Posted inଜାତୀୟ

ରାଜ୍ୟ ସଭା ନିର୍ବାଚନ, ୫୭ ଆସନ ନେଇ ଅଙ୍କକଷା…

ନୂଆଦିଲ୍ଲୀ, ୨୮।୫ : ରାଜ୍ୟ ସଭାର ୫୭ ଟି ଆସନ ପାଇଁ ନିର୍ବାଚନ ଜୁନ ୧୦ରେ ହେବ। ଏଥିଲାଗି ନାମାଙ୍କନ ପାଇଁ ମେ ୩୧ ଶେଷ ତାରିଖ ରହିଛି। ଶାସକ ଭାରତୀୟ ଜନତା ପାର୍ଟିର ୨୫ ଜଣ ଏମ୍‌ପି ଅବସର ନେଉଛନ୍ତି। ସେଥିମଧ୍ୟରୁ ୨୨ଟିରେ ପୁଣି ଭାଜପା ପ୍ରତ୍ୟାବର୍ତ୍ତନ କରୁଥିବାର ଜଣାପଡ଼ିଛି।

ମୋଟ ରାଜ୍ୟ ସଭା ଆସନ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ଟି ସିଟ୍‌ ରହିଛି। ଏଠାରେ ଭାଜପା ସାତୋଟି ସିଟରେ ବତଜୟୀ ହେବାକୁ ଯାଉଛି। ଏଥିସହିତ ସମାଜବାଦୀ ପାର୍ଟି ମିଳିତ ମଞ୍ଚର ପ୍ରାର୍ଥୀମାନେ ତିନିଟି ଆସନରେ ରାଜ୍ୟସଭାରେ ପହଞ୍ଚିବେ। ଏଥିରେ କପିଲ ସିବଲ ଏବଂ ଜୟନ୍ତ ଚୌଧୁରୀଙ୍କ ନାମ ଅନ୍ତର୍ଭୁକ୍ତ। ବିଧାୟକଙ୍କ ସଂଖ୍ୟାକୁ ବିଚାରକୁ ନେଲେ ଗୋଟିଏ ଆସନରେ ଭୋଟିଂ କରାଯିବାର ଜଣାପଡୁଛି ବୋଲି ରାଜନୈତିକ ସମୀକ୍ଷକଙ୍କ ଅଙ୍କକଷାରୁ ଜଣାପଡ଼ିଛି। ଉତ୍ତରପ୍ରଦେଶର ଜଣେ ରାଜ୍ୟ ସଭା ଏମ୍‌ପିଙ୍କ ପାଇଁ ୩୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ଉତ୍ତରାଖଣ୍ଡରେ ଏହି ନିର୍ବାଚନରେ କେବଳ ଗୋଟିଏ ରାଜ୍ୟ ସଭା ଆସନ ଖାଲି ରହିଛି। ଏହା ଭାଜପା ଖାତାକୁ ଯିବ। ଏଠାରେ ବିଜୟ ପାଇଁ ୩୬ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ରହିଛି।

ପଞ୍ଜାବରେ ଦୁଇଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଉଭୟ ସିଟ ଆମ ଆଦମୀ ପାର୍ଟିର ଖାତାକୁ ଯିବ। ଏଠାରେ ବିଜୟ ପାଇଁ ୪୦ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି।

ହରିୟାଣାରେ ମଧ୍ୟ ଦୁଇଟି ରାଜ୍ୟ ସଭା ଆସନ ଖାଲି ଅଛି। ଏଠାରେ ବିଜୟ ପାଇଁ ୩୧ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ଅଛି। ଏଠାରେ ଭାଜପା ଏବଂ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ଜିତି ପାରିବେ ବୋଲି କୁହାଯାଉଛି।

ରାଜସ୍ଥାନରେ ମୋଟ ୪ ଟି ରାଜ୍ୟ ସଭା ଆସନ ଖାଲି ଅଛି। ଏଠାରେ ୨ ଟି ଆସନ କଂଗ୍ରେସ ଖାତାକୁ ଯିବାର ଆଶା ରହିଛି। ଏଥିସହିତ ଗୋଟିଏ ଭାଜପା ହାତେଇବାର ଆଶା ରହିଛି। ଆକାଉଣ୍ଟରେ। ଏଠାରେ ଗୋଟିଏ ଆସନ ପାଇଁ ୪୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟ।

ମଧ୍ୟପ୍ରଦେଶରେ ଗୋଟିଏ ଆସନ ପାଇଁ ୭୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏଠାରେ ତିନିଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିମଧ୍ୟରୁ ଦୁଇଟି ଭାଜପା ଏବଂ ଗୋଟିଏ କଂଗ୍ରେସ ଜିତିପାରିବ ବୋଲି କୁହାଯାଉଛି॥

ମହାରାଷ୍ଟ୍ରରେ ୬ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ସଭାରେ ଗୋଟିଏ ଆସନ ପାଇଁ ୪୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ମହାରାଷ୍ଟ୍ରରେ ତିନିଟି ଆସନ ମହାରାଷ୍ଟ୍ର ବିକାଶ ଆଘାଡି ଖାତାକୁ ଯିବ। ଦୁଇଟିରେ ଭାଜପା ଜିତିପାରେ। ଏହା ବ୍ୟତୀତ ଗୋଟିଏ ଆସନରେ ଭୋଟିଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

କର୍ନାଟକରେ ୪ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ଦୁଇଟିରେ ଭାଜପା ଏବଂ ଗୋଟିଏ କଂଗ୍ରେସ ବିଜୟୀ ହେବାର ଆଶା ରହିଛି। ତେବେ ସମସ୍ୟାଟି ଚତୁର୍ଥ ସିଟରେ ଅଟକି ରହିଛି।

ତାମିଲନାଡୁରେ ରାଜ୍ୟ ସଭାର ୬ଟି ଆସନ ପାଇଁ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ଗୋଟିଏ ଆସନ ପାଇଁ ୪୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଡିଏମକେ-କଂଗ୍ରେସ ମିଳିତ ମଞ୍ଚ ଏହି ରାଜ୍ୟରେ ୪ ଟି ଆସନ ଜିତୁଥିବା ଜଣାପଡିଛି। ଡିଏମକେ ଏହାର ଆକାଉଣ୍ଟରୁ କଂଗ୍ରେସକୁ ଗୋଟିଏ ଆସନ ଦେବ। ଏଥିସହିତ ଦୁଇଟି ଆସନ ବିରୋଧୀ ଦଳ ଖାତାକୁ ଯିବାର ଆଶା ରହିଛି।

ତେଲେଙ୍ଗାନାର ୨ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଟିଆରଏସ ଉଭୟ ଆସନ ଜିତିବ।

ଆନ୍ଧ୍ରପ୍ରଦେଶରେ ଖାଲି ଥିବା ୨ଟି ରାଜ୍ୟ ସଭା ଆସନ ଶାସକ ଏସଆର ଆକାଉଣ୍ଟକୁ ଯିବ। ଏଠାରେ ଗୋଟିଏ ସିଟ ପାଇଁ ୩୬ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି।

ଓଡ଼ିଶାରେ ତିନୋଟି ରାଜ୍ୟ ସଭା ଆସନରେ ବିଜେଡି ଜିତୁଥିବାର ଜଣାପଡିଛି। ଏଠାରେ ରାଜ୍ୟ ସଭାର ଗୋଟିଏ ଆସନ ପାଇଁ ୩୮ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି।

ଛତିଶଗଡରେ କଂଗ୍ରେସ ୨ ଟି ଖାଲିଥିବା ରାଜ୍ୟ ସଭା ଆସନ ହାତେଇବାର ଆଶା ରହିଛି। ଏଠାରେ ଗୋଟିଏ ଆସନ ପାଇଁ ୩୧ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ଅଛି।

ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରରେ ପାଞ୍ଚଟି ରାଜ୍ୟସଭା ଆସନ ପାଇଁ ର୍ନିବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ତିନୋଟି ଭାଜପା-ଜେଡିୟୁ ଆକାଉଣ୍ଟକୁ ଯାଉଥିବା ଦେଖାଯାଉଛି। ଏହା ସହିତ ଆରଜେଡି ଦୁଇଟିରେ ଜିତୁଥିବା ଜଣାପଡିଛି। ଏଠାରେ ଗୋଟିଏ ଆସନ ପାଇଁ ୪୧ ଜଣ ବିଧାୟକଙ୍କ ସମର୍ଥନ ଦରକାର।

ଝାଡଖଣ୍ଡରେ ଦୁଇଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। ଗୋଟିଏ ଜେଏମଏମ ଏବଂ ଗୋଟିଏ ଭାଜପା ହାତେଇବାର ଆଶା ରହିଛି। ଏଠାରେ ଗୋଟିଏ ରାଜ୍ୟ ସଭା ଆସନ ପାଇଁ ୨୭ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri