ସରକାରୀ ସ୍କୁଲ ପରିସରରେ ରାଜୀବ ଆବାସ ଘର

ଭୁବନେଶ୍ୱର,୩।୩(ବ୍ୟୁରୋ): ସରକାରୀ ସ୍କୁଲ ପରିସରରେ ନିଜେ ଘର କରି ରହୁଛନ୍ତି ଆଉ ଭଡ଼ା ବି ଦେଇଛନ୍ତି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ଏକ ସ୍କୁଲରେ। ୟୁନିଟ-୪ସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୀର୍ଘବର୍ଷ ହେବ ଜଣେ ପୂର୍ବତନ ପାଚିକା ରହିଆସୁଥିବା ଅଭିଯୋଗ ହୋଇଛି। ପରିବାର ସାଙ୍ଗରେ ନିଜେ ରହିବା ସହ ଘରଭଡ଼ା ମଧ୍ୟ ଦେଇଥିବା କୁହାଯାଉଛି। ବିଦ୍ୟାଳୟ ପରିସରରେ ଥିବା ଆମ୍ବଗଛରୁ ଜଣେ ଛାତ୍ର ଆମ୍ବ ତୋଳିବା ବେଳେ ଭଡ଼ାଟିଆଙ୍କ ସହ ଯୁକ୍ତିତର୍କରୁ ଏହି ଗୁମର ପଦାକୁ ଆସିଛି।
ମିଳିଥିବା ସୂଚନାନୁସାରେ, ବୁଧବାର ଉକ୍ତ ବିଦ୍ୟାଳୟର ଜଣେ ଛାତ୍ର ବିଦ୍ୟାଳୟ ପରିସରରେ ଥିବା ଏକ ଗଛରୁ ଆମ୍ବ ତୋଳିବା ସମୟରେ ସେଠାରେ ରହୁଥିବା ଜଣେ ଭଡ଼ାଟିଆ ପାଟି କରିଥିଲେ। ଏପରିକି ଛାତ୍ରଜଣକୁ ସେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଭିଭାବକମାନେ ତାତିଥିଲେ। ବିଦ୍ୟାଳୟ ପରିସରରେ ବେଆଇନ ଭାବେ ରହୁଥିବା ପୂର୍ବତନ ପାଚିକା ଏବଂ ଭଡ଼ାଟିଆଙ୍କୁ ବିଦା ନ କଲେ ପାଠପଢ଼ା ହୋଇପାରିବନି ବୋଲି ଚେତାଇ ଦେଇଥିଲେ। ଫଳରେ ପିଲା ଏବଂ ଅଭିଭାବକମାନେ ଗୁରୁବାର ପ୍ରାର୍ଥନା ପରେ ଶେଣୀଗୃହ ପରିବର୍ତ୍ତେ ବାହାରେ ବସିଥିଲେ। ଖବରପାଇ ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚତ୍ଥିଲା। ଉତ୍ତ୍ୟକ୍ତ ଅଭିଭାବକଙ୍କୁ ବୁଝାଶୁଝା କରିବା ସହ ପୂର୍ବତନ ପାଚିକାଙ୍କୁ ଥାନାକୁ ନେଇଥିଲା। ପୂର୍ବତନ ପାଚିକାଙ୍କ ପୁଅ ଓ ଭଡ଼ାଟିଆ ବିଦ୍ୟାଳୟ ପରିସରରେ ଦାଦାଗିରି କରୁଥିବା ଛାତ୍ରୀଛାତ୍ର ଓ ଅଭିଭାବକ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରିବା ସହ ନୋଟିସ୍‌ ଦେଇ ଅଟକ ପୂର୍ବତନ ପାଚିକାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଏସ୍‌. ରାଜେଶ୍ବରୀ ରାଓ କହିଛନ୍ତି, ସେ ୨୦୨୧ ନଭେମ୍ବର ୨୬ରୁ ସେଠାରେ ଯୋଗଦେବା ଦିନଠୁ ବିଦ୍ୟାଳୟ ପରିସରରେ ଗୋଟେ ପରିବାର ବେଆଇନ ଭାବେ ରହିଆସୁଛି। ଫଳରେ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଏନେଇ ବିଇଓଙ୍କୁ ଅବଗତ କରାଯାଇଥିଲା। ଗତ ଡିସେମ୍ବର ପହିଲାରୁ ସେଠାରେ ଆଉ ଏକ ପରିବାର ରହୁଛନ୍ତି। ବିଭିନ୍ନ ସମୟରେ ସେମାନେ ପିଲାମାନଙ୍କୁ ଧମକ୍‌ଚମକ ଦେଉଛନ୍ତି। ମାସକ ଭିତରେ ଘର ଛାଡ଼ିବାକୁ ତାଙ୍କୁ ଆମେ ନୋଟିସ କରିଥିଲୁ। ହେଲେ ନୋଟିସକୁ ସେମାନେ ଚିରିଦେଲେ। ବିଦ୍ୟାଳୟରେ ୯୬ ଛାତ୍ରୀଛାତ୍ର ପଢ଼ୁଥିବାବେଳେ ବୁଧବାର ଜଣେ ଛାତ୍ରଙ୍କୁ ଆମ୍ବ ତୋଳିବାରୁ ମାଡ଼ ମରାଯାଇଥିଲା। ଯାହାକୁ ନେଇ ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇଥିଲେ। ତେବେ ମାମଲା ଥାନାକୁ ଯିବା ପରେ ୧୫ ଦିନ ମଧ୍ୟରେ ଘର ଛାଡ଼ିଦେବେ ବୋଲି ସେମାନେ ଲିଖିତ ଆକାରରେ ଜଣାଇଛନ୍ତି।
ଅନ୍ୟପକ୍ଷରେ ପୂର୍ବତନ ପାଚିକା ରହୁଥିବା ଘରେ ରାଜୀବ ଆବାସ ଟ୍ୟାଗ ଲାଗିଛି। ରାଜୀବ ଆବାସ ଯୋଜନାରେ ସେଠାରେ ବିଏମ୍‌ସି ତାଙ୍କୁ ଘର ଦେଇଥିବା ସମ୍ପୃକ୍ତ ପୂର୍ବତନ ପାଚିକା କହିଛନ୍ତି। ସମ୍ପୃକ୍ତ ପାଚିକା ଓ ତାଙ୍କ ପରିବାର ରହୁଥିବା ଏହି ବେଆଇନ ଘରେ ‘ରାଜୀବ ଆବାସ ଯୋଜନା’ର ଟ୍ୟାଗ କିପରି ଲାଗିଲା ଏବଂ ସ୍କୁଲ ପରିସରରେ ଘର କରି ରହିବାକୁ କିଏ ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri