Advertisement
Posted inଜାତୀୟ

ରାଜୀବ ହତ୍ୟାକାରୀଙ୍କ ମୁକ୍ତିକୁ ନେଇ ସୁପ୍ରମିକୋର୍ଟର ଦ୍ୱାରସ୍ଥ ହେଲା କେନ୍ଦ୍ର

ନୂଆଦିଲ୍ଲୀ,୧୭।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୬ଜଣ ଅପରାଧୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲରୁ ମୁକ୍ତ କରାଯାଇଛି। ତେବେ ଉକ୍ତ ନିଷ୍ପତ୍ତିର ପୁନର୍ବିଚାର ଲାଗି ଗୁରୁବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ରିଭ୍ୟୁ ପିଟିଶନ ଦାଏର ହୋଇଛି। ପର୍ଯ୍ୟାପ୍ତ ଶୁଣାଣି ପାଇଁ ସୁଯୋଗ ଦିଆ ନ ଯାଇ ୬ ଅପରାଧୀଙ୍କୁ ମୁକ୍ତ କରିଦିଆଗଲା। ଏହା ସ୍ବାଭାବିିକ ନ୍ୟାୟ ସିଦ୍ଧାନ୍ତର ବିରୁଦ୍ଧାଚରଣ ଏବଂ ଏଭଳି ନିଷ୍ପତ୍ତିର ପରିଣାମ ନ୍ୟାୟର ବିଫଳତା ବୋଲି କେନ୍ଦ୍ର ସରକାର ପିଟିଶନରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ମୁକ୍ତ କରାଯାଇଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଶ୍ରୀଲଙ୍କା ନାଗରିକ। ସେମାନଙ୍କୁ ଆତଙ୍କବାଦୀ ଭାବେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ଅନ୍ତର୍ଜାତୀୟ ବିଷୟ ହୋଇଥିବାରୁ କ୍ଷମା ପ୍ରଦାନ ଭାରତ ସରକାରଙ୍କ ସାର୍ବଭୌମତ୍ୱ କ୍ଷମତା ପରିସରଭୁକ୍ତ ବୋଲି ପିଟିଶନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ: ସିଦ୍ଧୁ-ଟିକାଇତ-ଲାଖାଙ୍କ ଉପରେ ପୋଲିସ ନଜର

ନୂଆଦିଲ୍ଲୀ, ୨୭।୧: ଦିଲ୍ଲୀରେ ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ ନେଇ ପୋଲିସ ଏବେ ୩ ନେତାଙ୍କ ଉପରେ ନଜର ରଖିଛି। ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁ, କୃଷକ...

ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି, କହିଲେ ଲାଲ ଟୋପି ବାଲା ୟୁପି ପାଇଁ ରେଡ ଆଲର୍ଟ

ଗୋରଖପୁର,୭ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପ୍ରଦେଶର ଗୋରଖପୁର ଗସ୍ତ କରିଛନ୍ତି । ଏହି ଅବସରରେ ସେଠାରେ ସେ ପାଖାପାଖି ୯୬୦୦କୋଟି ଟଙ୍କା...

‘୧୪ଶ କୋଟି ପାଇଁ ଆମାଜନ ୨୬ ହଜାର କୋଟିର କମ୍ପାନୀକୁ ବରବାଦ କରିଦେଲା’

ନୂଆଦିଲ୍ଲୀ,୧।୪: “ଆମଜାନ ଆମକୁ ଧ୍ୱଂସ କରିବାକୁ ଚାହୁଁଛି। ଆଉ ଏଥିରେ ସେ ସଫଳ ହୋଇଛି”। ଆମାଜନ ବିରୋଧରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ ଏଭଳି ସ୍ବରରେ...

‘ମହାରାଷ୍ଟ୍ରରେ ଚାଲିଛି ଶିବସେନା ଏବଂ ଭାଜପା ସରକାର’

ମୁମ୍ବାଇ,୩।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏକନାଥ ସିନ୍ଧେ ତାଙ୍କର ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଧାନସଭା ବାଚସ୍ପତି ନିର୍ବାଚନରେ ଭାଜପା...

ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା

ଲକ୍ଷ୍ନୌ,୧୯।୧୨(ପି.ଟି.): ଉତ୍ତରପ୍ରଦେଶର ହାଥ୍‌ରସ୍‌ରେ ଦଳିତ ଯୁବତୀଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର...

ଇଏ ବି ମା’

ନୂଆଦିଲ୍ଲୀ,୬ ।୩: ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳନ କରିବ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଦିବସ ଅବସରରେ ସବୁ ଭେଦଭାବ ଭୁଲି ସମସ୍ତେ...

ନିଯୁକ୍ତି ନାମରେ ଭାରତୀୟ ଯୁବବର୍ଗଙ୍କୁ ଥାଇଲାଣ୍ଡରେ ଠକେଇ, ଆଡଭାଇଜରୀ ଜାରି କଲା ବହିର୍ବ୍ୟାପାର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ, ୨୪।୯ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଥାଇଲାଣ୍ଡରେ ଲାଭଜନକ ଆଇଟି କ୍ଷେତ୍ରରେ ଚାକିରି ଯୋଗାଇବାର ବାହାନା କରି ଭାରତୀୟ ଯୁବବର୍ଗଙ୍କୁ ନକଲି ଅଫର...

ମାସ୍କ ବ୍ୟବହାର କମୁଛି: ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ/ଜାମନଗର, ୧୧।୧୨: ମହାରାଷ୍ଟ୍ରରେ ଶୁକ୍ରବାର ଆଉ ୭ ଜଣ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଗୁଜରାଟରେ ପୂର୍ବରୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରବାସୀ ଭାରତୀୟଙ୍କ ସ୍ତ୍ରୀ...

Advertisement
Archives

Model This Week