ବର୍ଷା ଓ ସାହିତ୍ୟ

ଅଲେଖ ଚନ୍ଦ୍ର ମିଶ୍ର

ଋତୁ ବିନ୍ୟାସରେ ବର୍ଷା ସବୁଠାରୁ ସମ୍ବେଦନଶୀଳ। ପ୍ରଚଣ୍ଡ ରୌଦ୍ରତାପରେ ମୃତପ୍ରାୟ ଜୀବଜଗତକୁ ବର୍ଷା ଦିଏ ସଞ୍ଜୀବନୀର ସ୍ପର୍ଶ। ବର୍ଷା ଜୀବନର ସଙ୍କେତ ହେଲେ ଆଷାଢ଼ ତା’ର ଯୌବନ, ଶ୍ରାବଣ ତା’ର ସ୍ପନ୍ଦନ। ବିରହୀଙ୍କ ପାଇଁ ବର୍ଷା ଆଣେ ବେଦନାକ୍ତ ଶିହରଣ। ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ବସୁଧା ହୁଏ ରଜସ୍ବଳା। ମୟୂର ପୁଚ୍ଛ ମେଲି ମୟୂରୀକୁ ଆକୃଷ୍ଟ କରେ। ଚାତକର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟେ। ବର୍ଷା ଜଳରେ ଉବୁଟୁବୁ ହୋଇ ମିଳନ ପ୍ରତ୍ୟାଶୀ ବ୍ରାହ୍ମଣୀ ବେଙ୍ଗମାନେ ଅନବରତ ରଡି ଛାଡ଼ନ୍ତି। ସାରୁବୁଦା ମୂଳେ ବେଙ୍ଗ ଦମ୍ପତି କ୍ରିୟାରତ ହୋଇପଡ଼ନ୍ତି। ଲାଲରଙ୍ଗର ସାଧବବୋହୂ ଅଭିସାରରେ ବାହାରେ। ଇନ୍ଦ୍ରଧନୁର ସପ୍ତରଙ୍ଗ ପ୍ରେମୀଯୁଗଳଙ୍କ ମନକୁ ରଙ୍ଗିନ କରିଦିଏ। କୀଟରୁ ପତଙ୍ଗ ଯାଏ, ଶ୍ୱାନରୁ ଶ୍ୱାପଦ ଯାଏ, ଘରଚଟିଆରୁ ବାଇଚଢ଼େଇ ଯାଏ ସବୁରି ହୃଦୟରେ ଉଦ୍‌ବେଳିତ ହୁଏ ମିଳନର ମାଦକତା। ବର୍ଷାର ଆଗମନ ବିରହୀକୁ ମତୁଆଲା କରିଦିଏ I ଦୂରରେ ଥିବା ପ୍ରିୟଜନମାନେ ଅନୁକ୍ଷଣ ମନେପଡ଼ନ୍ତି I ତେଣୁ ଆଷାଢ଼ର ମେଘ, ଘଡ଼ଘଡ଼ି, ବିଜୁଳିର ସମ୍ଭାରକୁ ପାଥେୟ କରି ଯୁଗ ଯୁଗରୁ ସୃଷ୍ଟି ହୋଇଆସିଛି ଅଜସ୍ର କାବ୍ୟ, କବିତା, ଲୋକକଥା, ଢଗଢମାଳି। ଏହାର କେତୋଟି ଦୃଷ୍ଟାନ୍ତ ହେଲା, ”ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା, କେଉଁ ଦେଶେ ଯାଇ ରହିଲେ ମୋ ରଜା ତେଲିଙ୍ଗି ବାଇଦ ବଜା“ (ନନ୍ଦକିଶୋର), ଊର୍ମିସହୀର ଚିକୁରେ ଚିବୁକେ ଲଗାଇ ପାଣି, କହି ଉଠୁଥିବ ରାଣୀଗୋ ରାଣୀ (ଗଡ଼ନାୟକ), ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରଷେ ଘନ ଘନ(ଭକ୍ତକବି), ଋତୁଙ୍କ ମଧ୍ୟେ ଶ୍ରେଷ୍ଠ ବଳ, ସମ୍ପୂର୍ଣ୍ଣ ବରଷାର କାଳ (ଭାଗବତ), ଖୋଜନ୍ତି ପୁଣି ଶମ୍ପା ଆଲୋକ ଧରି, ନିଶ୍ଚୟ ଛନ୍ତି ବୋଲି ସୀତା ସୁନ୍ଦରୀ (ମେହେର) ଇତ୍ୟାଦି।
କିନ୍ତୁ ବର୍ଷାକାଳର ସବୁଠାରୁ ଲୋକପ୍ରିୟ ବିରହ ବ୍ୟଞ୍ଜକ ମହାକାବ୍ୟ ହେଲା କବିଶ୍ରେଷ୍ଠ କାଳିଦାସଙ୍କ ରଚିତ ମେଘଦୂତମ୍‌। ଆଷାଢ଼ ମେଘର ମହ୍ଲାରରେ ବିମୋହିତ ହୋଇ ସେ ଗାଇ ଉଠିଥିଲେ, ”ଆଷାଢ଼ସ୍ୟ ପ୍ରଥମ ଦିବସେ ମେଘ ମାସ୍କିଷ୍ଟ ସାନୁଂ ପ୍ର କ୍ରୀଡ଼ା ପରିଣତ ଗଜ ପ୍ରେକ୍ଷଣୀୟଂ ଦଦର୍ଶ। କାନ୍ତା ବିରହିତ କାନ୍ତର ବିରହ ବେଦନା ଉପରେ ଆଧାରିତ ଏହି ମହାକାବ୍ୟ ପୃଥିବୀର ଅନେକ ଭାଷାରେ ଅନୁଦିତ, ଯାହାର ଓଡ଼ିଆ ରୂପାନ୍ତର କରିଥିଲେ କବିବର ରାଧାନାଥ ରାୟ।
କୁବେର ଶାପରେ ଅଳକାପୁରୀରୁ ବିଚ୍ୟୁତ ହୋଇ ମର୍ତ୍ତ୍ୟର ରାମଗିରିରେ ନିର୍ବାସିତ ଯକ୍ଷ ହେମମାଳି ନିଜର ପ୍ରାଣପ୍ରିୟା ଯକ୍ଷିଣୀ ବିଶାଳାକ୍ଷୀର ବିଚ୍ଛେଦଜନିତ ବ୍ୟଥାରେ ଶୀର୍ଣ୍ଣ ବପୁ, କ୍ଷୀଣ ଶରୀର ହୋଇ ବିଳାପ କରୁଥିବା ବେଳେ ଆଦ୍ୟ ଆଷାଢ଼ର ପହିଲି ପରଶରେ ଆକାଶ ବକ୍ଷରେ ଭାସମାନ ମେଘଖଣ୍ଡ ତା’ର ହତାଶ ମନରେ ଆଶାର ସଞ୍ଚାର କରିଥିଲା I କାନ୍ତା ନିକଟରେ ଆପଣାର ବିରହବିଧୂର ବାର୍ତ୍ତା ପହଞ୍ଚାଇ ଦେବା ପାଇଁ ଭାବବିହ୍ବଳ ହୋଇ ମେଘକୁ ସେ ଅନୁନୟ କରିଥିଲା, ”ରସିକ ତୁ ଜଳଦ କହିବି କେତେ, କାମିନୀ ପ୍ରକାଶନ୍ତି ଭାବ ସଂକେତେ“ I ବର୍ଷଣମୁଖର ରଜନୀର ଦୃଶ୍ୟପଟକୁ ତା’ ନିକଟରେ ଉପସ୍ଥାପିତ କରିବାକୁ ଯାଇ ଗାଇ ଉଠିଥିଲା, ”ରଜନୀକାଳେ ଦାଣ୍ଡେ କେତେ ଯୁବତୀ, ଉଦ୍‌ବେଗେ ଯାଉଥିବେ କାନ୍ତବସତି । /ଘୋର ଅନ୍ଧାରେ ମାର୍ଗ ଦିଶିବ ନାହିଁ, କମ୍ପିବେ ଭୟେ ଚଉଦିଗେ ଅନାଇ। /ତୋ ସଙ୍ଗେ ଥିବ ପ୍ରଭାମୟୀ ତଡିତ, ଏ କାଳେ ବାଳାଙ୍କର ସାଧିବୁ ହିତ । /ଘନ ମୁଞ୍ଚିବୁ ନାହିଁ ଭୀମନିନାଦ, ନାଦ ମଣିବେ ବାମା ଘୋର ପ୍ରମାଦ“ (କାଳିଦାସଙ୍କ ମୂଳ ସଂସ୍କୃତ ରଚନା- ଅଭିକ୍ଷଣ ମୁର୍ଜ୍ୟେଧ୍ବନିତା ପୟୋମୂଜା ଘନାନ୍ଧକାରୀ କୃତ ଶର୍ବରୀ ସ୍ମପି। ତଡିତ୍‌ ପ୍ରଭା ଦର୍ଶିତ ମାର୍ଗ ଭୂମୟଃ ପ୍ରୟାନ୍ତି ରାଗାବଭିସାରିକା ସ୍ତ୍ରୀୟଃ।)।
ଘୋର ବରଷାରେ ନିଶା ଗର୍ଜୁଥିବା ବେଳେ ବିରହାନ୍ତ ଦାମ୍ପତ୍ୟ ପ୍ରଣୟର ଅନ୍ତରଙ୍ଗ ମୁହୂର୍ତ୍ତ ଯକ୍ଷ ମୁଖରେ ଏହିଭଳି ଭାବରେ ପ୍ରକାଶ ପାଇଥିଲା, ”ସମ୍ମୁଖେ ରତ୍ନ ଦୀପ ଉଜ୍ଜଳେ ଜଳେ/ ନିର୍ବାଣ ଆସେ ହିମରଜ ବିଫଳେ; ଫିଙ୍ଗଇ ବରାଙ୍ଗନା ପ୍ରଦୀପ କତି/ ବ୍ୟର୍ଥ ଯତନ ଦେଖି କୌତୁକୀ ପତି; ଭାସନ୍ତି ପ୍ରେମନୀରେ ତହୁଁ ଉଭୟେ/ ଭିଡ଼ନ୍ତି ପରସ୍ପର ଅଙ୍ଗ ନିର୍ଦ୍ଦୟେ।“
ଆଜି ଶ୍ରାବଣର ଆକାଶକୁ ଚାହିଁଲେ ହତାଶ ହେବାକୁ ପଡୁଛି। କାହିଁ ସେ ବିରହୀ ଆଷାଢ଼ର ଉନ୍ମାଦନା ଯାହା ଦିନେ କବିକଳ୍ପନାକୁ ରସାଣିତ କରୁଥିଲା? ଏବେ ସେ ଆଷାଢ଼ ଅଛି କିନ୍ତୁ ସେ ବର୍ଷା ନାହିଁ I ସେ ଶ୍ରାବଣ ଅଛି, ଧାରା ନାହିଁ । ଋତୁ ଚକ୍ରରେ ଏପରି ପରିବର୍ତ୍ତନ ଘଟିଚାଲିଲେ ଦିନେ ହୁଏତ ଏଭଳି ଭାବାବେଗ କଳ୍ପନା ବିଳାସର ସମାଗ୍ରୀ ହୋଇ ପୋଥିବାଇଗଣ ପାଲଟିଯିବ।
ସାରଦାଶ୍ରୀ,୯୦୪, ଶାସ୍ତ୍ରୀନଗର,
ଭୁବନେଶ୍ୱର, ମୋ:- ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?