ସରକାରୀ ସ୍କୁଲ ପରିସରରେ ରାଜୀବ ଆବାସ ଘର

ଭୁବନେଶ୍ୱର,୩।୩(ବ୍ୟୁରୋ): ସରକାରୀ ସ୍କୁଲ ପରିସରରେ ନିଜେ ଘର କରି ରହୁଛନ୍ତି ଆଉ ଭଡ଼ା ବି ଦେଇଛନ୍ତି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ଏକ ସ୍କୁଲରେ। ୟୁନିଟ-୪ସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୀର୍ଘବର୍ଷ ହେବ ଜଣେ ପୂର୍ବତନ ପାଚିକା ରହିଆସୁଥିବା ଅଭିଯୋଗ ହୋଇଛି। ପରିବାର ସାଙ୍ଗରେ ନିଜେ ରହିବା ସହ ଘରଭଡ଼ା ମଧ୍ୟ ଦେଇଥିବା କୁହାଯାଉଛି। ବିଦ୍ୟାଳୟ ପରିସରରେ ଥିବା ଆମ୍ବଗଛରୁ ଜଣେ ଛାତ୍ର ଆମ୍ବ ତୋଳିବା ବେଳେ ଭଡ଼ାଟିଆଙ୍କ ସହ ଯୁକ୍ତିତର୍କରୁ ଏହି ଗୁମର ପଦାକୁ ଆସିଛି।
ମିଳିଥିବା ସୂଚନାନୁସାରେ, ବୁଧବାର ଉକ୍ତ ବିଦ୍ୟାଳୟର ଜଣେ ଛାତ୍ର ବିଦ୍ୟାଳୟ ପରିସରରେ ଥିବା ଏକ ଗଛରୁ ଆମ୍ବ ତୋଳିବା ସମୟରେ ସେଠାରେ ରହୁଥିବା ଜଣେ ଭଡ଼ାଟିଆ ପାଟି କରିଥିଲେ। ଏପରିକି ଛାତ୍ରଜଣକୁ ସେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଭିଭାବକମାନେ ତାତିଥିଲେ। ବିଦ୍ୟାଳୟ ପରିସରରେ ବେଆଇନ ଭାବେ ରହୁଥିବା ପୂର୍ବତନ ପାଚିକା ଏବଂ ଭଡ଼ାଟିଆଙ୍କୁ ବିଦା ନ କଲେ ପାଠପଢ଼ା ହୋଇପାରିବନି ବୋଲି ଚେତାଇ ଦେଇଥିଲେ। ଫଳରେ ପିଲା ଏବଂ ଅଭିଭାବକମାନେ ଗୁରୁବାର ପ୍ରାର୍ଥନା ପରେ ଶେଣୀଗୃହ ପରିବର୍ତ୍ତେ ବାହାରେ ବସିଥିଲେ। ଖବରପାଇ ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚତ୍ଥିଲା। ଉତ୍ତ୍ୟକ୍ତ ଅଭିଭାବକଙ୍କୁ ବୁଝାଶୁଝା କରିବା ସହ ପୂର୍ବତନ ପାଚିକାଙ୍କୁ ଥାନାକୁ ନେଇଥିଲା। ପୂର୍ବତନ ପାଚିକାଙ୍କ ପୁଅ ଓ ଭଡ଼ାଟିଆ ବିଦ୍ୟାଳୟ ପରିସରରେ ଦାଦାଗିରି କରୁଥିବା ଛାତ୍ରୀଛାତ୍ର ଓ ଅଭିଭାବକ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରିବା ସହ ନୋଟିସ୍‌ ଦେଇ ଅଟକ ପୂର୍ବତନ ପାଚିକାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଏସ୍‌. ରାଜେଶ୍ବରୀ ରାଓ କହିଛନ୍ତି, ସେ ୨୦୨୧ ନଭେମ୍ବର ୨୬ରୁ ସେଠାରେ ଯୋଗଦେବା ଦିନଠୁ ବିଦ୍ୟାଳୟ ପରିସରରେ ଗୋଟେ ପରିବାର ବେଆଇନ ଭାବେ ରହିଆସୁଛି। ଫଳରେ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଏନେଇ ବିଇଓଙ୍କୁ ଅବଗତ କରାଯାଇଥିଲା। ଗତ ଡିସେମ୍ବର ପହିଲାରୁ ସେଠାରେ ଆଉ ଏକ ପରିବାର ରହୁଛନ୍ତି। ବିଭିନ୍ନ ସମୟରେ ସେମାନେ ପିଲାମାନଙ୍କୁ ଧମକ୍‌ଚମକ ଦେଉଛନ୍ତି। ମାସକ ଭିତରେ ଘର ଛାଡ଼ିବାକୁ ତାଙ୍କୁ ଆମେ ନୋଟିସ କରିଥିଲୁ। ହେଲେ ନୋଟିସକୁ ସେମାନେ ଚିରିଦେଲେ। ବିଦ୍ୟାଳୟରେ ୯୬ ଛାତ୍ରୀଛାତ୍ର ପଢ଼ୁଥିବାବେଳେ ବୁଧବାର ଜଣେ ଛାତ୍ରଙ୍କୁ ଆମ୍ବ ତୋଳିବାରୁ ମାଡ଼ ମରାଯାଇଥିଲା। ଯାହାକୁ ନେଇ ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇଥିଲେ। ତେବେ ମାମଲା ଥାନାକୁ ଯିବା ପରେ ୧୫ ଦିନ ମଧ୍ୟରେ ଘର ଛାଡ଼ିଦେବେ ବୋଲି ସେମାନେ ଲିଖିତ ଆକାରରେ ଜଣାଇଛନ୍ତି।
ଅନ୍ୟପକ୍ଷରେ ପୂର୍ବତନ ପାଚିକା ରହୁଥିବା ଘରେ ରାଜୀବ ଆବାସ ଟ୍ୟାଗ ଲାଗିଛି। ରାଜୀବ ଆବାସ ଯୋଜନାରେ ସେଠାରେ ବିଏମ୍‌ସି ତାଙ୍କୁ ଘର ଦେଇଥିବା ସମ୍ପୃକ୍ତ ପୂର୍ବତନ ପାଚିକା କହିଛନ୍ତି। ସମ୍ପୃକ୍ତ ପାଚିକା ଓ ତାଙ୍କ ପରିବାର ରହୁଥିବା ଏହି ବେଆଇନ ଘରେ ‘ରାଜୀବ ଆବାସ ଯୋଜନା’ର ଟ୍ୟାଗ କିପରି ଲାଗିଲା ଏବଂ ସ୍କୁଲ ପରିସରରେ ଘର କରି ରହିବାକୁ କିଏ ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?