Posted inଜାତୀୟ

ଗେହଲୋଟଙ୍କ ନିର୍ବାଚନୀ ଥୋପ, ଗରିବଙ୍କୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ଘରୋଇ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି

ଜୟପୁର,୧୦ ।୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶୁକ୍ରବାର ବିଧାନସଭାରେ ପୁରୁଣା ବଜେଟ ଭାଷଣ ପଢି ଦେଇଛନ୍ତି । ଯାହା ଏବେ ଖୁବ୍ ଚର୍ଚ୍ଚାରେ । ପ୍ରାୟ ୬ ମିନିଟ ପର୍ଯ୍ୟନ୍ତ ପୁରୁଣା ବଜେଟ ଭାଷଣ ପଢୁଥିବା ଗେହଲୋଟଙ୍କ କାନରେ ମହେଶ ଯୋଶୀ ଆସି କିଛି କଥା କହିଲେ । ଆଉ ଏହା ଜାଣିବା ପରେ ବିରୋଧି ଖୁବ୍ ହଟ୍ଟଗୋଳ କରିଛନ୍ତି ।
ଗେହଲୋଟ କହିଥିଲେ ମାନବ ଜୀବନରେ ସେ ପର୍ଯ୍ୟନ୍ତ ଶାନ୍ତି ମିଳିବ ନାହିଁ ଯେବେ ପର୍ଯ୍ୟନ୍ତ ସମସ୍ତ ମାନବଙ୍କର ସୁଖମୟ ସମାନ ଅଧିକାର ସୁନିଶ୍ଚିତ ହାଇଥାଏ । ଏହି ଶୁଭ ବାର ଏମିତି ହେଉ ନା ଏଥିରେ କାହାକୁ ଅଧିକ ନା କାହାକୁ କମ ମିଳୁ । ଆମ ସରକାର ସୋସିଆଲ ସିକ୍ୟୁରିଟି ସ୍କିମ ଲାଗୁ କରିଛନ୍ତି ଏଥିପାଇଁ ୧୦୦ କୋଟି ଟଙ୍କାର ଶିଫ୍ଟ ଫଣ୍ଡ ଘୋଷଣା କରାଯାଉଛି ।
ବଜେଟ ଅଧିବେଶନରେ ଗେହଲୋଟ ନିର୍ବାଚନି ଥୋପ ପକାଇଛନ୍ତି ବୋଲି ଆଲୋଚନ ହେଉଛି । ବଜେଟରେ ବରିଷ୍ଠ ନାଗରିକଙ୍କ ପେନଶନ ଯୋଜନା ପ୍ରତିମାସରେ ୫୦୦୦ ପରିବର୍ତ୍ତେ ୧୦ ହଜାର କରାଯାଇଛି ।
ରିସର୍ଚ୍ଚ ଷ୍ଟୁଡେଣ୍ଟଙ୍କୁ ପ୍ରତି ମାସରେ ୩୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି । ଏମିତି ଏଥର ଆଉ କିଛି ନୂଆ ନୂଆ ଯୋଜନା ନେଇ ଆସିଛନ୍ତି ସରକାର । ନିର୍ବାଚନି ଥୋପ ଭାବେ ଗରିବଙ୍କୁ ୫୦୦ ଟଙ୍କାର ରୋଷେଇ ଗ୍ୟାସ ସିଲିଣ୍ଡର ଓ ଘରୋଇ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇ ଦେବାକୁ ରାଜସ୍ଥାନ ସରକାର କହିଛନ୍ତି । ୨୩ ଲକ୍ଷ କୃଷକଙ୍କୁ ମାଗଣା ମଞ୍ଜି ଯୋଗାଇ ଦିଆଯିବ । ପଶୁମିତ୍ର ଯୋଜନା ଆରମ୍ଭ କରାଯିବ । ଅନୁଦାନ ରାଶି ୫୦ ପରିବର୍ତ୍ତେ ୭୦ ପ୍ରତିଶତ ହେବ । ଜୟପୁର ଓ ଯୋଧପୁରରେ ଅର୍ଗାନିକ ଫାର୍ମ ଖୋଲାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?