Posted inଖେଳ

ଏହି କ୍ରିକେଟର୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ: ଭାଇ ପରେ ପରେ ଚାଲିଗଲେ ବାପା

ଗାନ୍ଧୀନଗର,୯।୫: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକରିଆଙ୍କ ବାପା କରୋନାରେ ମୃତ୍ୟୁବରଣ କରିଛନ୍ତି। ଚେତନଙ୍କ ବାପା କିଛି ଦିନ ହେବ ଭବନଗରରେ କରୋନା ସହ ଲଢେଇ କରୁଥିଲେ। ଆଇପିଏଲ ୨୦୨୧ର ସ୍ଥଗିତାଦେଶ ପରେ ଚେତନ ଗୁଜରାଟର ଭବନଗରରେ ପହଞ୍ଚିଥିଲେ। ଚେତନ ଆଇପିଏଲର ୨୦୨୧ରେ ସିଜିନରେ ଉପାର୍ଜିତ ଅର୍ଥ ତାଙ୍କ ପିତାଙ୍କ ଚିକିତ୍ସାରେ ବିନିଯୋଗ କରିଥିଲେ। ତଥାପି ତାଙ୍କ ବାପାଙ୍କୁ ସେ ବଞ୍ଚାଇ ପାରି ନାହାନ୍ତି।
ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସେ ଡେବ୍ୟୁ କରିଥିଲେ। ଚେତନ ସକରିଆର ବେସ ପ୍ରାଇସ ଥିଲା ୨୦ ଲକ୍ଷ ଟଙ୍କା । କିନ୍ତୁ ରାଜସ୍ଥାନ ତାଙ୍କୁ ୧.୨ କୋଟି ଟଙ୍କାରେ କିଣିଛି। ସେ ଚଳିତ ସିଜନରେ ୭ଟି ମ୍ୟାଚରେ ୭ଟି ଉଇକେଟ ନେଇଥିଲେ, ସେଥିରେ ଏମଏସ ଧେନୀ, ସୁରେଶ ରାଇନା, କେ.ଏଲ ରାହୁଲଙ୍କ ଉଇକେଟ୍‌ ଅନ୍ୟତମ। ଆଇପିଏଲରେ ପୁଅ ସ୍ଥାନ ପାଇବାପରେ ଏକ ସାକ୍ଷାତକାରରେ ଚେତନଙ୍କ ମା’ କହିଥିଲେ ଯେ ତାଙ୍କ ପୁଅ ସଂଘର୍ଷ କରି ଏହି ସ୍ଥିତିରେ ପହଞ୍ଚିଛି।
ଆଇପିଏଲ ଲିଗ ପୂର୍ବରୁ ଚେତନ ସକରିଆ କହିଥିଲେ, ମୋ ଭାଇ ରାହୁଲ ଜାନୁଆରୀରେ ଆତ୍ମହତ୍ୟା କରିଥିଲେ। ମୁଁ ସେତେବେଳେ ଟି -୨୦ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳୁଥିଲି। ମୁଁ ଘରକୁ ମଧ୍ୟ ଫେରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବାର ମୁଁ ଜାଣିଲି। ଟୁର୍ନାମେଣ୍ଟ ଭିତରେ ଯେତେବେଳେ ବି ମୁଁ ମୋର ପରିବାର ସଦସ୍ୟଙ୍କୁ ରାହୁଲ(ସାନ ଭାଇ)ଙ୍କ ସହ କଥା ହେବାକୁ କହିଥିଲି, ସେ ବାହାନା କରି ଏହାକୁ ଏଡାଇ ଦେଇଥିଲେ। ଆଜି ମୁଁ ତାଙ୍କୁ ଅଧିକ ମିସ କରୁଛି। ଯଦି ସେ ଆଜି ବଞ୍ଚିଥାନ୍ତେ ତେବେ ସେ ମୋ ଅପେକ୍ଷା ଅଧିକ ଖୁସି ହୋଇଥାନ୍ତେ।
ଚେତନ କହିଥିଲେ ଯେ ତାଙ୍କ ପିତା ଏକ ଟ୍ରକ ଚଳାଉଥିଲେ ଏବଂ ସମସ୍ତ ଅସୁବିଧା ଅତିକ୍ରମ କରିବା ପରେ ସେ ଏଠାରେ ପହଞ୍ଚିଥିଲେ। ସେ କହିଛନ୍ତି, ଏପରି ଏକ ସମୟ ଥିଲା ଯେତେବେଳେ ମୋ ବାପା ଟ୍ରକ ଡ୍ରାଇଭର ଥିଲେ, ପରେ ସେ ଅଟୋ ଚଳାଇବା ଆରମ୍ଭ କରିଥିଲେ। ଏହିପରି ଖେଳିବାକୁ ପର୍ଯ୍ୟାପ୍ତ ଜିନିଷ ନଥିଲା, ତେବେ ଅନ୍ୟ ଖେଳାଳିମାନେ ମୋତେ ସାହାଯ୍ୟ କଲେ। ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ତାଙ୍କୁ ଏକ ଷ୍ଟେସନାରୀ ଦୋକାନରେ କାମ କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?