୫ ଦିନିଆ ରିମାଣ୍ଡରେ ରାଜେଶ,ରବିନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଚକରା ଗ୍ୟାଙ୍ଗରେ ସାମିଲ ହୋଇ ରାଜଧାନୀର ବିଭିନ୍ନ ସ୍ଥାନରୁ ବନ୍ଧୁକ ମୁନରେ ଆତଙ୍କ ଖେଳାଇ ଲୁଟ୍‌ପାଟ, ରାହାଜାନି, ଡକାୟତି ଭଳି ଅପରାଧରେ ଜଡ଼ିତ ୨ଅଭିଯୁକ୍ତ ରାଜେଶ ମହାପାତ୍ର ଓ ରବିନ ଶତପଥୀଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ଖଣ୍ଡଗିରି ଥାନା ପୋଲିସ। ଅଭିଯୁକ୍ତଦ୍ୱୟଙ୍କୁ ୧୦ଦିନିଆ ରିମାଣ୍ଡରେ ନେବା ପାଇଁ ଖଣ୍ଡଗିରି ଥାନା ପୋଲିସ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟରେ ଆବେଦନ କରିଥିଲା।
ସୂଚନାନୁଯାୟୀ ୧୯ ବର୍ଷରେ ଅପରାଧ ଜଗତରେ ପାଦ ଥାପିଥିବା ରାଜେଶ ପ୍ରଥମେ ଏକ ଛୋଟ ଗ୍ୟାଙ୍ଗ କରି ଲୁଟ ଓ ଡକାୟତି କରୁଥିଲେ। ପରେ ସେ ଚକରା ଗ୍ୟାଙ୍ଗରେ ସାମିଲ ହୋଇ ଭୁବନେଶ୍ୱରରେ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଗହଣା, ମୋବାଇଲ, ପର୍ସ ଓ ଟଙ୍କା ଝାମ୍ପି ନେଉଥିଲେ। ଏପରିକି ବ୍ୟବସାୟୀଙ୍କୁ ଟାର୍ଗେଟ କରି ଟଙ୍କା ଲୁଟ୍‌ କରି ଫେରାର ହୋଇଯାଉଥିଲେ, ଯାହାକି କମିଶନରେଟ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲେ। ଗତ ୧୩ରେ ବରମୁଣ୍ଡାରେ ବଡ଼ ଧରଣର ଡକାୟତି ଯୋଜନା ହୋଇଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରି ଧରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ଚକରା ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନ୍‌କାଉଣ୍ଟର କରିବାରୁ ଚକରା ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲେ। ଫଳରେ ତାକୁ ଧରିବାରେ ସହଜ ହୋଇଥିଲା। ତେବେ ଚକରାଙ୍କୁ ଏନକାଉଣ୍ଟର ପରେ ରାଜେଶ ଭୟରେ ଗତ ୨୬ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏବେ ରାଜେଶଙ୍କୁ ରିମାଣ୍ଡରେ ନେଇ ଏହି ଗ୍ୟାଙ୍ଗର ପୂରା ସୁରାକ ଖୋଜିବ ପୋଲିସ। ଏଯାବତ ଚକରା ଗ୍ୟାଙ୍ଗରେ ରାଜେଶଙ୍କ ମା’ଙ୍କୁ ମିଶାଇ ମୋଟ ୮ ଜଣ ଗିରଫ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଳକା କୋଭାକ୍ସିନ ବ୍ୟବହାର ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଭୁବନେଶ୍ୱରରେ କୋଭାକ୍ସିନ ଦିଆଯାଉଥିବା ବେଳେ ଅନ୍ୟସବୁଠି କୋଭିଶିଲ୍ଡ ବ୍ୟବହାର ହେଉଛି। ଏବେ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ହିତାଧିକାରୀଙ୍କ ପାଇଁ ଆବଶ୍ୟକ ଟିକା...

ଭୁବନେଶ୍ୱର-ରାଉରକେଲାକୁ ଉଡିଲା ବିମାନ

ଭୁବନେଶ୍ୱର,୭।୧(ବ୍ୟୁରୋ): ଶୁଭାରମ୍ଭ ହେଲା ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। ଏଥିସହ...

ମଇଦାନରେ ୩ ଦଳର ନେତା, ଜମୁଛି ପ୍ରଚାର

ଖୋର୍ଦ୍ଧା ଅଫିସ, ୭ା୨: ଖୋର୍ଦ୍ଧା ମାଟିରେ ୩୦ ଜୋନ ବିଶିଷ୍ଟ ଜିଲା ପରିଷଦ ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସର...

ଇଭିଏମ୍‌ର ସ୍ବଚ୍ଛତାକୁ ନେଇ ମାମଲା: ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୨୩।୭: ଇଭିଏମ୍‌ର ସ୍ବଚ୍ଛତାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ଖାରଜ ହୋଇଛି। ଉକ୍ତ ମାମଲାକୁ ବେଆଇନ ଦର୍ଶାଇ ଅଦାଲତ ଖାରଜ କରିଛନ୍ତି। ଏହାକୁ...

ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ ଛୁଇଁଲା; ୭ ସୁସ୍ଥ, ଜଣେ ମୃତ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ତେବେ ଶନିବାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ହୋଇଥିବା...

ଖସୁଛି ସଂକ୍ରମଣ ସଂଖ୍ୟା, ଚିନ୍ତା ବଢ଼ାଉଛି ମୃତ୍ୟୁ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୧୦ଦିନ ହେବ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ଖସିବାରେ ଲାଗିଛି। ଏହି ୧୦ଦିନରେ ପଜିଟିଭ୍‌ ହାର...

ବରଗଡ଼-ନୂଆପଡ଼ା ନୂତନ ରେଲଓ୍ବେ ଲାଇନ କାମକୁ ଅନୁମୋଦନ

ଭୁବନେଶ୍ବର, ୨୫ା୭(ବ୍ୟୁରୋ): ଜନସାଧାରଣଙ୍କ ବହୁ ଦିନର ଆଶା ଆକାଂକ୍ଷା ଓ ଦାବି ପ୍ରତି କେନ୍ଦ୍ର ସରକାର ମୋହର ମାରି ବରଗଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ନୂତନ ରେଲୱେ...

ରାଜ୍ୟର ୪ ଜିଲାରେ ଭୂମିକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକେ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜ୍ୟର ୪ ଜିଲାରେ ଶୁକ୍ରବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟା ୧୯ରେ କିଛି ସମୟ ପାଇଁ ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ...

Advertisement
Archives

Model This Week