Posted inଜାତୀୟ

ବିମାନ ବନ୍ଦରରେ ଜନ୍ମଦିନ ପାଳିଲେ ୟୁକ୍ରେନରୁ ଫେରିଥିବା ଛାତ୍ର

ନୂଆଦିଲ୍ଲୀ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଇତିମଧ୍ୟରେ ଯୁଦ୍ଧ ଅଞ୍ଚଳରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ରହିଛି। ସ୍ବଦେଶକୁ ଫେରିବା ପରେ ଛାତ୍ର ଓ ତାଙ୍କ ପରିବାର ମଧ୍ୟରେ ଏକ ପ୍ରକାର ଖୁସିର ମାହୋଲ ଖେଳିଯାଇଛି। ଇତିମଧ୍ୟରେ ଶନିବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ଏକ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା। ରାଜସ୍ଥାନର ମନ୍ତ୍ରୀମାନେ ୟୁକ୍ରେନରୁ ଫେରିଥିବା ଛାତ୍ରଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଥିବା ନଜର ଆସିଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନରୁ ଭାରତକୁ ଫେରିଥିବା ଛାତ୍ରମାନେ ନିରାପଦରେ ନିଜ ଘରେ ପହଞ୍ଚିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ମନ୍ତ୍ରୀମାନଙ୍କୁ ନିୟୋଜିତ କରିଛନ୍ତି। ତେବେ ଶନିବାର ୟୁକ୍ରେନରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ଉଦୟପୁରର ଅକ୍ଷତଙ୍କ ଜନ୍ମଦିନ ବିମାନବନ୍ଦରରେ ପାଳନ କରାଯାଇଥିଲା। ଜନ୍ମଦିନ ପାଳନ କରିବାରେ କ୍ୟାବିନେଟ ମନ୍ତ୍ରୀ ଟିକରାମ ଜୁଲି, ମନ୍ତ୍ରୀ ସୁଭାଷ ଗର୍ଗ ସାମିଲ ହୋଇଥିଲେ। ଅକ୍ଷତଙ୍କ ଜନ୍ମଦିନ ଜାଣିବା ମାତ୍ରେ ସେ ବିମାନବନ୍ଦରରେ କେକ୍‌ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅକ୍ଷତ କେକ୍‌ କାଟିବା ସମୟରେ ମନ୍ତ୍ରୀମାନେ ତାଙ୍କ ପିତାମାତାଙ୍କୁ ଭିଡିଓ କଲ୍‌ କରିଥିଲେ। ଭିଡିଓ କଲ୍‌ ପରେ ଅକ୍ଷତଙ୍କୁ ନିରାପଦରେ ଦେଶକୁ ଫେରିବା ପାଇଁ ଅଭିନନ୍ଦନ ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବିମାନ ବନ୍ଦରରେ ଅନ୍ୟମାନଙ୍କ ମଧ୍ୟରେ ଆବାସିକ କମିଶନର ଶୁଭ୍ରା ସିଂ, ସହକାରୀ ଆବାସିକ କମିଶନର ରିଙ୍କୁ ମୀନା ଓ ମନୋଜ କୁମାର ସିଂ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଛି ମିନିଟ୍‌ରେ କୋଭିଶିଲ୍ଡର ଦୁଇଟି ଡୋଜ

ମାଙ୍ଗାଲୁରୁ,୩।୯: ୧୯ ବର୍ଷୀୟ ଦିନ ମଜୁରିଆଙ୍କୁ କିଛି ମିନିଟ୍‌ ବ୍ୟବଧାନରେ କୋଭିଶିଲ୍ଡ ଟିକାର ଦୁଇଟି ଡୋଜ ଦିଆଯାଇଛି। ଏଭଳି ଘଟଣା ଘଟିଛି କର୍ନାଟକର ଦକ୍ଷିଣ କନ୍ନଡ...

ରବିବାର ଡିଆର୍‌ଡିଓ ଯୋଗାଇବ ୧୦ ହଜାର ଡୋଜ୍‌ ୨-ଡିଜି…

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ସରକାର...

କରୋନା ସଙ୍କଟ ମଧ୍ୟରେ ଷ୍ଟ୍ରାଇକ୍‌ରେ ଗଲେ ଏମ୍ସ ନର୍ସ

ପାଟନା,୨୩।୭: ବିହାରରେ ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି। ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ମିଳୁନାହିଁ। ଆଉ ଯାହାକୁ ମିଳୁଛି...

ଜନସନ୍‌ ବେବି ଶାମ୍ପୋରେ କର୍କଟ ସୃଷ୍ଟିକାରୀ ତତ୍ତ୍ୱ: ବିକ୍ରି ବନ୍ଦ ପାଇଁ ଏନ୍‌ସିପିସିଆର୍‌ ପକ୍ଷରୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୮।୪: ଜନସନ୍‌ ବେବି ଶାମ୍ପୋରେ କର୍କଟ ସୃଷ୍ଟିକାରୀ ତତ୍ତ୍ୱ ରହିଥିବା କୁହାଯାଉଛି। ତେଣୁ ଏହାର ବିକ୍ରି ବନ୍ଦ ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା...

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ

ମୁମ୍ବାଇ,୨୯।୬: ମହାରାଷ୍ଟ୍ରର ତାରାପୁରରେ ଥିବା ଏକ ରାସାୟନିକ କାରଖାନାରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ମଧ୍ୟ ଘଟିଥିବା ସୂଚନା...

ବାଣ ବ୍ୟବସାୟୀଙ୍କୁ ଗିରଫ ବେଳେ ପୋଲିସ ଜିପ୍‌ରେ ମୁଣ୍ଡ ବାଡେଇ କାନ୍ଦିଲେ କୁନି ଝିଅ: ଭିଡିଓ ଭାଇରାଲ

ବୁଲନ୍ଦସହର,୧୪ ।୧୧: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ପୋଲିସ ଜିପ୍ ବାହାରେ ଠିଆ...

୫ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳିବେ ସ୍ବାମୀ; ଖୁସି ବଦଳରେ ଦ୍ୱନ୍ଦ୍ୱରେ ସ୍ତ୍ରୀ

ଭୋପାଳ, ୧୬।୯: ଦୀର୍ଘ ୫ ବର୍ଷ ଧରି ନିଖୋଜ ଥିବା ମଧ୍ୟପ୍ରଦେଶ ରଓ୍ବେ ଜିଲାର ଅନିଲ ପାକିସ୍ତାନ ଜେଲରୁ ମୁକ୍ତି ହେଉଛନ୍ତି। ଏହି ଖବର ଅନିଲଙ୍କ...

କରୋନା ଟିକାକରଣରେ ତାମିଲନାଡୁ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୨୩ ।୭: ଦେଶରେ କରୋନା ଭାଇରସର ତୃତୀୟ ଲହର ଆସିବା ପୂର୍ବରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଦ୍ରୁତ ଗତିରେ ଟିକାକରଣ ପ୍ରକ୍ରିୟାକୁ ଆଗେଇ ନେବାକୁ...

Advertisement
Archives

Model This Week