରପାସ୍‌ ଖୋର୍ଦ୍ଧା ଓ ପିପିଲିକୁ ମୁଖ୍ୟରାସ୍ତା ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘବର୍ଷ ହେବ ଏଭଳି ସମସ୍ୟା ଉପୁଜୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଯେ, ପୂର୍ବତଟ ରେଲଓ୍ବେ ପକ୍ଷରୁ ବହୁ ବର୍ଷ ପୂର୍ବେ ଏହି ଅଣ୍ଡରପାସ୍‌ ନିର୍ମାଣ କରାଯାଇଥିଲା। ଅଣ୍ଡରପାସ୍‌ର ଉଭୟପଟୁ ଖାଲୁଆ ରହିଥିବାରୁ ବର୍ଷାପାଣି ଜମିବା ସମ୍ଭାବନାକୁ ଏଡ଼ାଇବା ଲାଗି ସେହି ସମୟରେ ବିଭାଗୀୟ ଯନ୍ତ୍ରୀ ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥା କରିଥିଲେ। ପ୍ରାୟ ୩ ଶହ ମିଟରରୁ ଊର୍ଦ୍ଧ୍ୱ ଲମ୍ବ ଓ ୧୫ ଫୁଟ ଗଭୀର ଡ୍ରେନ୍‌ କରାଯାଇଥିଲା। ଏହି ଡ୍ରେନ୍‌ ଲୋକୋ(ରେଲ୍‌ଓ୍ବେ) କଲୋନୀ, ଆରପିଏଫ୍‌ ପଛପଟ ଦେଇ କୁଦିଆରୀ ଯୋର ପର୍ଯ୍ୟନ୍ତ ଯାଇଥିଲା। ଡ୍ରେନ୍‌ର ବିଭିନ୍ନ ସ୍ଥାନରେ ଚାମ୍ବରର ବ୍ୟବସ୍ଥା ରହିଥିଲା। ଫଳରେ କୌଣସି ସ୍ଥାନରେ ସମସ୍ୟା ଉପୁଜିଲେ, ଚାମ୍ବର ଭିତରେ ପଶି ଏହାର ସମାଧାନ କରାଯାଇପାରିବ। ଯେତେ ବର୍ଷା ହେଲେ ବି ପାଣି ଡ୍ରେନ୍‌ ଦେଇ ନିଷ୍କାସନ ହୋଇଯାଉଥିଲା। ପରବର୍ତ୍ତୀ ସମୟରେ ଉପଯୁକ୍ତ ସଂରକ୍ଷଣ ଏବଂ ପୁନରୁଦ୍ଧାର ଅଭାବରୁ ଡ୍ରେନ୍‌ ପୋତିହୋଇଗଲା। ତେବେ ପାଣି ଜମିଲେ, ରେଲଓ୍ବେ ବିଭାଗ ପାଣି ପମ୍ପ୍‌ ଲଗାଇ ନିଷ୍କାସନ କରି ନିଜ ଦାୟିତ୍ୱ ଖସାଇ ନେଉଛି। ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ। ଫଳରେ ବର୍ଷାଦିନ ଆସିଲେ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ବର୍ଷା ହେବାରୁ ଏହି ଅଣ୍ଡରପାସ୍‌ରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା। ଉଭୟପଟୁ ଏକ କିଲୋମିଟର ବ୍ୟାପୀ ଯାନବାହନ ଅଟକି ରହିଥିଲା। ସେହିପରି ବିଭିନ୍ନ ସମୟରେ ଏଠାରେ ଦୁର୍ଘଟଣା ଘଟିବାର ମଧ୍ୟ ନଜିର ରହିଛିି। ୨୦୨୨ ମସିହାରେ ପିପିଲି ପଟୁ ଯାତ୍ରୀ ଧରି ଆସୁଥିବା ମୋ ବସ୍‌ ଏଠାରେ ଫସିଯାଇଥିଲା। ଜଳ ନିଷ୍କାସନ ପରେ ବସ୍‌ଟି ଉଦ୍ଧାର ହୋଇଥିଲା। ଅନ୍ୟପଟେ ଓଭରବ୍ରିଜ ନିର୍ମାଣ ସରିଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ୨୦୧୫ରୁ ଏହି ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ମନ୍ଥର ଗତି ଯୋଗୁ ଏହି କାର୍ଯ୍ୟ କେବେ ସରିବ ସେନେଇ ଅନିଶ୍ଚିତତା ଲାଗି ରହିଛି। ପ୍ରଥମେ ୨୦୨୨ ଏପ୍ରିଲ ପହିଲା ଏବଂ ପରେ ସେପ୍ଟେମ୍ବର ସୁଦ୍ଧା କାମ ସରିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ କାମ ସରିଲା ନାହିଁ। ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ମେ’ ୨୫ ସୁଦ୍ଧା ସରିବ ବୋଲି କହିଥିଲେ। ତେବେ ଏହି କାମ ସରିବ କି ନାହିଁ ଆଶଙ୍କା ଦେଖାଦେଇଛି।
ନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି କୁହନ୍ତି, ଜଟଣୀ-ପିପିଲି ରାସ୍ତା ଆର୍‌ ଆଣ୍ଡ ବି ଅଧୀନରେ ରହିଛି। ଅଣ୍ଡରପାସ୍‌ରେ ଜଳ ନିଷ୍କାସନ ଦାୟିତ୍ୱ ରେଲଓ୍ବେର। ବର୍ଷା ହେଲେ ରେଲଓ୍ବେ ପକ୍ଷରୁ ପମ୍ପ୍‌ ଲଗାଯାଇ ଜଳ ନିଷ୍କାସନ କରାଯାଉଛି। ବର୍ଷାଦିନ ଆସିଲେ ଅଣ୍ଡରପାସ୍‌ର ଉଭୟପଟୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଉଛି। ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ ହୋଇଗଲେ ଏହି ସମସ୍ୟା ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri