ଭୂମି ଅଧିକାର ପାଇବେ ୫୦ ହଜାର

ଭୁବନେଶ୍ୱର,୩।୩ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଭୂମିହୀନଙ୍କୁ ଭୂମି ତଥା ବାସସ୍ଥାନ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ‘ଜାଗା ମିଶନ’କୁ କାର୍ଯ୍ୟକାରୀ କରାଯାଉଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏପ୍ରିଲ ପହିଲା ସୁଦ୍ଧା ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବାକୁ ଥିବାବେଳେ ଏହାକୁ ନେଇ ଦ୍ୱଦ୍ୱ ପ୍ରକାଶ ପାଇଛି। ପୂର୍ବରୁ ୪୩୬ଟି ବସ୍ତିର ୯୦ ହଜାର ୧୦୩ ପରିବାରକୁ ଜାଗା ମିଶନ ଅଧୀନରେ ବିଚାରକୁ ନିଆଯାଇଥିଲା। ଏଥିମଧ୍ୟରେ ୩୨୦ଟି ଅଣସ୍ବୀକୃତିପ୍ରାପ୍ତ ବସ୍ତି ରହିଥିବାବେଳେ ମାତ୍ର ୧୧୬ଟି ସ୍ବୀକୃତିପ୍ରାପ୍ତ ବସ୍ତି ରହିଥିଲା। ସେହିପରି ରେଲ୍‌ଓ୍ବେ ଭୂମି, ଇଡ୍‌କୋ ଭୂମି, ଓୟୁଏଟି ଅଧିନସ୍ଥ ଭୂମିରେ ଗଢ଼ି ଉଠିଥିବା ୨୨ ବସ୍ତିର ଉନ୍ନତିକରଣ ତଥା ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବା ନେଇ କୌଣସି ଯୋଜନା ନ ଥିଲା। ତେବେ ପରବର୍ତ୍ତୀ ସମୟରେ ବିଏମ୍‌ସି ଉକ୍ତ ବସ୍ତିବାସିନ୍ଦାଙ୍କୁ ଏହି ଯୋଜନାରେ ଯୋଡ଼ିଥିଲା। ଫଳରେ ୪୫୮ବସ୍ତିର ପ୍ରାୟ ୧ଲକ୍ଷ ୮ହଜାର ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହାବାଦ୍‌ ଇତିମଧ୍ୟରେ ସହରରେ ଆହୁରି ନୂଆ ବସ୍ତି ଗଢ଼ିଉଠିଥିବାବେଳେ ବସ୍ତି ଓ ବସ୍ତିବାସିନ୍ଦାଙ୍କ ପ୍ରକୃତ ସଂଖ୍ୟା ବିଏମ୍‌ସି ପାଖରେ ନାହିଁ। ଉକ୍ତ ବସ୍ତିଗୁଡ଼ିକରେ ମଧ୍ୟ ସର୍ଭେ ଜାରି ରହିଛି। ତେଣୁ ଜାଗା ମିଶନ ପ୍ରକଳ୍ପ ସର୍ଭେରେ ସାମିଲ ଲୋକଙ୍କ ସଂଖ୍ୟା ଆହୁରି ବଢ଼ିଛି। ଅନ୍ୟପଟେ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ୧ ଲକ୍ଷ ପରିବାରକୁ ଥଇଥାନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ୫୦ ହଜାରକୁ ଖସାଇଛି ବିଏମ୍‌ସି। ତେଣୁ ଅବଶିଷ୍ଟ ବସ୍ତିବାସିନ୍ଦା ବାସସ୍ଥାନ ହରାଇବା ନେଇ ଆଶଙ୍କା କରାଯାଉଛି। ପୁଣି ଡ୍ରୋନ୍‌ ସର୍ଭେ ତଥା ଉଷା ସର୍ଭେ ମାଧ୍ୟମରେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା କୁହାଯାଉଛି। ହେଲେ ସହରର ସବୁ ବସ୍ତିରେ ଡ୍ରୋନ୍‌ ସର୍ଭେ କରାଯାଇ ନ ଥିବାରୁ ଏହାକୁ ନେଇ ବିଭିନ୍ନ ବସ୍ତିରେ ଅସନ୍ତୋଷ ଦେଖାଦେଇଛି।
୪୧୪ଟି ବସ୍ତିକୁ ପାନୀୟ ଜଳ, ବିଦ୍ୟୁତ୍‌, ରାସ୍ତାଘାଟ ସୁବିଧା କରାଯାଉଛି। ତେବେ ୨୨ଟିର ଉନ୍ନତୀକରଣ ନେଇ କୌଣସି ଯୋଜନା ନାହିଁ। ସେହିପରି କେନାଲ ଉପରେ ଗଢ଼ିଉଠିଥିବା ବସ୍ତି ବା ରାସ୍ତା ସଂପ୍ରସାରଣ ହେବାକୁ ଥିବା ଭୂମିରେ ଗଢ଼ିଥିବା ବସ୍ତିଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ ହୋଇପାରିବ ନାହଁି। ତେଣୁ ଜାଗା ମିଶନ ଅଧୀନରେ ଏମାନଙ୍କୁ ଅନ୍ତର୍ଭୁକ୍ତ କରାଗଲେ ସେମାନଙ୍କୁ ଜମି ଅଧିକାର ପ୍ରମାଣପତ୍ର କିପରି ଦିଆଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଉକ୍ତ ୪୧୪ ବସ୍ତି ମଧ୍ୟରୁ ପାଇଲଟ୍‌ ପ୍ରକଳ୍ପ ଭାବେ ୧୧୫ଟି ଓ ପରବର୍ତ୍ତୀ ପର୍ଯ୍ୟାୟରେ ୨୦ ଓ ୪୦ଟି ବସ୍ତିରେ ବିକାଶମୂକ କାର୍ଯ୍ୟ କରାଯାଇଛି। ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ଅନ୍ୟ ୧୩୯ଟି ବସ୍ତିରେ ଉନ୍ନୟନ ମୂଳକ କାର୍ଯ୍ୟ ସମାପ୍ତ କରିବାକୁ ବିଏମସି ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ତାଲିକାରୁ ୧୩୫ଟି ବସ୍ତିକୁ ବାଦ୍‌ ଦିଆଯାଇଛି। ସେହିପରି ସହରର କେବଳ ୫୦ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୩୮ ବସ୍ତିକୁ ଓ୍ବାଟ୍‌କୋ ଜରିଆରେ ପାନୀୟ ଜଳ ଯୋଗାଣ କରାଯାଇଛି। ଅନ୍ୟ କେତେକ ବସ୍ତିରେ ଜମିଜମା ବିବାଦ, ଘରୋଇ ଜମି, ଓୟୁଏଟି ଜମି ବା ଆଇନଗତ ରୋକ୍‌ କାରଣରୁ ପାନୀୟ ଜଳ ଯୋଗାଣରେ ସମସ୍ୟା ହୋଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି। ସେହିପରି ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଶତପ୍ରତିଶତ ବସ୍ତିକୁ ବିଦ୍ୟୁତ୍‌ ସଂଯୋଗରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି। ଅଧିକାଂଶ ବସ୍ତିରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ମଧ୍ୟ ଅଧପନ୍ତରିଆ ରହିଛି। ସ୍ଥାନୀୟ ସମସ୍ୟା, ଜମିଜମା ବିବାଦ ତଥା ଓ୍ବାର୍ଡ-ଓ୍ବାର୍ଡ ମଧ୍ୟର ସୀମା ନିର୍ଦ୍ଧାରଣ କାରଣରୁ ପ୍ରକଳ୍ପ କାର୍ଯ୍ୟ ଅଟକିଥିବା କହି ବିଏମ୍‌ସି ଦୋଷ ଖସାଇଦେଉଛି। ତେବେ ଖାଲଖମାପୂର୍ଣ୍ଣ ରାସ୍ତାରେ ବସ୍ତି ବାସିନ୍ଦା ଯାତାୟତ କରିବାକୁ ପଡୁଥିବାବେଳେ ଡ୍ରେନ୍‌ଜନିତ ସମସ୍ୟାରୁ ବର୍ଷା ଦିନେ ବର୍ଷ ବର୍ଷ ଧରି ଜଳବନ୍ଦୀ ଭଳି ସମସ୍ୟା ଭୋଗ କରିଆସୁଛନ୍ତି। ସେହିପରି ପରିଚୟ ଗୃହ ନିର୍ମାଣ ଭଳି ବିଭିନ୍ନ ପ୍ରକଳ୍ପ ମଧ୍ୟ ଜମି ଅଭାବରୁ ଆଗେଇପାରୁନି।
ଥଇଥାନ ଅପେକ୍ଷାରେ ବସ୍ତିବାସିନ୍ଦା
ସ୍ମାର୍ଟସିଟି ଭୁବନେଶ୍ୱରରେ ଥିବା ବସ୍ତିଗୁଡ଼ିକ ଉନ୍ନତୀକରଣ ତଥା ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ଯୋଜନା ଅଧୀନରେ ଥଇଥାନ ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ବ୍ୟବସ୍ଥିତ ଢ଼ଙ୍ଗରେ କିପରି ବସ୍ତିବାସିନ୍ଦାଙ୍କୁ ବାସସ୍ଥାନ ମିଳିପାରିବ ସେନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏଓ୍ବାଇ), ରାଜୀବ ଆବାସ ଯୋଜନା(ରେ), ଆଫୋର୍ଡେବଲ୍‌ ହାଉସିଂ ପ୍ରୋଜେକ୍ଟ(ଏଏଚପି)କୁ କାଯର୍ର୍‌ୟକାରୀ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ତେବେ ବିଭିନ୍ନ ହାଉସିଂ ପ୍ରୋଜେକ୍ଟ ତୁଳନାରେ ଚିହ୍ନଟ ହିତାଧିକାରୀଙ୍କ ସଂଖ୍ୟା ମୋଟ୍‌ ବସ୍ତି ବାସିନ୍ଦାଙ୍କ ସଂଖ୍ୟାପଠାରୁ ବହୁତ କମ୍‌ ରହିଛି। ବିଭିନ୍ନ ହାଉସିଂ ପ୍ରୋଜେକ୍ଟ ଅଧିନରେ ମାତ୍ର ୫୪ଟି ବସ୍ତିର ୧୧ ହଜାର ୪୩୩ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି। ଜାଗା ମିଶନରେ ୫୦ ହଜାର ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଦିଆଗଲେ, ମାତ୍ର ୬୧ ହଜାର ୪୩୩ ଜଣ ବସ୍ତିବାସିନ୍ଦା ଥଇଥାନ ହୋଇପାରିବେ। ତେଣୁ ଅବଶିଷ୍ଟ ବସ୍ତିବାସିନ୍ଦା ନିଜ ବାସସ୍ଥାନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?