ରଥଯାତ୍ରା ପାଇଁ ‘ECoR ଯାତ୍ରା’ ଆପ୍‌ ଲଞ୍ଚ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ,୨୪।୬: ପୁରୀରେ ଆୟୋଜିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ, ନିର୍ଭରଯୋଗ୍ୟ ରେଳ ସେବା ଯୋଗାଇବା ପାଇଁ ପୂର୍ବ ତଟ ରେଳବାଇ (ECoR) ଏକ ନୂଆ ମୋବାଇଲ ଆପ୍ଲିକେସନ ‘ECoR ଯାତ୍ରା’ ଲଞ୍ଚ କରିଛି।

ଏହି ଆଣ୍ଡ୍ରଏଡ଼ ଆଧାରିତ ଆପ୍‌ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଏବଂ ରଥଯାତ୍ରା ସମୟରେ ରେଳ ସମ୍ବନ୍ଧୀୟ ସମସ୍ତ ସେବା ଓ ଯାତ୍ରୀ ସୁବିଧା ବିଷୟରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ ଗାଇଡ ପ୍ରଦାନ କରୁଛି। ଏହି ଆପ୍‌ ଶ୍ରଦ୍ଧାଳୁ ଓ ରେଳ ଯାତ୍ରୀଙ୍କ ପାଇଁ ୨୦୨୫ ରଥଯାତ୍ରା ସମୟରେ ସଠିକ ଓ ତୁରନ୍ତ ସୂଚନା ଯୋଗାଇବା ପାଇଁ ବିଶେଷ ଭାବେ ଡିଜାଇନ କରାଯାଇଛି।

‘ECoR ଯାତ୍ରା’ ଆପ୍‌ ଯାତ୍ରୀଙ୍କ ପାଇଁ ଏକ ଏକମାତ୍ର ଡିଜିଟାଲ ସମାଧାନ, ଯାହା ଦ୍ୱାରା ସେମାନେ ନିଜ ଯାତ୍ରା ଯୋଜନା କରିପାରିବେ, ପରିବହନ ସେବା ପାଇପାରିବେ ଏବଂ ଷ୍ଟେସନ କାଉଣ୍ଟରରେ ଅପେକ୍ଷା ନକରି ରେଳ ସୁବିଧା ସମ୍ପର୍କରେ ଅଦ୍ୟତନ ସୂଚନା ପାଇପାରିବେ। ସହଜ ନାଭିଗେସନ ଓ ବହୁଭାଷୀ ସମର୍ଥନ ସହିତ ଏହି ଆପ୍‌ ସାରା ଦେଶରୁ ଆସୁଥିବା ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରୁଛି।

‘ECoR ଯାତ୍ରା’ ଆପ୍‌ର ମୁଖ୍ୟ ବୈଶିଷ୍ଟ୍ୟ:
ସ୍ୱତନ୍ତ୍ର ଟ୍ରେନ ସୂଚୀ:
ରଥଯାତ୍ରା ୨୦୨୫ (୨୫ ଜୁନରୁ ୭ ଜୁଲାଇ ୨୦୨୫) ପାଇଁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା, ଟ୍ରେନ ନମ୍ବର, ସମୟ ଓ ଷ୍ଟେସନ ସମେତ ଉପଲବ୍ଧ। ଶ୍ରଦ୍ଧାଳୁମାନେ ଏହା ଦ୍ୱାରା ନିଜ ଯାତ୍ରା ଆଗୁଆ ଯୋଜନା କରିପାରିବେ।

ନିୟମିତ ଟ୍ରେନ ସମୟସୂଚୀ:
ପୁରୀକୁ ଆସୁଥିବା ଓ ପୁରୀରୁ ଛାଡ଼ୁଥିବା ସମସ୍ତ ନିୟମିତ ଟ୍ରେନ, ଦୂରଗାମୀ ଓ ଆନ୍ତଃନଗର ସେବା ସମେତ ଅଦ୍ୟତନ ସମୟସୂଚୀ ଉପଲବ୍ଧ।

ଲାଇଭ ଟ୍ରେନ ଓ ପ୍ଲାଟଫର୍ମ ସୂଚନା:
ପୁରୀ ଷ୍ଟେସନରେ ଟ୍ରେନର ରିଅଲ-ଟାଇମ ଚଳନ ସ୍ଥିତି, ଆଗମନ/ପ୍ରସ୍ଥାନ ସମୟ ଓ ପ୍ଲାଟଫର୍ମ ନମ୍ବର ସୂଚନା, ଯାହା ମାନୁଆଲ ଘୋଷଣା ଉପରେ ନିର୍ଭରତା ହ୍ରାସ କରିବ।

ଆବାସ ଓ ପର୍ଯଟନ ସୁବିଧା:
IRCTC ସହ ସଂଯୋଗ ମାଧ୍ୟମରେ ରିଟାୟାରିଂ ରୁମ, ଟୁରିଷ୍ଟ ହଟ ଓ ଅସ୍ଥାୟୀ ମେଳା ଆବାସ ସୁବିଧା ବିଷୟରେ ସୂଚନା, ଯାହା ଶ୍ରଦ୍ଧାଳୁଙ୍କୁ ବିଶ୍ରାମ ସ୍ଥାନ ଖୋଜିବାରେ ସାହାଯ୍ୟ କରିବ।

ଟିକେଟ କାଉଣ୍ଟର ଓ ବୁକିଂ ସହାୟତା:
ପୁରୀ ଓ ଅନ୍ୟ ପ୍ରମୁଖ ଷ୍ଟେସନରେ ସ୍ୱତନ୍ତ୍ର ଟିକେଟ କାଉଣ୍ଟର ସମ୍ପର୍କରେ ବିବରଣୀ। ରିଜର୍ଭ ଓ ଅଣ-ରିଜର୍ଭ ଟିକେଟ ବୁକିଂ ସହ ମୋବାଇଲରେ UTS (ଅନରିଜର୍ଭଡ଼ ଟିକେଟିଂ ସିଷ୍ଟମ) ସୁବିଧା ମଧ୍ୟ ଉପଲବ୍ଧ।

ଏହି ଆପ୍‌ ରଥଯାତ୍ରା ୨୦୨୫କୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରେଳ ଯାତ୍ରାକୁ ସହଜ, ସୁବିଧାଜନକ ଓ ଡିଜିଟାଲ ଅନୁଭବରେ ପରିଣତ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ECoR ଆଶା ରଖିଛି। ଶ୍ରଦ୍ଧାଳୁମାନେ ଏବେ ଗୁଗଲ ପ୍ଲେ ଷ୍ଟୋରରୁ ‘ECoR ଯାତ୍ରା’ ଆପ୍‌ ଡାଉନଲୋଡ଼ କରି ଏହାର ସୁବିଧା ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ ବୈଠକ: ୧୩ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର,୯।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ…

ଚାଲିଥିଲା ବ୍ରାଉନ ସୁଗାର କାରବାର, ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ବରଗଡ଼,୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସୋମବାର ବ୍ରାଉନ ସୁଗାର କାରବାର ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ…

ଜଗା ଦର୍ଶନ ପାଇଁ ଯାଇଥିଲେ: ଘରେ ବୁଲିଲା କଳାକନା

ବୈଶିଙ୍ଗା,୯।୧୧(ରତନ ଦାଶ); ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଙ୍ଗାଳିଡାହି ଗ୍ରାମର ମହେନ୍ଦ୍ର ନାଥ ମହାନ୍ତ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଝିଅ ସହିତ ଶୁକ୍ରବାର…

ଅମିତାଭଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଏହି ଦିନରୁ ଆରମ୍ଭ ହେବ KBC ଶୁଟିଂ

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ବଡ଼ ଖବର। ଗତ ୨ରୁ ୩ ଦିନ ଧରି ଗଣମାଧ୍ୟମ ଓ ସୋସିଆଲ…

ୱିଲିୟମସନଙ୍କ ସନ୍ନ୍ୟାସ ପଛରେ ବିରାଟ କୋହଲି! ନିଜେ ଖୋଲିଲେ ବଡ଼ ରାଜ୍‌, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୯।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏବେ ସେ ନିଜର ଏହି ବଡ଼ ନିଷ୍ପତ୍ତି…

ବିଲରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଦନ୍ତାହାତୀର ଜୀବନ !

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ। ବାରିପଦା ବନଖଣ୍ଡ ଅଧୀନ ଡୁକୁରା ସେକ୍ସନର କାରାମଘୁଟୁ ଅଞ୍ଚଳରେ ଏକ ଦନ୍ତାହାତୀର…

ବଢ଼ିଲା ସହାୟତାର ହାତ: ବେଙ୍ଗାଳୁରୁରୁ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ମୃତଦେହ

ଗୋଲାମୁଣ୍ଡା,୯।୧୧(ବଟକୃଷ୍ଣ ପଣ୍ଡା): ପେଟ ପାଟଣା ପାଇଁ ସୁଦୂର କର୍ଣ୍ଣାଟକର ବେଙ୍ଗାଳୁରୁ ସହରକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲାର ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି।…

ଐତିହାସିକ କମାଲ କଲେ ଏହି ୪୧ ବର୍ଷୀୟ ଖେଳାଳି: ୧୦୦ ବର୍ଷ ପରେ ପ୍ରଥମ ଥର ଟେଷ୍ଟରେ ଘଟିଲା ଏମିତି… ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୯।୧୧: ଟେଷ୍ଟ କ୍ରିକେଟରେ ଏବେ ଲଗାତାର ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି। ବର୍ତ୍ତମାନ ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?