Posted inଜାତୀୟ

ଲାଉଡ୍‌ସ୍ପିକର୍‌କୁ ନେଇ ପୁଣି ଗର୍ଜିଲେ ରାଜ୍‌ ଠାକରେ

ମୁମ୍ବାଇ,୪।୫: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ସରକାରଙ୍କ ଚେତାବାନୀ ଓ ପୋଲିସର ନୋଟିସ ସତ୍ତ୍ୱେ ବୁଧବାର ପୁଣି ମସଜିଦରେ ଲାଗିଥିବା ଲାଉଡସ୍ପିକରକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଲାଉଡ ସ୍ପିକର ବିବାଦରେ ତାଙ୍କ ପାର୍ଟି ଏକାକୀ ହୋଇ ଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କ ପାଖକୁ କଲ ଆସୁଛି। ତାଙ୍କ ଦଳର କର୍ମୀମାନଙ୍କୁ ଟାର୍ଗେଟ କରାଯାଉଛି। ଆମ ସହ କାହିଁକି ଏମିତି କରାଯାଉଛି ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଯଦି ଅଜାନ ଲାଉଡ ସ୍ପିକରରେ ବାଜିବ, ତା’ହେଲେ ହନୁମାନ ଚାଳିଶା ଆମ୍ପିଲିଫାୟରେ ୨ ଗୁଣା ସାଉଣ୍ଡ ଦେଇ ପଢାଯିବ। ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶରେ ଲାଉଡସ୍ପିକର ବନ୍ଦ କରିଛନ୍ତି, ତେବେ ମହରାଷ୍ଟ୍ର ମଧ୍ୟ ଏହାକୁ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି।
ମହାରାଷ୍ଟ୍ର ଗୃହ ବିଭାଗର ତଥ୍ୟ ଅନୁଯାୟୀ, ମୁମ୍ବାଇରେ ୧୧୪୦ଟି ମସଜିଦ ରହିଛି ଓ ଏହା ମଧ୍ୟରୁ ୧୩୫ଟିରେ ଆଜି ଲାଉଡସ୍ପିକର ଦ୍ୱାରା ଅଜାନ ପଢାଯାଇଛି। ଯଦି ସେମାନେ ସୁପ୍ରିମକୋର୍ଟଙ୍କ ନିୟମର ଉଲ୍ଲଙ୍ଘନ କରିଥିବେ, ତା’ହେଲେ ମସଜିଦର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିୟୁ ସର୍ବନିମ୍ନ ମାନ ରକ୍ଷା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ା୪: ସ୍ବାସ୍ଥ୍ୟସେବାକୁ ନେଇ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌(ଆଇସିୟୁ)ର ସର୍ବନିମ୍ନ ମାନ ରକ୍ଷା ଲାଗି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସ୍ତରରେ ସ୍ବାସ୍ଥ୍ୟସେବା…

ଚାଇନାରେ ଚାଞ୍ଚଲ୍ୟ, ନୃତ୍ୟ କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ କୁଣ୍ଢାଇ ପକାଇଲା ହ୍ୟୁମାନଏଡ୍‌ ରୋବୋ

ବେଜିଂ, ୨୭।୪(ପି.ଟି.): ଚାଇନାର ଶାନସି ପ୍ରଦେଶର ଏକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ହ୍ୟୁମାନଏଡ୍‌ ରୋବୋ (ଯନ୍ତ୍ରମଣିଷ) ନାଚୁଥିବା…

ସକାଳୁ ସକାଳୁ ଶକ୍ତିଶାଳୀ ଭୂମିକମ୍ପ ଝଟକା, ଭୟରେ ଲୋକେ ଘରୁ…

ଟୋକିଓ,୨୭।୪: ସକାଳୁ ସକାଳୁ ଜାପାନରେ ବଡ଼ ଧରଣର ଭୂକମ୍ପ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ରିପୋର୍ଟ କରିଛି ଯେ ସୋମବାର ଜାପାନର ହୋକାଇଡୋରେ ୬.୧…

ଦଳ ଛାଡିଥିବା ଏମ୍‌ପିଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଆପ୍‌ର ବଡ଼ ଉଦ୍ୟମ

ନୂଆଦିଲ୍ଲୀ,୨୬ା୪: ବରିଷ୍ଠ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ରାଜ୍ୟ ସଭା ସଦସ୍ୟ ରାଘବ ଚଢ଼ାଙ୍କ ସମେତ ୭ ଜଣ ଏମ୍‌ପି ଦଳ ଛାଡ଼ି ଭାଜପାରେ ଯୋଗ…

ଚେନ୍ନାଇକୁ ହରାଇଲା ଗୁଜରାଟ

ଚେନ୍ନାଇ,୨୬ା୪: ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ (ଜିଟି) ୮ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)କୁ ପରାସ୍ତ କରିଛି।…

ଭଞ୍ଜନଗର ଠାକୁରାଣୀ ଯାତ୍ରା ଆରମ୍ଭ, ସହର ଉତ୍ସବମୁଖର

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ରବିବାର ଆରମ୍ଭ ହୋଇଯାଇଛି। ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଆତସବାଜି ଏବଂ…

ଜନଗଣନା କର୍ମଚାରୀଙ୍କୁ ମାଡ଼: ଧରାପଡ଼ିଲେ ୨ ଅଭିଯୁକ୍ତ

ପଟ୍ଟାଙ୍ଗି,୨୬ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଓଡ଼ିଶା ପକ୍ଷରୁ ଜନଗଣନା କରୁଥିବା କର୍ମଚାରୀଙ୍କ ମାଡ଼ ମାରିବା ଅଭିଯୋଗରେ ସେମ୍ୱି ଗ୍ରାମର…

ଦେଢ଼ କି.ମି. ରାସ୍ତାରେ ୧୦ ହମ୍ପ୍ସ

ନୂଆପଡ଼ା,୨୬ା୪ (ମକାରୁ ବେମାଲ): ଛତିଶଗଡ଼ ରାଜ୍ୟ ରାୟପୁରଠାରୁ ନୂଆପଡ଼ା ଜିଲା ଦେଇ ଗୋପାଳପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଅତ୍ୟଧିକ ହମ୍ପ୍ସ (ସ୍ପିଡ୍‌ ବ୍ରେକର) ଯୋଗୁ ଯାତାୟାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri