Posted inଜାତୀୟ

ଜନ୍ମଦିନରେ ଏହି ୬ ଉପହାର ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମର ୧୭ରେ ନିଜ ୭୦ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଦେଶ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅନେକ ଶୁଭେଚ୍ଛା ଗ୍ରହଣ କରିଥିଲେ। ସମାଜର ବିଭିନ୍ନ ବର୍ଗର ଲୋକେ ପ୍ରଧାନମନ୍ତ୍ରୀ ମୋଦି ସୁସ୍ଥ ଏବଂ ଦୀର୍ଘାୟୁ ହୁଅନ୍ତୁ ବୋଲି କାମନା କରିଥିଲେ। ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଇଚ୍ଛା ମଧ୍ୟ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ରାତି ୧୨.୩୮ରେ ଟୁଇଟ୍‌ କରିଛନ୍ତି- ଭାରତ ଏବଂ ବିଶ୍ୱର ଅନେକ ଲୋକ ମୋତେ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କ ନିକଟରେ ମୁଁ କୃତଜ୍ଞ। ଏହି ଶୁଭକାମନା ମୋତେ ସମସ୍ତଙ୍କ ଉନ୍ନତି ସହ ସେବା ଏବଂ କାର୍ଯ୍ୟ କରିବାର ଶକ୍ତି ଯୋଗାଏ। ଅନ୍ୟ ଏକ ଟୁଇଟ୍‌ରେ ପିଏମ ମୋଦି ଲେଖିଛନ୍ତି- ମୋର ଜନ୍ମଦିନରେ ମୁଁ କ’ଣ ଚାହୁଁଛି ଅନେକେ ପଚାରିଥିଲେ। ସେଥିପାଇଁ ମୁଁ ମୋର ଇଚ୍ଛା ତାଲିକା କହୁଛି। ମୁଁ ଚାହେଁ ତୁମେ ମାସ୍କ ପିନ୍ଧିବା ଜାରି ରଖ ଏବଂ ଏହାକୁ ସଠିକ୍‌ ଢଙ୍ଗରେ ପିନ୍ଧନ୍ତୁ। ସାମାଜିକ ଦୂରତା ଅନୁସରଣ କରନ୍ତୁ ଏବଂ ସର୍ବଦା ଦୁଇ ମିଟର ଦୂରତା ଅବଲମ୍ବନ କରନ୍ତୁ। ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରୁହନ୍ତୁ। ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ ଏବଂ ଚାଲ ଆମ ଗ୍ରହକୁ ସୁସ୍ଥ ରଖିବା।


Enter your email to get our daily news in your inbox.

All Right Reserved By Dharitri.Com

ସରଜୁ ନଦୀରେ ବୁଡିଗଲେ ଗୋଟିଏ ପରିବାରର ୧୨ଜଣ

ଅଯୋଧ୍ୟା,୯ ।୭: ଅଯୋଧ୍ୟାର ଗୁପ୍ତାର ଘାଟରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ନଦୀରେ ବୁଡିଯିବା ଜଣାପଡିଛି । ଏମାନେ ସରଜୁ ନଦୀକୁ ସ୍ନାନ କରିବାକୁ...

ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଶପଥ ନେବା

ନୂଆଦିଲ୍ଲୀ,୩୦ା୯(ପି.ଟି.): ସ୍ବଚ୍ଛ ଭାରତ ଅଭିଯାନ, ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତରେ ପ୍ଲଗିଙ୍ଗ୍‌ ଅଭିଯାନ ଆରମ୍ଭ କରିବା ଲାଗି ତାଙ୍କର...

‘ବାବା କେଦାରନାଥଙ୍କ ଦର୍ଶନ ଅନୁଭୂତି ବର୍ଣ୍ଣନା ପାଇଁ ମୋ ପାଖରେ ଭାଷା ନାହିଁ’

ଡେରାଡୁନ,୫।୧୧: ଦେଶର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ କେଦାରନାଥଙ୍କୁ...

ସର୍ତ୍ତ ମାନିଲେ ନୀତୀଶଙ୍କ ସହ ମିଶିବି, କହିଲେ ପିକେ…

ପାଟନା, ୧୫।୯ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାର ଗୁମର ଖୋଲିଛନ୍ତି। ସେ କହିଛନ୍ତି ଯେ ନୀତୀଶଙ୍କୁ ଦୁଇ...

ସୋନିଆ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହିବେ

ନୂଆଦିଲ୍ଲୀ, ୧୦।୮(ପି.ଟି.): ନୂଆ ଅଧ୍ୟକ୍ଷ ନିର୍ବାଚନ ଲାଗି ଉପଯୁକ୍ତ ପ୍ରକ୍ରିୟା କାର୍ଯ୍ୟକାରୀ ନ ହେବା ଯାଏ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହିବେ ବୋଲି...

ଭାଜପା,ତୃଣମୂଳ କଂଗ୍ରେସ ଏମ୍‌ପିଙ୍କୁ ଫୋନ କରିବି ନାହିଁ: ମାର୍ଗାରେଟ ଆଲ୍‌ଭା

ନୂଆଦିଲ୍ଲୀ,୨୬।୭: ଅଗଷ୍ଟ ୬ରେ ହେବାକୁ ଥିବା ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଆଲ୍‌ଭା...

କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନଁ।ରେ ସିବିଆଇ ମାମଲା

ଥିରୁଭାନନ୍ଥପୁରମ, ୧୮ା୮: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ସମେତ ୬ ପ୍ରମୁଖ ରାଜନେତାଙ୍କ ବିରୋଧରେ ମଙ୍ଗଳବାର ଯୌନ ନିର୍ଯାତନା...

ଯୋଜନା ପରିବର୍ତ୍ତନ ହୋଇ ନ ଥିଲେ, ସେନାରେ ଥାଆନ୍ତି: ଶିନ୍ଦେ…

ମୁମ୍ବାଇ,୬।୫ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି, ଯଦି ଟ୍ରେନିଂ ନେବାକୁ ଯାଉଥିବା ସମୟରେ ସେ ନିଜ ଯୋଜନା ପରିବର୍ତ୍ତନ କରି ନ ଥାନ୍ତେ,...

Advertisement
Archives

Model This Week