ରାଜୁଙ୍କୁ ଶୁଣାଯାଉଛି ବିଗ୍‌ ବି ଅମିତାଭଙ୍କ ବାର୍ତ୍ତା; ପରିବାର କରୁଛି ପ୍ରାର୍ଥନା

ବମ୍ବେ: ହୃଦ୍‌ଘାତ ପରେ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ। ଚାରି ଦିନ ହେଲାଣି ଦିଲ୍ଲୀ ଏମ୍‌ସର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବା ପରେ ପାଇପ୍‌ ଜରିଆରେ ତାଙ୍କୁ କ୍ଷୀର ପିଇବାକୁ ଦିଆଯାଉଛି। ହାର୍ଟ ଏବଂ ପଲ୍ସ କାମ କରୁଥିଲେ ହେଁ ସେ ହୋସ୍‌କୁ ଆସିବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏସବୁ ମଧ୍ୟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କୁ ଅଡିଓ ବାର୍ତ୍ତା ପଠାଇଛନ୍ତି। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବିଗ୍‌ ବିଙ୍କ ବାର୍ତ୍ତା ଶୁଣାଯାଇଛି। ରାଜୁ ଉଠ। ବହୁତ ହେଲା। ଏବେ ବହୁତ କାମ କରିବାର ଅଛି ବୋଲି ବିଗ୍‌ ବି କହିଥିବା ଦେଖାଯାଇଥିଲା। ଆଗକୁ ମଧ୍ୟ ତାଙ୍କୁ ବିଗ୍‌ ବିଙ୍କ କଥା ଶୁଣାଯିବ ବୋଲି ଜଣାପଡ଼ିଛି। ରାଜୁ ବିଗ୍‌ ବିଙ୍କ ବଡ଼ ପ୍ରଶଂସକ। କାନପୁରର ରାଜୁ ମୁମ୍ବାଇ ଆସିବା ପୂର୍ବରୁ ଅମିତାଭ ଏବଂ ତାଙ୍କ ଫିଲ୍ମ ଲାଗି ପାଗଳ ପ୍ରାୟ ଥିଲେ। ଏଣୁ ଆଦର୍ଶଙ୍କ ବାର୍ତ୍ତା ତାଙ୍କ ସୁସ୍ଥ ହେବାରେ ସହାୟକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପ୍ରଯୋଜକ ମହେଶଙ୍କ ବୟାନ ରେକର୍ଡ

ମୁମ୍ବାଇ,୨୭।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ପଛର ରହସ୍ୟକୁ ଖୋଜିବାରେ ଲାଗିପଡ଼ିଛି ମୁମ୍ବାଇ ପୋଲିସ। ଏହି କ୍ରମରେ ସୁଶାନ୍ତଙ୍କ ପରିବାର,...

୪୦ ପାର୍‌ ସତ୍ତ୍ୱେ ଆଜି ବି କୁଆଁରୀ

ବମ୍ବେ: ପରଦାରେ ରୋମାନ୍ସ କଲେ ହେଁ ବ୍ୟକ୍ତିଗତ ଜୀବନରେ ଏକାକି ଅନେକ ଟେଲି ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଶିଳ୍ପା ସିନ୍ଦେଙ୍କଠାରୁ ଆରମ୍ଭ କରି ଅନେକ...

ବ୍ରେକ୍‌ଅପ୍‌ ପରେ ପୁଣି ପ୍ରେମରେ ପଡ଼ିଛନ୍ତି ଅନନ୍ୟା

ବମ୍ବେ: ଅଭିନେତା ଶାହିଦ କପୁରଙ୍କ ସାନ ଭାଇ ଈଶାନ ଖଟ୍ଟରଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ନୂଆ ସମ୍ପର୍କରେ ଯୋଡ଼ି ହୋଇଛନ୍ତି ଅନନ୍ୟା ପାଣ୍ଡେ। ବଲିଉଡ୍‌ର...

ଭୋଜପୁରୀ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ଏବେ ଭୋଜପୁରୀ ଶିଖୁଛନ୍ତି। ଏମିତି ଏକ ଭିଡିଓ ଏକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସେ...

୩୦ ବର୍ଷ ପରେ କେମିତି ଦେଖାଯାଉଛନ୍ତି ‘ଆଶିକ’ ନାୟକ

ମୁମ୍ବାଇ: ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ମୁଭି ’ଆଶିକ’ର ନାୟକ ରାହୁଲ ରୟ ଆଉ ଲାଇମ ଲାଇଟରେ ନାହାନ୍ତି। ସେ ସମୟର ଏହି ହିଟ୍‌ ନାୟକଙ୍କୁ ଦେଖିଲେ...

ରିୟାଙ୍କୁ ସମର୍ଥନ କରୁଛନ୍ତି ଏହି ଅଭିନେତା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ିବାରେ...

କମଲା ହାରିସଙ୍କୁ ନେଇ ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ଭବିଷ୍ୟବାଣୀ ସତ ହେଲା

ଭାରତର ମୂଳ ବାସିନ୍ଦା କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆମେରିକା ଇତିହାସରେ ଉପରାଷ୍ଟ୍ରପତି ପଦରେ ବସିଥିବା କମଲା ହେଉଛନ୍ତି ପ୍ରଥମ ମହିଳା।...

ବଲିଉଡ୍‌ ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ କହୁଥିବା ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ଏତିକି ଟଙ୍କା

ଆଜିକାଲି ଭାରତୀୟ ସିନେମାରେ ବଲିଉଡ ବନାମ ସାଉଥ ଇଣ୍ଡଷ୍ଟ୍ରିର ଯୁଦ୍ଧ ଦେଖିବାକୁ ମିଳୁଛି। ଏହି ବିବାଦ ଉପରେ ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁ ନିଜ...

Advertisement
Archives

Model This Week