ରାଜନଗର ଡିଏଫ୍‌ଓ-ଜେଡ୍‌ଏସ୍‌ଆଇ ମୁହାଁମୁହିଁ

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ପକ୍ଷରୁ ଗତ ଗୁରୁବାର ସ୍ଥାନୀୟ ଏକ ମାଛ ଗଦିରେ ଚଢ଼ାଉ କରାଯାଇ ଦୁଇଟି ଶାଙ୍କୁଚ ମାଛ ଜବତ କରାଯାଇଥିଲା। ଏଥିସହିତ ସମ୍ପୃକ୍ତ ମାଛଗଦି ମାଲିକ ଶଙ୍ଖାଳି ଚରଣ ମାଝୀ ଓ ପୁଅ ସୁଶାନ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କୋଲକାତା ଚାଲାଣ ପାଇଁ ରଖାଯାଇଥିବା ଏହି ଦୁଇଟି ଶାଙ୍କୁଚ ହିମାନତୁରା ଏସ୍‌ପି ପ୍ରଜାତିର ଓ ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ରେ ସିଡ୍ୟୁଲ-୧ ପ୍ରାଣୀ ବୋଲି ଗଣମାଧ୍ୟମରେ ମତାମତ ଭିତ୍ତିକ ଖବର ପ୍ରକାଶିତ ହୋଇଥିଲା। ଏହାକୁ ନେଇ ଏବେ ରାଜନଗର ବନଖଣ୍ଡ ଓ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଜେଡ୍‌ଏସ୍‌ଆଇ) ମୁହାଁମୁହିଁ ହୋଇଛି। ଜବତ ଦୁଇ ଶାଙ୍କୁଚ ପ୍ରଜାତି ଠିକ୍‌ ନୁହେଁ ବୋଲି ଜେଡ୍‌ଏସ୍‌ଆଇର ସାଇଣ୍ଟିଷ୍ଟ ଇନ୍‌ଚାର୍ଜ ଡ. ଅନିଲ କୁମାର ମହାପାତ୍ର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ତଥ୍ୟ ରଖିବା ସହ ଗିରଫଦାରିକୁ ବେଆଇନ ବୋଲି ଦର୍ଶାଇଛନ୍ତି। ସେ ଗୋଟିଏ ଶାଙ୍କୁଚକୁ ୟୁରୋଜିମ୍‌ନସ୍‌ ପଲିଲେପିସ (Urogymnus polylepis) ଏବଂ ଅନ୍ୟଟିକୁ ପ୍ରାଷ୍ଟିନାକସ ଅଟର (Prastinachus ater) କହିବା ସହିତ ଉଭୟ ଶାଙ୍କୁଚକୁ ଅଣସଂରକ୍ଷିତ ମାଛ ବୋଲି କହିଛନ୍ତି। ଅନିଲଙ୍କ ଏହି ପୋଷ୍ଟ ପରେ ଜେଡ୍‌ଏସ୍‌ଆଇର ପୂର୍ବତନ ନିର୍ଦ୍ଦେଶକ ଡ. କୈଳାସ ଚନ୍ଦ୍ରା ମଧ୍ୟ ତାଙ୍କୁ ସମର୍ଥନ କରି ମାଛ ବ୍ୟବସାୟୀଙ୍କୁ ନିର୍ଦ୍ଦୋଷ ବୋଲି ମତ ରଖିଛନ୍ତି। ସେହିଭଳି ଜେଡ୍‌ଏସ୍‌ଆଇର ଶାଙ୍କୁଚ ଓ ସାର୍କ ବିଶେଷଜ୍ଞ ଡ. କେ. କେ. ବିନିସ ମଧ୍ୟ ଜବତ ଦୁଇ ଶାଙ୍କୁଚ ମାଛକୁ ବନ୍ୟପ୍ରାଣୀ ସିଡ୍ୟୁଲ ଲିଷ୍ଟରେ ନ ଥିବା କଥା ସ୍ପଷ୍ଟ କରିଛନ୍ତି। ଏହାପରେ ଏଇ ଘଟଣାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଥିବାବେଳେ ରାଜନଗର ବନ ଖଣ୍ଡର କାର୍ଯ୍ୟଧାରାକୁ ନେଇ ତୀବ୍ର ପ୍ରତିକ୍ରିୟା ପାଇଛି। ଜେଡ୍‌ଏସ୍‌ଆଇ ହେଉଛି ଭାରତରେ ପ୍ରାଣୀମାନଙ୍କର ପ୍ରଜାତି ନିରୂପଣ କରିବା ପାଇଁ ଏକମାତ୍ର ଅଧିକୃତ ସଂସ୍ଥା। ତେଣୁ ରାଜନଗର ବନଖଣ୍ଡ ଶାଙ୍କୁଚର ଅଣସଂରକ୍ଷିତ ପ୍ରଜାତିକୁ ସିଡ୍ୟୁଲ-୧ ବୋଲି ଭୁଲ୍‌ରେ ଚିହ୍ନଟ କରିବା ଯୋଗୁ ଯେଉଁ ଦୁଇଜଣଙ୍କୁ ଗିରଫ କରିଥିଲା ସେମାନଙ୍କୁ ଅବିଳମ୍ବେ ମୁକ୍ତ କରିବା ପାଇଁ ସବୁଠି ଦାବି ହେଉଛି।
ଏନେଇ ରାଜନଗର ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍‌ଓ ଡା. ଯଜ୍ଞଦତ୍ତ ପତି କହିଛନ୍ତି, ଜବତ ଶାଙ୍କୁଚ ଦୁଇଟି ହିମାନତୁରା ଫ୍ଲୁଭିଆଟିଲିସ (Himantura fluviatilis) ପ୍ରଜାତିର ଏବଂ ଆମେ ଠିକ୍‌ ଚିହ୍ନଟ କରିଛୁ। ଫେସ୍‌ବୁକ୍‌ରେ ଏଭଳି ଭୁଲ୍‌ ତଥ୍ୟ ଦେଇଥିବାରୁ ମୁଁ ଏନେଇ ଜେଡ୍‌ଏସ୍‌ଆଇର ନିର୍ଦ୍ଦେଶିକା ମାଡାମଙ୍କୁ ଅଭିଯୋଗ କରିଛି। କିନ୍ତୁ ଜେଡ୍‌ଏସ୍‌ଆଇର ସାଇଣ୍ଟିଷ୍ଟ୍‌ ଇନ୍‌ଚାର୍ଜ ଡ. ମହାପାତ୍ର କହିଛନ୍ତି, ପ୍ରଥମ କଥା ହେଉଛି ହିମାନତୁରା ଫ୍ଲୁଭିଆଟିଲିସ ପ୍ରଜାତିର ଆଜିକା ତାରିଖରେ ସ୍ଥିତି ହିଁ ନାହିଁ। ଦ୍ୱିତୀୟରେ ଡିଏଫ୍‌ଓ ଜଣେ ସ୍ପେସିସ ବିଶେଷଜ୍ଞ ନୁହନ୍ତି। ପ୍ରଜାତିକୁ ଚିହ୍ନଟ କରିବା ପାଇଁ ବନ ବିଭାଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିଥାନ୍ତା। ବୋଧ ହୁଏ ତାହା କରି ନାହିଁ। କୋର୍ଟ ଯେତେବେଳେ ସ୍ପେସିସ୍‌ ରିପୋର୍ଟ ମାଗିବେ ସେତେବେଳେ ଏହି ମାମଲା ଖାରଜ ହୋଇଯିବ। ସେଥିପାଇଁ ନିରୀହ ମାଛ ବ୍ୟବସାୟୀଙ୍କୁ ତୁରନ୍ତ ମୁକ୍ତି କରିବା ଆବଶ୍ୟକ ବୋଲି ଅନିଲ କହିଛନ୍ତି।
ସୂଚନାଯୋଗ୍ୟ, ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ର ଧାରା ୫୩ ଅନୁଯାୟୀ ଭୁଲ୍‌ରେ ଗିରଫ କରିଥିବା ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ପାଇଁ ୬ ମାସ ଯାଏ ଜେଲ ଦଣ୍ଡର ପ୍ରାବଧାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ହେବ ଅଣଆକାଂକ୍ଷା ଜିଲା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଅନୁନ୍ନତ ଜିଲାର ବିକାଶ ପାଇଁ ଆଂକାକ୍ଷା ଯେଜନାରେ କେନ୍ଦ୍ର ସରକାର ଓଡ଼ିଶାର ୧୦ଜିଲାକୁ ସାମିଲ କରିଥିଲେ। ଏବେ ଏବେ ଅଣଆକାଂକ୍ଷା ଜିଲାର ସ୍ବତନ୍ତ୍ର ବିକାଶ...

ସଂରକ୍ଷଣ ପାଇଁ ପ୍ୟାନେଲ

ଭୁବନେଶ୍ୱର,୮।୧(ବ୍ୟୁରୋ): ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଇଞ୍ଜିନିୟରିଂ ଏବଂ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ସ୍ଥାନ ସଂରକ୍ଷଣ ସକାଶେ ଗୁରୁବାର ଏ ନେଇ...

ସମଲେଶ୍ୱରୀ ମନ୍ଦିର ପୁନରୁଦ୍ଧାର ପ୍ରସଙ୍ଗରେ ସରକାରଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର,୪ା୭ (ଅନିଲ ଦାସ): ସମଲେଶ୍ୱରୀ ମନ୍ଦିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ଯୋଜନାକୁ ବିରୋଧ କରି ଦାଖଲ ହୋଇଥିବା ସ୍ପେଶାଲ ଲିଭ୍‌...

ଗାଁ ଗଣ୍ଡାରେ ସରକାର ବିରୋଧରେ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ବର,୨୩ା୧(ବ୍ୟୁରୋ):ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ନିକଟରେ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି।...

ଭାଜପାରେ ଯୋଗ ଦେଲେ ଅନ୍ୟ ଦଳର ୭ଜଣ କର୍ମୀ

କୁଚିଣ୍ଡା,୧୮ା୯(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଭାଜପା କାର୍ଯ୍ୟାଳୟରେ ସୋମବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରା ଓ...

ଆଜି ରାଜଧାନୀରୁ ୧୨ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୬

ଭୁବନେଶ୍ୱର,୯ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୧୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା...

ରାଜମିସ୍ତ୍ରି ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୨୧ା୩: ୨୦୧୭ ଜୁନରେ ଜଗତ୍‌ସିଂହପୁର ଥାନା ଶାଳିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅନ୍ଧୁଟୀରେ ରାଜମିସ୍ତ୍ରି ଶରତ ରାୟ (୬୫)ଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର...

ଜୁଆରେ ହାରି ବନ୍ଧା ପଡ଼ିିଲେ ମହାପ୍ରଭୁ

ପୁରୀ ଅଫିସ, ୨୧।୧୦: ଶ୍ରୀମନ୍ଦିରରେ ବୁଧବାର କୁମାର ପୂର୍ଣ୍ଣିମା ନୀତି ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜୁଆଖେଳରେ ହାରି ମହାଲକ୍ଷ୍ମୀଙ୍କ ନିକଟରେ ୭ଦିନ...

Advertisement
Archives

Model This Week