ରାଜନଗର ଡିଏଫ୍‌ଓ-ଜେଡ୍‌ଏସ୍‌ଆଇ ମୁହାଁମୁହିଁ

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ପକ୍ଷରୁ ଗତ ଗୁରୁବାର ସ୍ଥାନୀୟ ଏକ ମାଛ ଗଦିରେ ଚଢ଼ାଉ କରାଯାଇ ଦୁଇଟି ଶାଙ୍କୁଚ ମାଛ ଜବତ କରାଯାଇଥିଲା। ଏଥିସହିତ ସମ୍ପୃକ୍ତ ମାଛଗଦି ମାଲିକ ଶଙ୍ଖାଳି ଚରଣ ମାଝୀ ଓ ପୁଅ ସୁଶାନ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କୋଲକାତା ଚାଲାଣ ପାଇଁ ରଖାଯାଇଥିବା ଏହି ଦୁଇଟି ଶାଙ୍କୁଚ ହିମାନତୁରା ଏସ୍‌ପି ପ୍ରଜାତିର ଓ ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ରେ ସିଡ୍ୟୁଲ-୧ ପ୍ରାଣୀ ବୋଲି ଗଣମାଧ୍ୟମରେ ମତାମତ ଭିତ୍ତିକ ଖବର ପ୍ରକାଶିତ ହୋଇଥିଲା। ଏହାକୁ ନେଇ ଏବେ ରାଜନଗର ବନଖଣ୍ଡ ଓ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଜେଡ୍‌ଏସ୍‌ଆଇ) ମୁହାଁମୁହିଁ ହୋଇଛି। ଜବତ ଦୁଇ ଶାଙ୍କୁଚ ପ୍ରଜାତି ଠିକ୍‌ ନୁହେଁ ବୋଲି ଜେଡ୍‌ଏସ୍‌ଆଇର ସାଇଣ୍ଟିଷ୍ଟ ଇନ୍‌ଚାର୍ଜ ଡ. ଅନିଲ କୁମାର ମହାପାତ୍ର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ତଥ୍ୟ ରଖିବା ସହ ଗିରଫଦାରିକୁ ବେଆଇନ ବୋଲି ଦର୍ଶାଇଛନ୍ତି। ସେ ଗୋଟିଏ ଶାଙ୍କୁଚକୁ ୟୁରୋଜିମ୍‌ନସ୍‌ ପଲିଲେପିସ (Urogymnus polylepis) ଏବଂ ଅନ୍ୟଟିକୁ ପ୍ରାଷ୍ଟିନାକସ ଅଟର (Prastinachus ater) କହିବା ସହିତ ଉଭୟ ଶାଙ୍କୁଚକୁ ଅଣସଂରକ୍ଷିତ ମାଛ ବୋଲି କହିଛନ୍ତି। ଅନିଲଙ୍କ ଏହି ପୋଷ୍ଟ ପରେ ଜେଡ୍‌ଏସ୍‌ଆଇର ପୂର୍ବତନ ନିର୍ଦ୍ଦେଶକ ଡ. କୈଳାସ ଚନ୍ଦ୍ରା ମଧ୍ୟ ତାଙ୍କୁ ସମର୍ଥନ କରି ମାଛ ବ୍ୟବସାୟୀଙ୍କୁ ନିର୍ଦ୍ଦୋଷ ବୋଲି ମତ ରଖିଛନ୍ତି। ସେହିଭଳି ଜେଡ୍‌ଏସ୍‌ଆଇର ଶାଙ୍କୁଚ ଓ ସାର୍କ ବିଶେଷଜ୍ଞ ଡ. କେ. କେ. ବିନିସ ମଧ୍ୟ ଜବତ ଦୁଇ ଶାଙ୍କୁଚ ମାଛକୁ ବନ୍ୟପ୍ରାଣୀ ସିଡ୍ୟୁଲ ଲିଷ୍ଟରେ ନ ଥିବା କଥା ସ୍ପଷ୍ଟ କରିଛନ୍ତି। ଏହାପରେ ଏଇ ଘଟଣାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଥିବାବେଳେ ରାଜନଗର ବନ ଖଣ୍ଡର କାର୍ଯ୍ୟଧାରାକୁ ନେଇ ତୀବ୍ର ପ୍ରତିକ୍ରିୟା ପାଇଛି। ଜେଡ୍‌ଏସ୍‌ଆଇ ହେଉଛି ଭାରତରେ ପ୍ରାଣୀମାନଙ୍କର ପ୍ରଜାତି ନିରୂପଣ କରିବା ପାଇଁ ଏକମାତ୍ର ଅଧିକୃତ ସଂସ୍ଥା। ତେଣୁ ରାଜନଗର ବନଖଣ୍ଡ ଶାଙ୍କୁଚର ଅଣସଂରକ୍ଷିତ ପ୍ରଜାତିକୁ ସିଡ୍ୟୁଲ-୧ ବୋଲି ଭୁଲ୍‌ରେ ଚିହ୍ନଟ କରିବା ଯୋଗୁ ଯେଉଁ ଦୁଇଜଣଙ୍କୁ ଗିରଫ କରିଥିଲା ସେମାନଙ୍କୁ ଅବିଳମ୍ବେ ମୁକ୍ତ କରିବା ପାଇଁ ସବୁଠି ଦାବି ହେଉଛି।
ଏନେଇ ରାଜନଗର ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍‌ଓ ଡା. ଯଜ୍ଞଦତ୍ତ ପତି କହିଛନ୍ତି, ଜବତ ଶାଙ୍କୁଚ ଦୁଇଟି ହିମାନତୁରା ଫ୍ଲୁଭିଆଟିଲିସ (Himantura fluviatilis) ପ୍ରଜାତିର ଏବଂ ଆମେ ଠିକ୍‌ ଚିହ୍ନଟ କରିଛୁ। ଫେସ୍‌ବୁକ୍‌ରେ ଏଭଳି ଭୁଲ୍‌ ତଥ୍ୟ ଦେଇଥିବାରୁ ମୁଁ ଏନେଇ ଜେଡ୍‌ଏସ୍‌ଆଇର ନିର୍ଦ୍ଦେଶିକା ମାଡାମଙ୍କୁ ଅଭିଯୋଗ କରିଛି। କିନ୍ତୁ ଜେଡ୍‌ଏସ୍‌ଆଇର ସାଇଣ୍ଟିଷ୍ଟ୍‌ ଇନ୍‌ଚାର୍ଜ ଡ. ମହାପାତ୍ର କହିଛନ୍ତି, ପ୍ରଥମ କଥା ହେଉଛି ହିମାନତୁରା ଫ୍ଲୁଭିଆଟିଲିସ ପ୍ରଜାତିର ଆଜିକା ତାରିଖରେ ସ୍ଥିତି ହିଁ ନାହିଁ। ଦ୍ୱିତୀୟରେ ଡିଏଫ୍‌ଓ ଜଣେ ସ୍ପେସିସ ବିଶେଷଜ୍ଞ ନୁହନ୍ତି। ପ୍ରଜାତିକୁ ଚିହ୍ନଟ କରିବା ପାଇଁ ବନ ବିଭାଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିଥାନ୍ତା। ବୋଧ ହୁଏ ତାହା କରି ନାହିଁ। କୋର୍ଟ ଯେତେବେଳେ ସ୍ପେସିସ୍‌ ରିପୋର୍ଟ ମାଗିବେ ସେତେବେଳେ ଏହି ମାମଲା ଖାରଜ ହୋଇଯିବ। ସେଥିପାଇଁ ନିରୀହ ମାଛ ବ୍ୟବସାୟୀଙ୍କୁ ତୁରନ୍ତ ମୁକ୍ତି କରିବା ଆବଶ୍ୟକ ବୋଲି ଅନିଲ କହିଛନ୍ତି।
ସୂଚନାଯୋଗ୍ୟ, ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ର ଧାରା ୫୩ ଅନୁଯାୟୀ ଭୁଲ୍‌ରେ ଗିରଫ କରିଥିବା ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ପାଇଁ ୬ ମାସ ଯାଏ ଜେଲ ଦଣ୍ଡର ପ୍ରାବଧାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?