କୋମାରେ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୯।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଶୁକ୍ରବାର ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବ କୋମାରେ ଅଛନ୍ତି। ଶୁକ୍ରବାର ଏନେଇ ରାଜୁଙ୍କ ମ୍ୟାନେଜର ରାଜେଶ ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତ ଅଙ୍ଗ ଭଲ କାମ କରୁଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗୁରୁବାର ଅପେକ୍ଷା ଶୁକ୍ରବାର ରାଜୁଙ୍କ ଅବସ୍ଥା ଭଲ ରହିଛି। ପୂର୍ବରୁ ଡାକ୍ତରମାନେ କହିଥିଲେ ଯେ, ତାଙ୍କ ମସ୍ତିଷ୍କ ମରିଯାଇଛି। ଯେଉଁଥିପାଇଁ ଏହା କାମ କରୁନାହିଁ। ଏହା ପୂର୍ବରୁ ତାଙ୍କ ମସ୍ତିଷ୍କ ଫୁଲିଯାଇଥିବା ବେଳେ ଏବେ ଏହା କମିଯାଇଛି। ବର୍ତ୍ତମାନ ସେ ସେମି-କୋମାରେ ଅଛନ୍ତି ବୋଲି ରାଜେଶ ଶର୍ମା କହିଛନ୍ତି। ସୂଚନାଯୋଗ୍ୟ, ଗତ ୯ ଦିନ ଧରି ଜିମ୍‌ରେ ହୃଦଘାତର ଶିକାର ହେବା ପରେ ରାଜୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ଅନ୍ୟପଟେ ରାଜୁ ଶ୍ରୀବାସ୍ତବଙ୍କ ଆଶୁ ଆରୋଗ୍ୟ ପାଇଁ ତାଙ୍କ ପରିବାର ଏବଂ ସମଗ୍ର ଦେଶବାସୀ କାମନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଡି ହେପାଜତକୁ ଗଲେ ଶିବସେନା ନେତା ସଞ୍ଜୟ ରାଉତ

ମୁମ୍ବାଇ,୩୧ ।୭: ପାତ୍ର ଚାୱଲା ଜମି ଘୋଟାଲା ମାମଲାରେ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୯ ଘଣ୍ଟାର ପଚରା ଉଚରା ପରେ...

କଂଗ୍ରେସ ଦଖଲ କଲା ଭାନୁପ୍ରତାପପୁର ଆସନ

ରାୟପୁର,୮।୧୨: ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡଭି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତମଙ୍କୁ...

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ

ନୂଆଦିଲ୍ଲୀ,୨୫।୩: ମାନହାନୀ ମାମଲାରେ ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶର ଗୋଟିଏ ଦିନ...

ଦେଶର ୪୨ ବିମାନ ବନ୍ଦରରେ ୮୪ କର୍ମଚାରୀ ନିଶାସକ୍ତ ଅବସ୍ଥାରେ କରୁଥିଲେ ଡ୍ୟୁଟି…

ନୂଆଦିଲ୍ଲୀ, ୧୫।୫ : ଦେଶର ୪୨ ବିମାନବନ୍ଦରର ୮୪ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଶାସକ୍ତ ଅବସ୍ଥାରେ କାମ କରୁଥିବା ଦେଖିବାକୁ ମିଳିଛି। ଡିଜିସିଏ ରିପୋର୍ଟ...

ସଡକ ଦୁର୍ଘଟଣାରେ ଜଣେ ସେନା ଅଧିକାରୀଙ୍କ ସମେତ ୬ ଜଣଙ୍କ ଜୀବନ ଗଲା

ଇନ୍ଦୋର,୨୯।୧୦: ମଧ୍ୟପ୍ରଦେଶର ଇନ୍ଦୋରର ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ତେଜାଜି ନଗର ଅଞ୍ଚଳରେ ଦୁଇଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ...

ଲକ୍‌ଡାଉନ: ଭାଜପା ନେତାଙ୍କ ଭିନ୍ନ ଧରଣର ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମିତଙ୍କ ବୃଦ୍ଧିକୁ ନେଇ ଚିନ୍ତା ବଢୁଥିବା ବେଳେ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତୁତୁମେମେ ଜାରି ରହିଛି। ଭାରତୀୟ...

ଫଟୋ ଶେୟାର କରି ପିତାଙ୍କୁ ମନେ ପକାଇଲେ ଅମିର

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’କୁ ନେଇ ଅମିର ଆଜିକାଲି ବହୁ ବ୍ୟସ୍ତ ରହୁଛନ୍ତି। ଏବେ ଏଥିରୁ କିଛି ସମୟ ବାହାର କରି ସୋସିଆଲ...

୨୦୪୭ ପର୍ଯ୍ୟନ୍ତ କ୍ଷମତାରେ ରହିବ ଭାଜପା: ରାମ ମାଧବ

ଅଗରତାଲା,୮।୬: ଦେଶରେ କଂଗ୍ରେସ ଦଳ ନାମରେ ଅଧିକ ସମୟ ଧରି କ୍ଷମତାରେ ରହିବାର ରେକର୍ଡ ଅଛି। ତେବେ ଏହି ରେକର୍ଡ ଭାଜପା ଭାଙ୍ଗିବା ସହିତ ୨୦୪୭...

Advertisement
Archives

Model This Week