Posted inଫୁରସତ

ରାଜ କପୁରଙ୍କ ଝିଅ ରିତୁଙ୍କୁ ବିବାହ କରିଥାନ୍ତେ ରାଜୀବ ଗାନ୍ଧୀ: କରିନାଙ୍କ ପ୍ରଥମ ପସନ୍ଦ ଥିଲେ ରାହୁଲ

ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ରିତୁ କପୁରଙ୍କ ସହିତ କରାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଗଣମାଧ୍ୟମ ପ୍ରତିନିଧି ରଶୀଦ୍‌ କିଦଓ୍ବାଇଙ୍କ ଦ୍ୱାରା ରଚିତ ପୁସ୍ତକ ‘ନେତା ଅଭିନେତା: ବଲିଉଡ୍‌ ଷ୍ଟାର ଇନ୍‌ ଇଣ୍ଡିଆନ୍‌ ପଲିଟିକ୍ସ୍‌’ରେ ଏହା ଦର୍ଶାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହେରୁଙ୍କ ସହିତ ପୃଥ୍ବୀରାଜ କପୁରଙ୍କର ଭଲ ସମ୍ପର୍କ ଥିଲା। ଇନ୍ଦିରାଙ୍କ ମନରେ କପୁର ପରିବାର ପ୍ରତି ଯଥେଷ୍ଟ ସମ୍ମାନ ମଧ୍ୟ ରହିଥିଲା। ତେବେ ରାଜୀବ ଗାନ୍ଧୀ ଉଚ୍ଚ ଶିକ୍ଷା ପାଇଁ ବ୍ରିଟେନ୍‌ର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଯାଇଥିଲେ। ସେଠାରେ ସୋନିଆ ମାୟନୋ(ସୋନିଆ ଗାନ୍ଧୀ)ଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ସେମାନେ ପରସ୍ପରକୁ ଭଲ ପାଇ ୧୯୬୮ରେ ବିବାହ କରିଥିଲେ। ଫଳରେ ଇନ୍ଦିରାଙ୍କ ଆଶା ସଫଳ ହୋଇପାରି ନ ଥିଲା। ଗାନ୍ଧୀ ପରିବାର ଏବଂ କପୁର ପରିବାର ମଧ୍ୟରେ ଥିବା ସମ୍ପର୍କକୁ ନେଇ ୨୦୦୨ରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏକ ଟିଭି କାର୍ଯ୍ୟକ୍ରମରେ କରିନା କପୁର ଏକ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀଙ୍କ ସହିତ ଡେଟ୍‌ରେ ଯିବାକୁ ପସନ୍ଦ କରିଥିବା କହିଥିଲେ। ତେବେ କରିନା ୨୦୦୯ରେ ସେହି ସମାନ ପ୍ରଶ୍ନରେ ରାହୁଲଙ୍କୁ ଅତିଥି ଭାବେ ଦେଖିବାକୁ ପସନ୍ଦ କରିବେ ବୋଲି ଉତ୍ତର ଦେଇଥିଲେ। ପରେ ୨୦୧୨ରେ କରିନାଙ୍କ ବିବାହ ଶୈଫ୍‌ ଅଲ୍ଲୀ ଖାଁଙ୍କ ସହିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri