ନଭେମ୍ବରରେ ବିବାହ କରିବେ ରାଜକୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜକୁମାର ରାଓ ନଭେମ୍ବରରେ ବିବାହ କରିବା ନେଇ ଚର୍ଚ୍ଚା ହେଉଛି। ତେବେ ସେ କାହାକୁ ବିବାହ କରିବେ ସେ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଆଗ୍ରହ ବଢ଼ି ଚାଲିଛି। ହଂସଲ ମେହୋଟ୍ଟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିଟିଲାଇଟ୍ସ’ରେ ଅଭିନୟ କରିଥିବା ଅଭିନେତ୍ରୀ ପତ୍ରଲେଖାାଙ୍କ ସହ ତାଙ୍କ ବିବାହ ହେବ। ସେମାନେ ଏକାଠି ଅନେକ ୱେବ୍‌ସିରିଜ ମଧ୍ୟ କରିଛନ୍ତି। ଚଳିତବର୍ଷ ନଭେମ୍ବର୧୦ରେ ସେମାନେ ବିବାହ କରିବେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଉଛି। ଫିଲ୍ମ ଆଗରୁ ଏକ ବିଜ୍ଞାପନରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଦୁହେଁ ବହୁଦିନ ଧରି ସାଙ୍ଗରେ ରହୁଥିଲେ। ରାଜକୁମାର ବଲିଉଡ୍‌ରେ ଏମିତି ଏକ ଅଭିନେତା ଯିଏ ନିଜ ପରିଶ୍ରମ ବଳରେ ଲୋକମାନଙ୍କ ଆଗରେ ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ହମ୍‌ ଦୋ ହମାରେ ଦୋ’ ରିଲିଜ୍‌ ହୋଇଥିବା ବେଳେ ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ‘ବଧାଇ ଦୋ’ରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିବୁଜିଲେ ଏହି ପ୍ରସିଦ୍ଧ ଫିଲ୍ମ ନିର୍ମାତା

ଲୋକପ୍ରିୟ ଆନିମେଟେଡ୍‌ ସିରିଜ୍‌ ‘ସ୍କୁବି ଡୁ’ର ସହ ନିର୍ମାତା କେନ ସ୍ପିୟର୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଏ ନେଇ...

କଶ୍ମୀର ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ କଶ୍ମୀରୀ ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ନିକଟରେ ସାଇ ଆଗାମୀ ଚଳଚ୍ଚିତ୍ର ‘ବିରାଟ ପର୍ବମର’ ପ୍ରମୋଶନ...

ଖାଲି ପାଦରେ ଚାଲି ଚାଲି ଯାଇ ଲାଲବାଗ୍‌ ରାଜାଙ୍କୁ ଦର୍ଶନ କଲେ ଦୀପିକା ପାଦୁକୋନ୍‌

ମୁମ୍ବାଇ:ଭାରତର ସବୁ ସ୍ଥାନରେ ଗଣେଶ ପୂଜା ଖୁବ ଧୁମଧାମରେ ପାଳନ କରାଯାଇଥାଏ। କିନ୍ତୁ ମହାରାଷ୍ଟ୍ରର ଗଣେଶ ପୂଜା ସାରା ବିଶରେ ପ୍ରସିଦ୍ଧ। ମହାରାଷ୍ଟ୍ରର ସବଠୁ ଆକର୍ଷଣୀୟ...

୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ ଡେଟ୍‌ କରୁଛନ୍ତି ଏହି ଅଭିନେତା, ବାହା ନ ହୋଇ ବି ହୋଇଛନ୍ତି ପିତା

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ...

ନିକ୍‌ଙ୍କ ବଲିଉଡ୍‌ ପ୍ରେମ

ଷ୍ଟାର୍‌ ଯିଏ ବଲିଉଡ୍‌ ଫିଲ୍ମ, ଗୀତ ଆଉ ଆକ୍ଟ୍ରେସଙ୍କ ପ୍ରେମରେ ପଡ଼ିଛନ୍ତି ଆଉ ବିବାହ ମଧ୍ୟ କରିଛନ୍ତି। ଆମେ କହୁଛୁ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା...

ବିବାହ ପୂର୍ବରୁ ଜିମ୍‌ ବାହାରେ ସ୍ପଟ୍‌ ହେଲେ କାଟ୍ରିନା, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ଆଉ ଅଳ୍ପ ଦିନ ବାକି ଅଛି। ଉଭୟ ନିଜ ବିବାହ ପାଇଁ ପ୍ରସ୍ତୁତିରେ...

ଡରକୁଳି ରିଚା

ରିଚା ଚଢ଼ା କାହାକୁ ବେଶୀ ଭୟ କରନ୍ତି ଜାଣନ୍ତି ? ନିଜ ଛାଇକୁ। ଏକ ଫିଲ୍ମର ଶୁଟିଂ ସମୟରେ ସେ ନିଜ ଛାଇକୁ ଦେଖି ଏମିତି...

ଜାହ୍ନବୀଙ୍କ ସ୍ପଷ୍ଟୀକରଣ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ସମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି। କିନ୍ତୁ ଏବେ ଆଉ ଏକ ପ୍ରସଙ୍ଗକୁ ନେଇ...

Advertisement
Archives

Model This Week