ରାଜାରାଜୁଡ଼ା ଅମଳରୁ ପୂଜା ପାଉଛନ୍ତି ରଜାନଗର ଦୁର୍ଗା

ଜୟପୁର,୧ା୧୦(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ହେଉଥିବା ଦୁର୍ଗାପୂଜା ମଧ୍ୟରୁ ରଜାନଗର ନିକଟରେ ହେଉଥିବା ଦୁର୍ଗାପୂଜା ଅନ୍ୟତମ। ରାଜାରାଜୁଡ଼ା ଅମଳରୁ ରଜାନଗର ମଧ୍ୟରେ ଥିବା କନକଦୁର୍ଗା ମନ୍ଦିରରେ ରାଜାଙ୍କ ପରିବାରବର୍ଗ ଦ୍ୱାରା ଦଶହରା ପାଳନ କରାଯାଉଥିଲା । ୧୯୫୦ ମସିହାରେ ଜୟପୁର ସହରର ପ୍ରଥମ ମୂର୍ତ୍ତିି ପୂଜା ଜନସାଧାରଣଙ୍କ ଦ୍ୱାରା ସ୍ଥାନୀୟ ନରସିଂହ ଗୌଡ଼ଙ୍କ ଦୋକାନରେ କରାଯାଇଥିଲା ବୋଲି କୁହାଯାଏ। ବର୍ତ୍ତମାନ ରଜାନଗରଠାରେ ସ୍ଥାୟୀ ମଣ୍ଡପ କରାଯାଇ ଏଠାରେ ଦୁର୍ଗାଙ୍କ ମୂର୍ତ୍ତି ପୂଜା କରାଯାଉଛି । ପ୍ରତିପଦାଠାରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ଏଠାରେ ହୋମ, ଯଜ୍ଞ ଓ ପୂଜା ଚାଲେ। ଲୋକଙ୍କ ମତରେ ରଜାନଗର ଦୁର୍ଗାପୂଜା ମାନେ ହିଁ ଜୟପୁର ଦଶହରାକୁ ବୁଝାଇଥାଏ । ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ ପ୍ରତିପଦା ତିଥିଠାରୁ ଆରମ୍ଭକରି ବିଜୟା ଦଶମୀ ପଯ୍ୟନ୍ତ ମା’ ଦୁର୍ଗାଙ୍କ ଦଶହରା ପର୍ବ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ। ଅବିଭକ୍ତ କୋରାପୁଟ ଜିଲାର କୋଣ ଅନୁକୋଣରୁ ବିଭିନ୍ନ ଦେବୀପୀଠରୁ ଲାଠି ଆସି ଜୟପୁରରେ ପହଞ୍ଚତ୍ଥାଏ। ଦଶହରା ଦିନ ମା’ ଭଗବତୀ, ମା’ ଦକ୍ଷିଣକାଳୀ ଆସି ରଜାନଗରଠାରେ ଦୁର୍ଗାଙ୍କ ନିକଟରେ ପହଞ୍ଚତ୍ ଦୁର୍ଗାଙ୍କ ସହ ଦଶହରା ପଡ଼ିଆକୁ ଯାଇଥାନ୍ତି। ପୂର୍ବରୁ ଅନେକ ବ୍ୟକ୍ତି ରଜାନଗର ଦୁର୍ଗାପୂଜା ଦାୟିତ୍ୱ ତୁଲାଇ ଆସିଛନ୍ତି । ସେମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ମହାପାତ୍ର, ତାରିଣୀ ଦାସ, ସ୍ବର୍ଗତ ରାଧାଗୋବିନ୍ଦ ପାଣିଗ୍ରାହୀ, ସ୍ବର୍ଗତ ମନ୍ମଥ ପାଣିଗ୍ରାହୀ, ସ୍ବର୍ଗତ ମୋହନ ଲାଲ ବୌଦ୍ୟ, ସ୍ବର୍ଗତ ରାମମୋହନ ସାମନ୍ତରା, ଡମ୍ବୁର ପାତ୍ର, ସ୍ବର୍ଗତ ପେଣ୍ଠା ଶ୍ରୀ ରାମଲୁ ଏବଂ ତାଙ୍କ ପୁଅ ପେଣ୍ଠା କାମେଶ୍ୱର ରାଓ ଅନ୍ୟତମ। ପରବର୍ତ୍ତୀ ସମୟରେ ପେଣ୍ଠା କାମେଶ୍ୱର ରାଓଙ୍କ ଦେହାନ୍ତ ପରେ ଏକ କମିଟି ଗଠିତ ହୋଇ ୨୦୧୦ ରୁ ପୂଜାର ପରିଚାଳନା କରି ଆସୁଛିି। ଆଜିକୁ ୧୨ ବଷର୍ର୍ ହେଲା ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ପୂଜା ଅଧିକରୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଜାରି ରହିଛି। ସହରରେ ପ୍ରଥମେ ରଜାନଗର ମୂର୍ତ୍ତି ବସି ପୂଜା ପାଇବା ପରେ ଅନ୍ୟ ଦୁର୍ଗାମୂର୍ତ୍ତିମାନ ବସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?