Posted inଜାତୀୟ

ବଢ଼ିବ ରେଳ ଟିକେଟ୍‌

ନୂଆଦିଲ୍ଲୀ,୯ା୧: ରେଲଓ୍ବେ ବୋର୍ଡ ଷ୍ଟେଶନ ଡେଭେଲପମେଣ୍ଟ ଫି (ଏସ୍‌ଡିଏଫ୍‌)କୁ ଅନୁମୋଦନ କରିଛି। ଏହା ଅନୁଯାୟୀ, ରେଳ ଷ୍ଟେଶନ ପୁନଃ ନିର୍ମାଣ ଯୋଜନାରେ ବିକଶିତ ହୋଇଥିବା କିମ୍ବା ହେବାକୁ ଥିବା ଷ୍ଟେଶନର ଯାତ୍ରୀଙ୍କୁ ଆଗାମୀ ଦିନରେ ଅଧିକ ଭଡ଼ା ଦେବାକୁ ପଡ଼ିବ। ବିଭିନ୍ନ ବର୍ଗର ଟ୍ରେନ୍‌ ଯାତ୍ରୀଙ୍କଠାରୁ ଷ୍ଟେଶନ ଡେଭେଲପମେଣ୍ଟ ଫି ବାବଦରେ ୧୦ରୁ ୫୦ ଟଙ୍କା ଆଦାୟ କରାଯିବ। ଟିକେଟ୍‌ ବୁକିଂ ସମୟରେ ଯାତ୍ରୀମାନେ ଏହି ଅର୍ଥ ଦେବେ। ୩ଟି ବର୍ଗରେ ଏହି ଭଡ଼ା ଆଦାୟ କରାଯିବ। ଏସି କ୍ଲାସ୍‌ ପାଇଁ ଅଧିକ ୫୦ ଟଙ୍କା, ସ୍ଲିପର ପାଇଁ ୨୫ ଏବଂ ଅଣସଂରକ୍ଷିତ ସିଟ୍‌ଗୁଡ଼ିକରେ ଅତିକମ୍‌ରେ ୧୦ ଟଙ୍କା ବର୍ଦ୍ଧିତ ଭଡ଼ା ଯାତ୍ରୀ ଦେବେ। ତେବେ ଲୋକାଲ ଟ୍ରେନ୍‌ ତଥା ସହରତଳି ଅଞ୍ଚଳରେ ଯାତ୍ରା ପାଇଁ ଏହି ଦେୟ ଦେବାକୁ ପଡ଼ିବ ନାହିଁ। ଏ ସଂକ୍ରାନ୍ତରେ ରେଲଓ୍ବେ ବୋର୍ଡ ସମସ୍ତ ଜୋନାଲ ରେଲ୍‌ଓ୍ବେଗୁଡ଼ିକୁ ଗତ ଡିସେମ୍ବର ୩୧ରେ ନିର୍ଦ୍ଦେଶନାମା ଜାରି କରିଛି। ଏଥିସହ ଉକ୍ତ ବର୍ଗରେ ଆସୁଥିବା ଷ୍ଟେଶନଗୁଡ଼ିକରେ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ମଧ୍ୟ ୧୦ ଟଙ୍କା ବଢ଼ିବ। ବିକଶିତ ଷ୍ଟେଶନରୁ ଟ୍ରେନ୍‌ରେ ଚଢ଼ି ଅନ୍ୟ ଏକ ବିକଶିତ ଷ୍ଟେଶନରେ ଓହ୍ଲାଉଥିବା ଯାତ୍ରୀଙ୍କୁ ଏସ୍‌ଡିଏଫ୍‌ର ଦେଢ଼ ଗୁଣା ଅର୍ଥ ଦେବାକୁ ପଡ଼ିବ। ହେଲେ ବିକଶିତ ଷ୍ଟେଶନରେ କେବଳ ଓହ୍ଲାଉଥିବା ଯାତ୍ରୀଙ୍କଠାରୁ କେବଳ ୫୦ ପ୍ରତିଶତ ଆଦାୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଳଦ ସହ ମିଶି ହଳ ଟାଣୁଛନ୍ତି କୁନି ବାଳକ, କାରଣ ଜାଣିଲେ…

ହାଇଦ୍ରାବାଦ,୧୭ା୬: ମଣିଷ ହଳ ଟାଣୁଥିବାର ବଲିଉଡ୍‌ର କିଛି ପୁରୁଣା ଫିଲ୍ମରେ ନିଶ୍ଚିତ ଦେଖିଥିବେ। ମାତ୍ର ବାସ୍ତବରେ ମଧ୍ୟ ବଳଦ ନ ଥିଲେ ମଣିଷ ହଳ ଟାଣେ।...

କରୋନାରୁ କେବେ ମିଳିବ ଆଶ୍ୱସ୍ତି: ବିଶେଷଜ୍ଞ ଦେଲେ ମତ

ନୂଆଦିଲ୍ଲୀ,୧୬।୪: କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ପୁଣି ଏକ ଚକିତ କଲା ଭଳି ଖବର ଆସିଛି। କରୋନା ଉପରେ ନଜର ରଖିଥିବା...

କ୍ୱାରାଣ୍ଟିନ ସେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ,୮ ।୧୦: ଡ୍ରଗ୍ସ ମାମଲାରେ ଫସି ରହିଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ଶୁକ୍ରବାର...

କଂଗ୍ରେସ ପାଣ୍ଡବ-ଭାଜପା କୌରବ, କହିଲେ ରାହୁଲ…

ଦ୍ୱାରକା, ୨୬।୨ : ଗୁଜରାଟର ଦ୍ୱାରକାଠାରେ କଂଗ୍ରେସ ପକ୍ଷରୁ ଆୟୋଜିିତ ଚିନ୍ତନ ଶିବିରରେ ରାହୁଲ ଗାନ୍ଧୀ ଯୋଗଦେଇ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ,...

ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ସେନା

ନୂଆଦିଲ୍ଲୀ,୨୪ ।୧୧: ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ଲ୍ୟାଣ୍ଡ ଆଟାକ ଭର୍ସନର ମଙ୍ଗଳବାର ଭାରତୀୟ ସେନା ସଫଳ ପରୀକ୍ଷଣ କରିଛି । ବିଶେଷ ସୂତ୍ରରୁ ମିଳିଥିବା...

ଦିଲ୍ଲୀ ଉପରେ ସଙ୍କଟ, ଧସିବାରେ ଲାଗିଛି ଭୂଇଁ …

ନୂଆଦିଲ୍ଲୀ, ୧୮।୧ : ରାଜଧାନୀ ଦିଲ୍ଲୀ ଉପରେ ନୂଆ ସଙ୍କଟ ଘନେଇବାରେ ଲାଗିଛି। ମାଟି ତଳେ ପାଣିର ଅଭାବ ଯୋଗୁ ଦିଲ୍ଲୀର ଭୂଇଁ ଧସିବାରେ ଲାଗିଛି।...

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆଇଇଡ଼ି ଜବତ

ଶ୍ରୀନଗର,୨୨।୨: ଜମ୍ମୁ-କଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ନୌଗାମ୍‌ର କେନହାମ୍‌ ଅଞ୍ଚଳରେ ରେଲଓ୍ବେ କ୍ରସିଂ ନିକଟରୁ ଆଇଇଡ଼ି ଜବତ ହୋଇଛି। ସୁରକ୍ଷା ଦୃଷ୍ଟିରୁ...

ଶିକ୍ଷକଙ୍କ ମାଡ଼ରେ ଆହତ ଦଳିତ ଛାତ୍ରଙ୍କ ମୃତ୍ୟୁ

ଲକ୍ଷ୍ନୌ,୨୭।୯ : ଉତ୍ତରପ୍ରଦେଶର ଔରାୟା ଜିଲାରେ ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ଦଶମ ଶ୍ରେଣୀର ଜଣେ ଦଳିତ ଛାତ୍ର ୧୯ ଦିନ ପରେ ଆଖି...

Advertisement
Archives

Model This Week