Posted inଜାତୀୟ

ବିରୋଧୀ ଦଳର ଅସ୍ତିତ୍ୱ ହରାଇବ କି କଂଗ୍ରେସ

ନୂଆଦିଲ୍ଲୀ,୨୧।୩: ଗତ ଦୁଇଟି ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ମେଣ୍ଟ ବହୁମତ ସହ କ୍ଷମତାକୁ ଫେରିଛି। ଯାହାଦ୍ୱାରା ବିରୋଧୀ ଦଳଙ୍କ ପାଇଁ ଏକ ସଙ୍କଟ ସୃଷ୍ଟି କରିଛି। ଇତିମଧ୍ୟରେ କଂଗ୍ରେସରେ ବିରୋଧୀ ପଦବୀ ସଙ୍କଟ ଦେଖାଦେଇଛି। ବିରୋଧୀ ପଦବୀ ବଜାୟ ରଖିବା ପାଇଁ କଂଗ୍ରେସ ନିକଟରେ ଲୋକ ସଭାରେ ପର୍ଯ୍ୟାପ୍ତ ସଂଖ୍ୟାନାହିଁ। ନିକଟରେ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସକୁ ଆଉ ଏକ ଝଟ୍‌କା ଲାଗିବାକୁ ଯାଉଛି। କାରଣ ୨୦୨୨ରେ ଭିନ୍ନ ଭିନ୍ନ ସମୟରେ ରାଜ୍ୟ ସଭାର ପ୍ରାୟ ୭୫ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁଥିରେ ଖୁବ୍‌ଶୀଘ୍ର କଂଗ୍ରେସକୁ ବହୁ କ୍ଷତି ସହିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଲୋକ ସଭା ପରେ କଂଗ୍ରେସ ରାଜ୍ୟ ସଭାରେ ମଧ୍ୟ ବିରୋଧୀ ଦଳର ନେତା ଭାବେ ନିଜର ଅସ୍ତିତ୍ୱ ହରାଇବ କି। ସୂଚନାଯୋଗ୍ୟ, ଗୃହରେ ସରକାରଙ୍କ ସମ୍ମୁଖରେ ଅନେକ ବିରୋଧୀ ଦଳ ରହିଥାନ୍ତି। କିନ୍ତୁ ଆନୁଷ୍ଠାନିକ ଭାବେ ସେହି ଦଳକୁ ହିଁ ବିରୋଧୀ ଦଳର ନେତା ହେବାକୁ ସୁଯୋଗ ମିଳିଥାଏ, ଯାହା ନିକଟରେ ଅତିକମ୍‌ରେ ୧୦ପ୍ରତିଶତ ଆସନ ରହିଥାଏ। ତେବେ ଗତ ୨ଟି ନିର୍ବାଚନ ପରଠାରୁ କଂଗ୍ରେସ ନିକଟରେ ପର୍ଯ୍ୟାପ୍ତ ଆସନ ନାହିଁ। ଯାହା ଦ୍ୱାରା ଦଳ ଆନୁଷ୍ଠାନିକ ଭାବେ ନିଜର ବିରୋଧୀ ଦଳର ନେତା ଦେବାରେ ଅସକ୍ଷମ। ଏଥିସହ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ୭୫ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ କଂଗ୍ରେସରେ ୩୪ଜଣ ସଦସ୍ୟ ଅଛନ୍ତି। ଯଦି ରାଜ୍ୟ ସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୨୫କୁ ଖସିଯାଏ, ତେବେ ଦଳକୁ ବିରୋଧୀ ପଦବୀ ହରାଇବାକୁ ପଡ଼ିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜମି ଦେଲା ପାକିସ୍ତାନ

ନୂଆଦିଲ୍ଲୀ,୧୮-୧୦:ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜାଗା ଦେଇ ଭାରତର ଚିନ୍ତା ବଢ଼ାଇଦେଇଛି ପାକିସ୍ତାନ। ଗୁଜରାଟ ସୀମାନ୍ତ ହାରାମି ନାଲାରେ ଚାଇନାର ଏକ କମ୍ପାନୀକୁ...

ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓର ଆଲର୍ଟ, କାଶ ହେଲେ ବ୍ୟବହାର କରନା କଫ ସିରପ

ନୂଆଦିଲ୍ଲୀ,୧୨ ।୧: ଉଜବେକିସ୍ତାନରେ ଭାରତ ନିର୍ମିତ କଫ ସିରପ ବ୍ୟବହାର କରି ୧୮ ଶିଶୁଙ୍କ ମୃତ୍ୟୁ ଘଟଣା ଏବେବି ଅସ୍ପଷ୍ଟ ରହିଛି । ଏହାକୁ ନେଇ...

ବାରାଣସୀକୁ ୬୧୪ କୋଟିର ଦୀପାବଳି ଉପହାର ଦେଲେ ମୋଦି

ବାରାଣସୀ,୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ ଆସନ ବାରାଣସୀକୁ ସୋମବାର ୬୧୪ କୋଟି ଟଙ୍କାର ଦୀପାବଳି ଉପହାର ଦେଇଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେ...

ଆରଏସଏସ୍‌ ମୁଖ୍ୟାଳୟ ଘେରାଉ, ନାଗପୁରରେ ୧୪୪ ଧାରା ଜାରି

ନାଗପୁର,୬।୧୦: ନାଗପୁରରେ ଥିବା ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ(ଆରଏସଏସ)ର ମୁଖ୍ୟାଳୟକୁ ଗୁରୁବାର ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଘେରାଉ କରିବାକୁ ଚେଷ୍ଟା କରାଯାଇଛି। ଏହି ମାମଲାରେ ପୋଲିସ...

ହିନ୍ଦୁ ଯୁବକଙ୍କୁ ହତ୍ୟାକଲେ ମୁସଲମାନ ସ୍ତ୍ରୀଙ୍କ ଭାଇ

ହାଇଦ୍ରାବାଦ, ୬ା୫:ଜଣେ ମୁସଲମାନ ଯୁବତୀଙ୍କୁ ବିବାହ କରିଥିବା ହାଇଦ୍ରାବାଦର ହିନ୍ଦୁ ଯୁବକଙ୍କୁ ବୁଧବାର ରାତିରେ ସର୍ବସାଧାରଣରେ ପିଟି ହତ୍ୟା କରାଯାଇଛି। ଯୁବତୀଙ୍କ ଦୁଇ ସମ୍ପର୍କୀୟ ଭାଇ...

୭ ସ୍ବତନ୍ତ୍ର ଟ୍ରେନ୍‌: ୬ ହଜାରରୁ ଅଧିକ ଶ୍ରମିକଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି...

ଆମେ କରୋନାକୁ ପରାସ୍ତ କରିଛେ, ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ଅବିଶ୍ୱାସକୁ ମଧ୍ୟ ପରାଜିତ କରି ପାରିବା : ଜି-୨୦ ରେ ମୋଦି…

ନୂଆଦିଲ୍ଲୀ,୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଜି -୨୦ ସମ୍ମିଳନୀକୁ ସମ୍ବୋଧିତ କରି ସ୍ବାଗତ ଭାଷଣ ଦେଇଛନ୍ତି। ଦେଶକୁ ଆତ୍ମବିଶ୍ୱାସର...

ପରଲୋକରେ ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦା

ମୁମ୍ବାଇ,୧୪।୧: ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ...

Advertisement
Archives

Model This Week