Posted inଜାତୀୟ

ରାଜ୍ୟ ସଭା ନିର୍ବାଚନ, ୫୭ ଆସନ ନେଇ ଅଙ୍କକଷା…

ନୂଆଦିଲ୍ଲୀ, ୨୮।୫ : ରାଜ୍ୟ ସଭାର ୫୭ ଟି ଆସନ ପାଇଁ ନିର୍ବାଚନ ଜୁନ ୧୦ରେ ହେବ। ଏଥିଲାଗି ନାମାଙ୍କନ ପାଇଁ ମେ ୩୧ ଶେଷ ତାରିଖ ରହିଛି। ଶାସକ ଭାରତୀୟ ଜନତା ପାର୍ଟିର ୨୫ ଜଣ ଏମ୍‌ପି ଅବସର ନେଉଛନ୍ତି। ସେଥିମଧ୍ୟରୁ ୨୨ଟିରେ ପୁଣି ଭାଜପା ପ୍ରତ୍ୟାବର୍ତ୍ତନ କରୁଥିବାର ଜଣାପଡ଼ିଛି।

ମୋଟ ରାଜ୍ୟ ସଭା ଆସନ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ଟି ସିଟ୍‌ ରହିଛି। ଏଠାରେ ଭାଜପା ସାତୋଟି ସିଟରେ ବତଜୟୀ ହେବାକୁ ଯାଉଛି। ଏଥିସହିତ ସମାଜବାଦୀ ପାର୍ଟି ମିଳିତ ମଞ୍ଚର ପ୍ରାର୍ଥୀମାନେ ତିନିଟି ଆସନରେ ରାଜ୍ୟସଭାରେ ପହଞ୍ଚିବେ। ଏଥିରେ କପିଲ ସିବଲ ଏବଂ ଜୟନ୍ତ ଚୌଧୁରୀଙ୍କ ନାମ ଅନ୍ତର୍ଭୁକ୍ତ। ବିଧାୟକଙ୍କ ସଂଖ୍ୟାକୁ ବିଚାରକୁ ନେଲେ ଗୋଟିଏ ଆସନରେ ଭୋଟିଂ କରାଯିବାର ଜଣାପଡୁଛି ବୋଲି ରାଜନୈତିକ ସମୀକ୍ଷକଙ୍କ ଅଙ୍କକଷାରୁ ଜଣାପଡ଼ିଛି। ଉତ୍ତରପ୍ରଦେଶର ଜଣେ ରାଜ୍ୟ ସଭା ଏମ୍‌ପିଙ୍କ ପାଇଁ ୩୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ଉତ୍ତରାଖଣ୍ଡରେ ଏହି ନିର୍ବାଚନରେ କେବଳ ଗୋଟିଏ ରାଜ୍ୟ ସଭା ଆସନ ଖାଲି ରହିଛି। ଏହା ଭାଜପା ଖାତାକୁ ଯିବ। ଏଠାରେ ବିଜୟ ପାଇଁ ୩୬ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ରହିଛି।

ପଞ୍ଜାବରେ ଦୁଇଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଉଭୟ ସିଟ ଆମ ଆଦମୀ ପାର୍ଟିର ଖାତାକୁ ଯିବ। ଏଠାରେ ବିଜୟ ପାଇଁ ୪୦ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି।

ହରିୟାଣାରେ ମଧ୍ୟ ଦୁଇଟି ରାଜ୍ୟ ସଭା ଆସନ ଖାଲି ଅଛି। ଏଠାରେ ବିଜୟ ପାଇଁ ୩୧ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ଅଛି। ଏଠାରେ ଭାଜପା ଏବଂ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ଜିତି ପାରିବେ ବୋଲି କୁହାଯାଉଛି।

ରାଜସ୍ଥାନରେ ମୋଟ ୪ ଟି ରାଜ୍ୟ ସଭା ଆସନ ଖାଲି ଅଛି। ଏଠାରେ ୨ ଟି ଆସନ କଂଗ୍ରେସ ଖାତାକୁ ଯିବାର ଆଶା ରହିଛି। ଏଥିସହିତ ଗୋଟିଏ ଭାଜପା ହାତେଇବାର ଆଶା ରହିଛି। ଆକାଉଣ୍ଟରେ। ଏଠାରେ ଗୋଟିଏ ଆସନ ପାଇଁ ୪୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟ।

ମଧ୍ୟପ୍ରଦେଶରେ ଗୋଟିଏ ଆସନ ପାଇଁ ୭୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏଠାରେ ତିନିଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିମଧ୍ୟରୁ ଦୁଇଟି ଭାଜପା ଏବଂ ଗୋଟିଏ କଂଗ୍ରେସ ଜିତିପାରିବ ବୋଲି କୁହାଯାଉଛି॥

ମହାରାଷ୍ଟ୍ରରେ ୬ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ସଭାରେ ଗୋଟିଏ ଆସନ ପାଇଁ ୪୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ମହାରାଷ୍ଟ୍ରରେ ତିନିଟି ଆସନ ମହାରାଷ୍ଟ୍ର ବିକାଶ ଆଘାଡି ଖାତାକୁ ଯିବ। ଦୁଇଟିରେ ଭାଜପା ଜିତିପାରେ। ଏହା ବ୍ୟତୀତ ଗୋଟିଏ ଆସନରେ ଭୋଟିଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

କର୍ନାଟକରେ ୪ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ଦୁଇଟିରେ ଭାଜପା ଏବଂ ଗୋଟିଏ କଂଗ୍ରେସ ବିଜୟୀ ହେବାର ଆଶା ରହିଛି। ତେବେ ସମସ୍ୟାଟି ଚତୁର୍ଥ ସିଟରେ ଅଟକି ରହିଛି।

ତାମିଲନାଡୁରେ ରାଜ୍ୟ ସଭାର ୬ଟି ଆସନ ପାଇଁ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ଗୋଟିଏ ଆସନ ପାଇଁ ୪୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଡିଏମକେ-କଂଗ୍ରେସ ମିଳିତ ମଞ୍ଚ ଏହି ରାଜ୍ୟରେ ୪ ଟି ଆସନ ଜିତୁଥିବା ଜଣାପଡିଛି। ଡିଏମକେ ଏହାର ଆକାଉଣ୍ଟରୁ କଂଗ୍ରେସକୁ ଗୋଟିଏ ଆସନ ଦେବ। ଏଥିସହିତ ଦୁଇଟି ଆସନ ବିରୋଧୀ ଦଳ ଖାତାକୁ ଯିବାର ଆଶା ରହିଛି।

ତେଲେଙ୍ଗାନାର ୨ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଟିଆରଏସ ଉଭୟ ଆସନ ଜିତିବ।

ଆନ୍ଧ୍ରପ୍ରଦେଶରେ ଖାଲି ଥିବା ୨ଟି ରାଜ୍ୟ ସଭା ଆସନ ଶାସକ ଏସଆର ଆକାଉଣ୍ଟକୁ ଯିବ। ଏଠାରେ ଗୋଟିଏ ସିଟ ପାଇଁ ୩୬ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି।

ଓଡ଼ିଶାରେ ତିନୋଟି ରାଜ୍ୟ ସଭା ଆସନରେ ବିଜେଡି ଜିତୁଥିବାର ଜଣାପଡିଛି। ଏଠାରେ ରାଜ୍ୟ ସଭାର ଗୋଟିଏ ଆସନ ପାଇଁ ୩୮ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି।

ଛତିଶଗଡରେ କଂଗ୍ରେସ ୨ ଟି ଖାଲିଥିବା ରାଜ୍ୟ ସଭା ଆସନ ହାତେଇବାର ଆଶା ରହିଛି। ଏଠାରେ ଗୋଟିଏ ଆସନ ପାଇଁ ୩୧ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ଅଛି।

ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରରେ ପାଞ୍ଚଟି ରାଜ୍ୟସଭା ଆସନ ପାଇଁ ର୍ନିବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ତିନୋଟି ଭାଜପା-ଜେଡିୟୁ ଆକାଉଣ୍ଟକୁ ଯାଉଥିବା ଦେଖାଯାଉଛି। ଏହା ସହିତ ଆରଜେଡି ଦୁଇଟିରେ ଜିତୁଥିବା ଜଣାପଡିଛି। ଏଠାରେ ଗୋଟିଏ ଆସନ ପାଇଁ ୪୧ ଜଣ ବିଧାୟକଙ୍କ ସମର୍ଥନ ଦରକାର।

ଝାଡଖଣ୍ଡରେ ଦୁଇଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। ଗୋଟିଏ ଜେଏମଏମ ଏବଂ ଗୋଟିଏ ଭାଜପା ହାତେଇବାର ଆଶା ରହିଛି। ଏଠାରେ ଗୋଟିଏ ରାଜ୍ୟ ସଭା ଆସନ ପାଇଁ ୨୭ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?