କଂଗ୍ରେସ ଛାଡ଼ିଲେ ରାଜକିଶୋର

ଜଗତ୍‌ସିଂହପୁର ଅଫିସ,୧୮।୯: ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗପରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ନଭେମ୍ବର ଶେଷ ସୁଦ୍ଧା ଉପନିର୍ବାଚନ ହେବା ନେଇ ସ୍ପଷ୍ଟ ହୋଇଛି। ଭାରତୀୟ ନିର୍ବାଚନ କମିଶନ ଏ ସମ୍ପର୍କିତ ସୂଚନା ଦେଲାପରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକୁ କ୍ରିୟାଶୀଳ କରାଯାଇଛି। ଏପରି କି ପ୍ରାର୍ଥୀ ଚୟନ ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ଏ ପରିସ୍ଥିତିରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା ଦଳ ଛାଡ଼ିଲେ ବୋଲି ଗୁରୁବାର ସ୍ଥାନୀୟ ସାରଦା ମଣ୍ଡପରେ ଏକ ଖବରଦାତା ସମ୍ମିଳନୀ କରି ଘୋଷଣା କରିଛନ୍ତି।
ସେ କହିଛନ୍ତି, ଦଳ ତାଙ୍କୁ ଅଣଦେଖା କରିଛି। ଦୀର୍ଘ ବର୍ଷ ଧରି ଦଳ ପାଇଁ ସେ ନିରବଚ୍ଛିନ୍ନ ଭାବେ କାମ କରି ଆସୁଛନ୍ତି। ବୃତ୍ତିରେ ଜଣେ ଆଇନଜୀବୀ ହୋଇଥିଲେ ସୁଦ୍ଧା କଂଗ୍ରେସ ସଙ୍ଗଠନ ସହିତ ସେ ଦୀର୍ଘ ବର୍ଷ ଧରି ସକ୍ରିୟ ଭାବେ ରହି ଆସିଛନ୍ତି। ଅତୀତରେ କଂଗ୍ରେସ ମଧ୍ୟ ତାଙ୍କୁ ଅନେକ କିଛି ଦେଇଛି। ସେତେବେଳେ କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ର ସୁଦୃଢ ଥିଲା। କିନ୍ତୁ ଧୀରେଧୀରେ ଏହି ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଛି। ସେ ଦଳର ଜଣେ ଆଗଧାଡିଆ ନେତା ହୋଇଥିଲେ ସୁଦ୍ଧା ତାଙ୍କୁ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ଉପେକ୍ଷା କରୁଛନ୍ତି, ଯାହାକି ଯନ୍ତ୍ରଣାଦାୟକ। ତେଣୁ ସେ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ଏଥିସହ ସେ ଏକ ଜାତୀୟ ଦଳକୁ ଯିବାକୁ ମନସ୍ଥ କରିଛନ୍ତି। ପରୋକ୍ଷରେ ସେ ଭାଜପାକୁ ଯିବେ ବୋଲି ସଙ୍କେତ ଦେଇଛନ୍ତି।
ବେହେରା ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୦୦୯ରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ରନାଥ ଭୋଇଙ୍କୁ ୮୨,୧୦୦ ଓ ରାଜକିଶୋରଙ୍କୁ ୪୮,୧୦୦ ଖଣ୍ଡ ଭୋଟ ମିଳିଥିଲା। ଭାଜପା ପ୍ରାର୍ଥୀ ଲତାମଣୀ ଦାସ ୪,୫୧୪ ଖଣ୍ଡ ଭୋଟ ପାଇଥିଲେ। ୨୦୧୪ରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ୮୮,୯୫୩ ଓ ରାଜକିଶୋରଙ୍କୁ ୫୩,୫୦୫ ଖଣ୍ଡ ଭୋଟ ମିଳିଥିଲା। ଭାଜପା ପ୍ରାର୍ଥୀ ରମାକାନ୍ତ ଭୋଇ ୧୪,୫୧୬ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ରେ ରାଜକିଶୋରଙ୍କ ବଦଳରେ ଦେବୀପ୍ରସାଦ ମଲ୍ଲିକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। କିନ୍ତୁ ଏହି ନିର୍ବାଚନରେ କଂଗ୍ରେସ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ବେହେରାଙ୍କୁ ୫୩,୫୦୫ ଓ ୨୦୧୯ରେ ମଲ୍ଲିକଙ୍କୁ ମାତ୍ର ୨୩,୮୦୯ ଖଣ୍ଡ ଭୋଟ ମିଳିବା ଦଳ ପାଇଁ ଚିନ୍ତାର କାରଣ ହୋଇଥିଲା। ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସଙ୍କୁ ୯୩,୯୬୭ ଓ ଭାଜପା ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ୫୩,୫୮୧ ଖଣ୍ଡ ଭୋଟ ମିଳିଥିଲା। ଫଳରେ କଂଗ୍ରେସକୁ ପଛରେ ପକାଇ ଭାଜପା ପ୍ରାର୍ଥୀ ଦ୍ୱିତୀୟ ସ୍ଥାନକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳାଚଳ ଇସ୍ପାତ୍‌ ଘରୋଇକରଣ ପ୍ରସଙ୍ଗ: ଦ୍ୱନ୍ଦ୍ୱରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୩ା୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ୍‌ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)କୁ କିଣିବା ପାଇଁ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ (ଟିଏସ୍‌ଏଲ୍‌ପି) ସର୍ବୋଚ୍ଚ...

ଗରିବ ହିତାଧିକାରୀଙ୍କୁ ମିଳୁନି ଚାଉଳ: ତଦନ୍ତ ଦାବି

ବାଲିଗୁଡା,୨୮।୫(ଡି.ଏନ.ଏ.)-ଲକଡାଉନ ବେଳେ କେହି ବି ଯେମିତି ଅନାହାରରେ ନ ରହିବେ ତାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସମସ୍ତେ...

ଅଟକିଲା କଟକ

କଟକ ଅଫିସ,୨୨।୩: କଟକ ସହରରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୭ଟାରୁ ସହରର ରାସ୍ତାଘାଟ ଶୂନଶାନ ହୋଇପଡିଛି। ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ...

ମାଉସୀ ମା’ ମନ୍ଦିର ପାଇଁ ଜମି ଦାନ କଲେ ଶିକ୍ଷାବିତ୍‌

କୋକସରା,୨୨।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ମାଉସୀ ମା’ ମନ୍ଦିର ନିର୍ମାଣ ପାଇଁ ରବିବାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାଉସୀ ମା’ ମନ୍ଦିର...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

୩୯ ବର୍ଷର କେନାଲ ରାସ୍ତା: କୋଟିଏ ଖର୍ଚ୍ଚ ସତ୍ତ୍ବେ ସୁଧୁରୁନି

ଜଗତ୍‌ସିଂହପୁର ଅଫିସ, ୧୩।୮: ରାଜ୍ୟ ସରକାର ବିକାଶ ନାଁରେ ଡେଙ୍ଗୁରା ପିଟୁଛନ୍ତି। କିନ୍ତୁ ଜଗତ୍‌ସିଂହପୁର ଭଳି ଉପକୂଳବର୍ତ୍ତୀ ଶିକ୍ଷିତ ଜିଲାରେ ବି ଲୋକେ ମୌଳିକ ସୁବିଧାରୁ...

ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଖପ୍ପା

ଫୁଲବାଣୀ ଅଫିସ, ୨୩ା୧୦- ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ୨ ଦିନିଆ କନ୍ଧମାଳ ଗସ୍ତରେ ଆସିଥିଲେ। ସୋମବାର ଏବଂ ମଙ୍ଗଳବାର...

ଧାନ ଫସଲରେ ପୋକ, ଚିନ୍ତାରେ ଚାଷୀ

ବେଗୁନିଆ,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ହୋଇଥିବା ଧାନ ଫସଲରେ ରୋଗ ଓ ପୋକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏଥିଯୋଗୁ କ୍ଷେତରେ ହେକ୍ଟର ହେକ୍ଟର...

Advertisement
Archives

Model This Week